Home > କ୍ରୀଡ଼ା
ମହିଳା ଟି-୨୦ ବିଶ୍ୱକପ: ମେଲବୋର୍ଣ୍ଣରେ ଆଜି ଅଷ୍ଟ୍ରେଲିଆକୁ ଭେଟିବ ଟିମ ଇଣ୍ଡିଆ
Khabar Odisha:Sports-PM-Narendra-Modi-extends-good-wishes-ahead-of-India-Australia-clash-in-ICC-Womens-T20-WC-final

ନୂଆଦିଲ୍ଲୀ, ମାର୍ଚ୍ଚ ୦୮ (ଖବର ଓଡ଼ିଶା): ମହିଳା ଟି-୨୦ ଅନ୍ତର୍ଜାତୀୟ ବିଶ୍ୱକପର ଫାଇନାଲ ମ୍ୟାଚ ଆଜି ଅଷ୍ଟ୍ରେଲିଆର ମେଲବୋର୍ଣ୍ଣ କ୍ରିକେଟ ଷ୍ଟାଡିୟମରେ ଅନୁଷ୍ଠିତ ହେଉଛି । ଭାରତ ଏହି ଟୁର୍ଣ୍ଣାମେଣ୍ଟରେ ପ୍ରଥମ ଥର ପାଇଁ ପ୍ରବେଶ କରିଥିବାରୁ ଭାରତୀୟ କ୍ରିକେଟ ପ୍ରଶଂସକମାନେ ବହୁତ ଉତ୍ସାହିତ ଅଛନ୍ତି । ଭାରତୀୟ ସମୟ ଅନୁସାରେ ଏହି ମ୍ୟାଚ ଆଜି ଅପରାହ୍ନ ସାଢ଼େ ୧୨ଟାରୁ ଆରମ୍ଭ ହେବ । 

ଏହା ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା ହେବ ବୋଲି ଆଶା କରାଯାଉଛି । ବର୍ତ୍ତମାନ ଭାରତୀୟ ମହିଳା ଦଳ ମଜବୁତ ଥିବା ବେଳେ ଟୁର୍ଣ୍ଣାମେଣ୍ଟର ୬ ଥର ବିଜେତା ଅଷ୍ଟ୍ରେଲିଆ ମଧ୍ୟ ଭଲ ଫର୍ମରେ ଥିବାରୁ କଡ଼ା ଟକ୍କର ହେବ ବୋଲି ଆଶା କରାଯାଉଛି । 

ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଉଭୟ ଭାରତୀୟ ଓ ଅଷ୍ଟ୍ରେଲିୟ ମହିଳା ଟିମକୁ ଶୁଭେଚ୍ଛା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ନିଜର ଶୁଭେଚ୍ଛା ବାର୍ତ୍ତାକୁ ଟୁଇଟର ମାଧ୍ୟମରେ ଜଣାଇଛନ୍ତି । ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ମୋଦୀ ଟୁଇଟରରେ କହିଥିଲେ, ଆସନ୍ତାକାଲି ଏମସିଜିରେ ମ୍ୟାଚ ହେବ । ଉଭୟ ଟିମକୁ ଶୁଭେଚ୍ଛା ଜଣାଉଛି ବୋଲି ସେ ଟୁଇଟ କରିଛନ୍ତି ।     

 

 

  • Tags: