Home > କ୍ରୀଡ଼ା
ଟି-୨୦ ଅନ୍ତର୍ଜାତୀୟ: ହ୍ୟାଟ୍ରିିକ ନେବାରେ ଯୁବ ବୋଲର ହେଲେ ପାକିସ୍ତାନୀ ବୋଲର ହସନୈନ
Khabar Odisha:Sports-Pakistans-Mohammad-Hasnain-become-youngest-bowler-to-take-t20-international-hat-trick

ନୂଆଦିଲ୍ଲୀ, ଅକ୍ଟୋବର ୦୬ (ଖବର ଓଡ଼ିଶା): ପାକିସ୍ତାନର ମହମ୍ମଦ ହସନୈନ ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରେ ହ୍ୟାଟ୍ରିକ ନେବାରେ ଯୁବ ବଲର ବୋଲର ଭାବେ ରେକର୍ଡ କରିଛନ୍ତି । ସେ ଶନିବାର ଶ୍ରୀଲଙ୍କା ବିପକ୍ଷରେ ଲାହୋରସ୍ଥିତ ଗଦ୍ଦାଫି ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ଭନୁକା ରାଜପକ୍ଷେ (୩୨), ଦାସୁନ ଶନାକା (୧୭) ଓ ଶେଶନ ଜୟସୂର୍ଯ୍ୟା (୨)ଙ୍କୁ ଆଉଟ କରି ଏହି ଅଭିଜ୍ଞତା ହାସଲ କରିଛନ୍ତି । ହସନୈନଙ୍କ ପୂର୍ବରୁ ଆଫଗାନିସ୍ତାନର ଷ୍ଟାର ଲେଗ ସ୍ପିନର ରସିଦ ଖାନ ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚରେ ହ୍ୟାଟ୍ରିିକ ନେବାରେ ସବୁଠାରୁ ଯୁବ ବୋଲର ଭାବେ ରେକର୍ଡ କରିଥିଲେ । ରସିଦ ୨୦ ବର୍ଷ ୫ ମାସ ୧୦ ଦିନ ବୟସରେ ଏହି ରେକର୍ଡ ନିଜ ନାମରେ କରିଥିଲେ ।  

ପାକିସ୍ତାନୀ ଯୁବ ବୋଲର ମହମ୍ମଦ ହସନୈନ ୧୯ ବର୍ଷ ୧୮୩ ଦିନରେ ଭଲ ପ୍ରଦର୍ଶନ କରି ମଧ୍ୟ ଦଳକୁ ବିଜୟ ଦେଇ ପାରି ନାହାନ୍ତି । ପାକିସ୍ତାନ ଟସ ଜିଣି ଶ୍ରୀଲଙ୍କାକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା । ଶ୍ରୀଲଙ୍କା ଟିମ ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ ହରାଇ ୧୬୫ ରନ କରିଥିଲା । ଜବାବରେ ପାକିସ୍ତାନ ୧୦୧ ରନ କରି ଅଲଆଉଟ ହୋଇଥିଲା । 

ହସନୈନ ନିଜର ଟି-୨୦ ଅନ୍ତର୍ଜାତୀୟ କ୍ୟାରିୟରରେ ଦ୍ୱିତୀୟ ମ୍ୟାଚ ଖେଳିଛନ୍ତି । ସେ ୪ ଓଭର ବୋଲିଂ କରି ୩୭ ରନ ଦେଇଥିଲେ ଏବଂ ୩ ୱିକେଟ ନେଇଥିଲେ । ହସନୈନଙ୍କୁ ନିଜର ପ୍ରଥମ ୨ ଓଭରରେ ସଂଘର୍ଷ କରିବାକୁ ପଡ଼ିଥିଲା । ମାତ୍ର ସେ ତୃତୀୟ ଭରରେ ବୋଲିଂ କରୁଥିବା ବେଳେ ଶ୍ରୀଲଙ୍କା ବ୍ୟାଟ୍ସମ୍ୟାନମାନେ ଭୟ କରିଥିଲେ । ସେ ୧୬ତମ ଓଭରର ଶେଷ ବଲରେ ରାଜପକ୍ଷେଙ୍କୁ ଆଉଟ କରିଥିବା ବେଳ ୧୯ ଓଭରର ପ୍ରଥମ ୨ ବଲରେ ୨ଟି ୱିକେଟ ନେଇ ହ୍ୟାଟ୍ରିକ ପାଇଥିଲେ । 

ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରେ ଏହା ଥିଲା ୯ମ ହ୍ୟାଟ୍ରିକ ଏବଂ ପାକିସ୍ତାନର ୨ୟ ହ୍ୟାଟ୍ରିକ । ଏହା ପୂର୍ବରୁ ଫହୀମ ଅଶରଫ ୨୦୧୭ ଅକ୍ଟୋବର ୨୭ରେ ଶ୍ରୀଲଙ୍କା ବିପକ୍ଷରେ ଆବୁଧାବିରେ ଖେଳାଯାଇଥିବା ମୁକାବିଲାରେ ହ୍ୟାଟ୍ରିକ ନେଇଥିଲେ । ଅଷ୍ଟ୍ରେଲିଆର ବ୍ରେଟ ଲି ଟି-୨୦ ଅନ୍ତର୍ଜାତୀୟ ଟି-୨୦ରେ ପ୍ରଥମ ଥର ହ୍ୟାଟ୍ରିକ ନେଇଥିଲେ । 

  • Tags: