Home > କ୍ରୀଡ଼ା
ପାକିସ୍ତାନକୁ ଜବାବ ଦେଲା ଶ୍ରୀଲଙ୍କା, କହିଲା- ଆଇପିଏଲ ଭୟ ନୁହେଁ, ସୁରକ୍ଷା ବ୍ୟବସ୍ଥା ଦୁର୍ବଳ
Khabar Odisha:Sports-Players-opting-out-due-to-security-concerns-not-IPL-threat-Sri-Lanka-counters-Pakistan

ନୂଆଦିଲ୍ଲୀ, ସେପ୍ଟେମ୍ବର ୧୧ (ଖବର ଓଡ଼ିଶା): ଶ୍ରୀଲଙ୍କାର ୧୦ ଜଣ ଖେଳାଳି ପାକିସ୍ତାନ ଯିବା ନେଇ ମନା କରିଦେବା ପରେ ଅନେକ ବିବାଦ ଦେଖାଯାଇଛି । ଏପରିକି ଶ୍ରୀଲଙ୍କାର ଗସ୍ତ ନେଇ ପାକିସ୍ତାନର ମନ୍ତ୍ରୀ ମଧ୍ୟ ବିଚଳିତ ହୋଇ ଅନ୍ୟଥା ବୟାନ ଦେଇଛନ୍ତି । ଶେଷରେ ପାକିସ୍ତାନକୁ ଶ୍ରୀଲଙ୍କା କଡ଼ା ଜବାବ ଦେଇଛି । ଶ୍ରୀଲଙ୍କା କହିଛି, ଆଇପିଏଲ ନେଇ ଆମ ଉପରେ କୌଣସି ଚାପ ପ୍ରୟୋଗ କରାଯାଇ ନାହିଁ । ବରଂ ପାକିସ୍ତାନରେ ସୁରକ୍ଷା ବ୍ୟବସ୍ଥା ମଜବୁତ ନୁହେଁ । 

ପାକିସ୍ତାନ ମନ୍ତ୍ରୀ ଫୱାଦ ଚୌଧୁରୀ କହିଥିଲେ ଯେ, ଭାରତର ଚାପରେ ଲାସିଥ ମାଲିଙ୍ଗାଙ୍କ ସମେତ ୧୦ ଜଣ ଖେଳାଳି ପାକିସ୍ତାନରେ ଖେଳାଯିବାକୁ ଥିବା ଶୃଙ୍ଖଳାରୁ ନିଜ ନାମ ଫେରାଇ ନେଇଛନ୍ତି । ଶ୍ରୀଲଙ୍କାର କ୍ରୀଡ଼ାମନ୍ତ୍ରୀ ହରିନ ଫର୍ଣ୍ଣାଡୋ ଏହି ଅଭିଯୋଗକୁ ଖଣ୍ଡନ କରି କହିଛନ୍ତି, ଏଥିରେ କୌଣସି ସତ୍ୟତା ନାହିଁ, ଯେଉଁଥିରେ କୁହାଯାଉଛି ଯେ, ଭାରତର ଚାପରେ ଶ୍ରୀଲଙ୍କା ଟିମ ପାକିସ୍ତାନ ଯିବାକୁ ରାଜି ହେଉ ନାହିଁ । 

ପାକିସ୍ତାନୀ ମନ୍ତ୍ରୀ ଚୌଧୁରୀ କହିଥିଲେ ଯେ, ଭାରତର ଚାପରେ ଲାସିଥ ମାଲିଙ୍ଗା ସମେତ ଶ୍ରୀଲଙ୍କାର ୧୦ ଜଣ ବଡ଼ ଖେଳାଳି ପାକିସ୍ତାନରେ ଖେଳାଯିବାକୁ ଥିବା ଶୃଙ୍ଖଳାରୁ ନିଜର ନାମ ଫେରାଇ ନେଇଛନ୍ତି । ସେ ଅଭିଯୋଗ ଆଣିଥିଲେ ଯେ, ଭାରତ ଯୋଗୁଁ ଶ୍ରୀଲଙ୍କା ଖେଳାଳି ପାକିସ୍ତାନ ଯିବାକୁ ମନ କରି ନାହାନ୍ତି । ମାତ୍ର କ୍ରୀଡ଼ାମନ୍ତ୍ରୀ କହିଛନ୍ତି ଯେ, ଶ୍ରୀଲଙ୍କା ଟିମ ୨୦୦୯ର ଘଟଣା ଯୋଗୁଁ ଯିବାକୁ ମନ କରୁନାହାନ୍ତି । 

ଶ୍ରୀଲଙ୍କାର ୧୦ ଜଣ ଖେଳାଳି-ନିରୋସାନ ଡିକୱାଲା, କୁଶାଲ ପେରେରା, ଧନଞ୍ଜୟ ଡିସିଲଭା, ଥିରସା ପେରେରା, ଆକିଲା ଧନଞ୍ଜୟ, ଲାସିଥ ମାଲିଙ୍ଗା, ଆଞ୍ଜିଲୋ ମ୍ୟାଥୁସ, ସୁରଙ୍ଗା ଲକମଲ, ଦିନେଶ ଚଣ୍ଡିମଲ ଓ ଦିମୁଥ କରୁଣାରତ୍ନେ । ଚଳିତ ମାସ ୨୭ ତାରିଖରୁ ଅକ୍ଟୋବର ୯ ତାରିଖ ଯାଏଁ ଗସ୍ତ ହେବାର ଥିଲା ।

 

  • Tags: