Home > କ୍ରୀଡ଼ା
ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟରେ ରୋହିତଙ୍କ କ୍ୟାରିୟର ଟର୍ଣ୍ଣିଂ ପଏଣ୍ଟ ପ୍ରମାଣିତ ହେବ: ସଚିନ
Khabar Odisha:Sports-Rohit-Sharma-s-Vizag-inning-will-prove-decisive-says-Sachin-Tendulkar

ନୂଆଦିଲ୍ଲୀ, ଅକ୍ଟୋବର ୦୪ (ଖବର ଓଡ଼ିଶା): ବିଶାଖାପାଟଣା ଟେଷ୍ଟରେ ରୋହିତ ଶର୍ମା ଦକ୍ଷିଣ ଆଫ୍ରିକା ବିପକ୍ଷରେ ୧୭୬ ରନ ଇନିଂ ଖେଳିଛନ୍ତି । ରୋହିତ ଶର୍ମା ଏହି ପାଳିରେ ଭାରତକୁ ଦ୍ୱିତୀୟ ଦିନରେ ୭ ୱିକେଟରେ ୫୦୨ ରନ ପହଂଚାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିଲେ । ଭାରତ ତରଫରୁ ମୟଙ୍କ ଅଗ୍ରୱାଲଙ୍କ ଦ୍ୱି-ଶତକ ସ୍ମରଣୀୟ ରହିବ । 

ଦିନିକିଆ ଓ ଟି-୨୦ରେ ରୋହିତ ଶର୍ମା କ୍ରମାଗତ ଓପନିଂ କରିଥାନ୍ତି କିନ୍ତୁ ଲୋକେଶ ରାହୁଲଙ୍କ ଖରାପ ପ୍ରଦର୍ଶନ ଯୋଗୁଁ ଓ ପୃଥ୍ୱୀ ଓ ଆହତ ଯୋଗୁଁ ରୋହିତ ଶର୍ମାଙ୍କୁ ପାଳି ଆରମ୍ଭ କରିବାକୁ ସୁଯୋଗ ମିଳିଥିଲା । ରୋହିତ ପୂର୍ବରୁ କହିଥିଲେ ଯେ, ଦୁଇ ବର୍ଷ ପୂର୍ବରୁ ଟିମ ପରିଚାଳନା ଏହି ଚିନ୍ତା କରୁଥିଲା । ରୋହିତଙ୍କ ଖେଳରେ ପ୍ରଭାବିତ ହୋଇ ସଚିନ ତେନ୍ଦୁଲକର କହିଛନ୍ତି, ରୋହିତଙ୍କ ଏହି ପାଳି ତାଙ୍କ କ୍ୟାରିୟରର ଟର୍ଣ୍ଣିଂ ପଏଣ୍ଟ ହେବ । ସେ କହିଛନ୍ତି, ରୋହିତ କୌଣସି ପରିସ୍ଥିତି ଓ ବୋଲିଂର ସମ୍ମୁଖୀନ ହେବାକୁ ପ୍ରସ୍ତୁତ ଅଛନ୍ତି । 

ସଚିନ ତେନ୍ଦୁଲକର ଏକ ଗଣମାଧ୍ୟମର ଚ୍ୟାନେଲଙ୍କୁ କହିଛନ୍ତି, ଏହି ପାଳି ପୂର୍ବରୁ ସେ ପ୍ରଥମ ଅଭ୍ୟାସ ମ୍ୟାଚରେ କୌଣସି ରନ ନ କରି ପାଭଲିଅନ ଫେରି ଆସିଥିଲେ । ମାତ୍ର ଅଭ୍ୟାସ ମ୍ୟାଚକୁ ଗଣତି କରାଯଇ ନ ଥାଏ । ସେ ପ୍ରଥମ ଟେଷ୍ଟରେ ଭଲ ବ୍ୟାଟିଂ କରିଛନ୍ତି । ସଚିନ କହିଛନ୍ତି, ମୁଁ ଭାବୁଛି, ଏହି ପାଳି ରୋହିତ ଶର୍ମାଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ । ରୋହିତ ଶର୍ମା ଦିନିକିଆ ଓ ଟି-୨୦ରେ ଭଲ ପ୍ରଦର୍ଶନ କରିଛନ୍ତି । ସେ ଏହି ଫର୍ମାଟରେ ଅନେକ ରେକର୍ଡ ମଧ୍ୟ କରିଛନ୍ତି କିନ୍ତୁ ଟେଷ୍ଟ କ୍ରିକେଟରେ ତାଙ୍କର ପ୍ରଦର୍ଶନ କ୍ଷମତା ସେତେ ଭଲ ନ ଥିଲା ।  

  • Tags: