Home > କ୍ରୀଡ଼ା
ସ୍ପେନର ଯୁବ ଫୁଟବଲ କୋଚ ଫ୍ରାନ୍ସିସ୍କୋ ଗ୍ରାସିଆଙ୍କ କରୋନା ଭାଇରସରେ ମୃତ୍ୟୁ
Khabar Odisha:Sports-Young-Spanish-football-coach-Francisco-Garcia-died-due-to-corona-virus

ନୂଆଦିଲ୍ଲୀ, ମାର୍ଚ୍ଚ ୧୭ (ଖବର ଓଡ଼ିଶା): କରୋନା ଭାଇରସ ଅନେକ ଦେଶର ରାଜନେତା ଓ ଖେଳାଳିଙ୍କୁ ମଧ୍ୟ ଛାଡ଼ି ନାହିଁ । ୟୁରୋପରେ କରୋନା ନେଇ ବିପଦପୂର୍ଣ୍ଣ ସମୟ ଆସିଛି । ସମଗ୍ର ବିଶ୍ୱରେ ଏଯାଏଁ ୭୦୦୦ ଲୋକଙ୍କ ମୃତ୍ୟୁ ହୋଇସାରିଛି । ଗତ ୨୪ ଘଣ୍ଟା ମଧ୍ୟରେ ଇଟାଲୀରେ ୩୪୯ ଓ ସ୍ପେନରେ ୧୦୦ ଜଣଙ୍କ ମୃତ୍ୟୁ ହୋଇଛି । ସ୍ପେନର ଯୁବ ଫୁଟବଲ କୋଚ ଫ୍ରାନ୍ସସ୍କୋ ଗ୍ରାସିଆ ଏହି ଭାଇରସ ସଂସ୍ପର୍ଶରେ ଆସି ମୃତ୍ୟୁ ହୋଇଛି । 

ଏଥଲିଟକୋ ପୋର୍ଟାଡା କ୍ଲବରେ ଗ୍ରାସିଆ କୋଚ ଥିଲେ । ସେ ୨୧ ବର୍ଷ ବୟସର ଥିଲେ । ସେ କ୍ୟାନସର ରୋଗରେ ମଧ୍ୟ ପିଡିତ ଥିଲେ । ଏହାରି ମଧ୍ୟରେ ତାଙ୍କୁ କରୋନା ଭାଇରସ ଛୁଇଁଥିଲା । ପୂର୍ବରୁ ରୋଗୀ ଥିବାରୁ ତାଙ୍କର ରୋଗ ପ୍ରତିଷେଧକ କ୍ଷମତା ହ୍ରାସ ପାଇସାରିଥିଲା । ଚିକିତ୍ସାଧୀନ ଅବସ୍ଥାରେ ହସ୍ପିଟାଲରେ ତାଙ୍କର ମୃତ୍ୟୁ ଘଟିଥିଲା । 

ବିଶ୍ୱର ୧୫୭ଟି ଦେଶକୁ କରୋନା ଭାଇରସ ପହଞ୍ଚିଛି । ବଡ଼ ବଡ଼ ଖେଳ ଆୟୋଜନକୁ ରଦ୍ଦ କରି ଦିଆଯାଇଛି । କିଛି ଖେଳର ତାରିଖ ଆଗକୁ ବଢ଼ାଇ ଦିଆଯାଇଛି । ଯଦି କିଛି ସ୍ଥାନରେ କ୍ରୀଡ଼ା ଆୟୋଜନ କରାଯାଉଛି, ପଡିଆର ଚାରିପାଶ୍ୱର୍ରେ ଦର୍ଶକଙ୍କୁ ରଖାଯାଉ ନାହିଁ । ଅର୍ଥାତ ବିନା ଦର୍ଶକରେ ଖେଳ ଚାଲୁଛି । ଭାରତ ଓ ଦକ୍ଷିଣ ଆଫ୍ରିକା ଦିନିକିଆ ଶୃଙ୍ଖଳାର ଶେଷ ୨ଟି ମ୍ୟାଚ ବାତିଲ କରି ଦିଆଯାଇଥିଲା । ସେହିଭଳି ଇଂଲଣ୍ଡ ଓ ଶ୍ରୀଲଙ୍କା ମଧ୍ୟରେ ଟେଷ୍ଟ ଶୃଙ୍ଖଳାକୁ ସ୍ଥଗିତ କରି ଦିଆଯାଇଛି । କଲମ୍ବୋରୁ ଇଂଲଣ୍ଡ ଟିମ ଫେରିଯିବ । ଆଇପିଏଲ ୧୭ ଦିନ ଆଗକୁ ବଢ଼ାଇ ଦିଆଯାଇଛି । ଏହା ଚଳିତ ମାସ ୨୯ ତାରିଖ ଠାରୁ ଆରମ୍ଭ ହେବାର ଥିଲା । କିନ୍ତୁ ବର୍ତ୍ତମାନ ସ୍ଥିିରେ ଆଇପିଏଲ ଏପ୍ରିଲ ୧୫ରେ ଖେଳାଯିବ । 

 

  • Tags: