Home > କ୍ରୀଡ଼ା
ଆଜି ଜହୀର ଖାନଙ୍କ ଜନ୍ମଦିନ: ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ପୂର୍ବରୁ ମନେ ପକାଇଲେ ସଚିନ
Khabar Odisha:Sports-Zaheer-Khan-remembered-by-Sachin-Tendulkar-before-test-series-against-South-Africa

ନୂଆଦିଲ୍ଲୀ, ଅକ୍ଟୋବର ୦୭ (ଖବର ଓଡ଼ିଶା): ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟେଷ୍ଟ ରବିବାର ଶେଷ ହୋଇଛି । ଏଥିରେ ଭାରତ ବିଜୟୀ ହୋଇଛି କିନ୍ତୁ ଶୃଙ୍ଖଳା ଆରମ୍ଭ ହେବା ପୂର୍ବରୁ ପୂର୍ବତନ ଭାରତୀୟ କ୍ରିକେଟ ଅଧିନାୟକ ସଚିନ ତେନ୍ଦୁଲକର କହିଥିଲେ, ଟିମର ପୂର୍ବତନ ଦ୍ରୁତ ବୋଲର ଜହୀର ଖାନ ମନେ ପଡୁଛନ୍ତି । କାରଣ ଟିମ ଇଣ୍ଡିଆକୁ ବାମହାତୀ ଦ୍ରୁତ ବୋଲର ଆବଶ୍ୟକତା ରହିଛି । ଜହୀର ଖାନ ସୋମବାର ୪୧ ବର୍ଷ ବୟସରେ ପଦାର୍ପଣ କରିଛନ୍ତି ।

ଏକଦା ଟିମ ଇଣ୍ଡିଆର ଆଗଧାଡ଼ିର ବୋଲର ଜହୀର ଖାନ ଅନେକ ସମୟରେ ବିରୋଧୀ ଟିମ ପାଇଁ ଆକ୍ରମଣାତ୍ମକ ପ୍ରମାଣିତ ହୋଇଛନ୍ତି । ଟିମ ଇଣ୍ଡିଆର କପଳି ଦେବଙ୍କ ପରେ ଜହୀର ଖାନ ହେଉଛନ୍ତି ସବୁଠାରୁ ପ୍ରଭାବଶାଳୀ ବୋଲର । କପିଳ ଦେବ ୪୩୪ ଟେଷ୍ଟ ୱିକେଟ ନେଇଥିଲେ । ଜହୀର ନିଜ ଟେଷ୍ଟ କ୍ୟାରିୟରରେ ୩୧୧ ଟେଷ୍ଟ ୱିକେଟ ନେଇଛନ୍ତି । ସେ ୨୦୧୧ ବିଶ୍ୱକପରେ ପ୍ରଭାବଶାଳୀ ବୋଲର ଭୂମିକା ତୁଲାଇଥିଲେ ।

ଦକ୍ଷିଣ ଆଫ୍ରିକା ପ୍ରଥମ ପାଳିରେ ୪୩୧ ରନ ଓ ଦ୍ୱିତୀୟ ପାଳିରେ ୧୯୧ ରନ କରି ଅଲଆଉଟ ହୋଇଥିଲା । ଏହି ସମୟରେ ମଧ୍ୟ ସଚିନ ତେନ୍ଦୁଲକର ପୂର୍ବତନ ଭାରତୀୟ ଦୃତବୋଲର ଜହୀରଙ୍କୁ ମନେ ପକାଇଥିଲେ । ଜହୀରଙ୍କ ଖାନଙ୍କ ବୋଲିଂ ଷ୍ଟାଇଲ ଆଜି ବି ମନେ ପଡୁଛି । ଯଦିଓ ଜହୀର ନିଜର ପ୍ରାରମ୍ଭିକ କ୍ୟାରିୟରରେ ଭଲ ପ୍ରଦର୍ଶନ କରି ନାହାନ୍ତି, ତଥାପି ପରବର୍ତ୍ତୀ ସମୟରେ ସେ ବିପକ୍ଷ ଟିମ ପାଇଁ କାଳ ସାଜିଥିଲେ । ବିଶ୍ୱକପରେ ଜହୀର ଖାନ ୪୪ଟି ୱିକେଟ ନେଇଥିଲେ । ବିଶ୍ୱକପରେ ସର୍ବାଧିକ ୱିକେଟ ନେବାରେ ସେ ହେଉଛନ୍ତି ୫ମ ଭାରତୀୟ ।

ଜହୀର ଖାନ ୯୨ଟି ଟେଷ୍ଟରେ ୩୧୧ ୱିକେଟ ଓ ୨୦୦ ଦିନିକିଆରେ ୨୮୨ ୱିକେଟ ନେଇଥିଲେ । ସେ ୧୭ ଅନ୍ତର୍ଜାତୀୟ ଟି-୨୦ ମ୍ୟାଚରେ ୧୭ଟି ୱିକେଟ ନେଇଥିଲେ । ଦିନିକିଆରେ ଜହୀର ହେଉଛନ୍ତି ୪ର୍ଥ ପଭାବଶାଳୀ ବୋଲର ହୋଇପାରିଛନ୍ତି ।  

  • Tags: