Home > କ୍ରୀଡ଼ା
ପାକିସ୍ତାନର ପୂର୍ବତନ ସ୍ପିନର ଅବଦୁଲ କାଦିରଙ୍କ ୬୩ ବର୍ଷ ବୟସରେ ପରଲୋକ
Khabar Odisha:Sports-cricket-Former-Pakistan-test-cricketer-Abdul-Qadir-passes-away-at-age-of-63

ନୂଆଦିଲ୍ଲୀ, ସେପ୍ଟେମ୍ବର ୦୭ (ଖବର ଓଡ଼ିଶା): ପାକିସ୍ତାନର ପୂର୍ବତନ ଲେଗ ସ୍ପିନର ଅବଦୁଲ କାଦିରଙ୍କ ଶୁକ୍ରବାର ପରଲୋକ ହୋଇଯାଇଛି । ଦୃଦଘାତ ଯୋଗୁଁ କାଦିରଙ୍କର ୬୩ ବର୍ଷ ବୟସରେ ମୃତ୍ୟୁ ହୋଇଛି । ପାକିସ୍ତାନ କ୍ରିକେଟ ବୋର୍ଡ ଟୁଇଟ କରି କହିଛି, ‘ଉସ୍ତାଦ’ ଅବଦୁଲ କାଦିରଙ୍କ ପରଲୋକ ଖବରରେ ପିସିବି ପୀଡ଼ା ଅନୁଭବ କରୁଛି । ବୋର୍ଡ କାଦିରଙ୍କ ପାଇଁ ଗଭୀର ଶୋକ ଜଣାଉଛି । ସେହିଭଳି ପିସିବି  ପରିବାର ଲୋକଙ୍କ ପାଇଁ ସମବେଦନା ଜଣାଇଛି ।

ସୂଚନାଯୋଗ୍ୟ କାଦିର ୧୯୭୭ ରୁ ୧୯୯୩ ମଧ୍ୟରେ ୬୭ଟି ଟେଷ୍ଟ ମ୍ୟାଚ ଖେଳିଥିଲେ ଏବଂ ୧୦୪ ଦିନିକିଆରେ ପାକିସ୍ତାନ ଟିମ ପକ୍ଷରୁ ପ୍ରତିନିଧିତ୍ୱ କରିଥିଲେ । ସେହି ସମୟରେ ସେ ଜଣେ ବରିଷ୍ଠ ଓ ଅଭିଜ୍ଞତା ସଂପନ୍ନ ସ୍ପିନର ଭାବେ ଉଭା ହୋଇଥିଲେ । ବର୍ଷ ୧୯୮୭ରେ ଇଂଲଣ୍ଡ ବିରୋଧରେ ଲାହୋରରେ ଖେଳାଯାଇଥିବା ୩ ଟେଷ୍ଟ ମ୍ୟାଚର ଶୃଙ୍ଖଳାରେ ସେ ୩୦ ୱିକେଟ ନେଇଥିଲେ । ଏଥିରେ ସେ ଗୋଟିଏ ପାଳିରେ ୫୬ ରନ ଦେଇ ୯ଟି ୱିକେଟ ନେଇଥିଲେ । ଏହି ମ୍ୟାଚ ଥିଲା ତାଙ୍କ ପାଇଁ ସର୍ବଶ୍ରେଷ୍ଠ ପ୍ରଦର୍ଶନ । 

ନିଜର ବୋଲିଂ ବାବଦରେ ଏକଦା କାଦିର କହିଥିଲେ, ବ୍ୟାଟ୍ସମ୍ୟାନଙ୍କୁ ବିଚଳିତ କରିବା ପାଇଁ ସେ ଆକ୍ରମଣାତ୍ମକ ବୋଲିଂ କରିଥାନ୍ତି । କୁହାଯାଇଥାଏ ଯେ, କାଦିର ଭିନ୍ନ ଭିନ୍ନ ଓଭରରେ ୬ ବଲକୁ ଭିନ୍ନ ଶୈଳୀରେ ପକାଇଥାନ୍ତି । 

  • Tags: