Home > କ୍ରୀଡ଼ା
ବିଶ୍ୱକପ: ପାକିସ୍ତାନକୁ ୪୧ ରନରେ ପରାସ୍ତ କଲା ଅଷ୍ଟ୍ରେଲିଆ, ପେଟ କମିନ୍ସଙ୍କୁ ୩ ୱିକେଟ
Khabar Odisha:Sports-cricket-ICC-Cricket-World-Cup-Australia-beat-Pakistan-by-41-runs

ଲଣ୍ଡନ, ଜୁନ ୧୩ (ଖବର ଓଡ଼ିଶା): ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ଣ୍ଣରଙ୍କ ଶତକ ପରେ ପେଟ କମିନ୍ସଙ୍କ ଘାତକ ବୋଲିଂ ଯୋଗୁଁ ବୁଧବାର ପାକିସ୍ତାନକୁ ଅଷ୍ଟ୍ରେଲିଆ ୪୧ ରନରେ ପରାସ୍ତ କରିଛି । ଅଷ୍ଟ୍ରେଲିଆ ଦ୍ୱାରା ଦିଆଯାଇଥିବା ୩୦୮ ରନ ବିଜୟ ଲକ୍ଷ ପଛରେ ପାକିସ୍ତାନ ୪୫.୪ ଓଭରରେ ୨୬୬ ରନରେ ଅଲଆଉଟ ହୋଇଯାଇଥିଲା । କମିନ୍ସ (୩୩ ରନ, ୩ ୱିକେଟ), ମିସେଲ ଷ୍ଟାକର୍ସ (୪୩ ରନ, ୨ ୱିକେଟ) ଓ କେନ ରିଚାର୍ଡସନ (୬୨ ରନ, ୨ ୱିକେଟ)ଙ୍କ ବୋଲିଂରେ ପାକିସ୍ତାନ ଧରାଶୟୀ ହୋଇଥିଲା । ପାକିସ୍ତାନ ପକ୍ଷରୁ ଇମାମ ଉଲହକ ୫୩ ରନ, ମହମ୍ମଦ ହାଫିଜ ୪୬ ରନ, ବହାବ ରିୟାଜ ୪୫ ରନ ଏବଂ ଅଧିନାୟକ ସରଫରାଜ ୪୦ ରନ କରିଥିଲେ । 

ଅଷ୍ଟ୍ରେଲିଆ ୱାର୍ଣ୍ଣରଙ୍କ ୧୧୧ ବଲରେ ୧୧ ଚୌକା ଓ ଗୋଟିଏ ଛକାରେ ୧୦୭ ରନ ଏବଂ ଆରୋନ ଫିଞ୍ଚ (୮୨ ରନ)ଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ୩୦୭ ରନ କରିବା ପରେ ପାକିସ୍ତାନ ପାଇଁ ବୋଝ ସାଜିଥିଲା । ଅନ୍ତିମ ୧୭ ଓଭରରେ କ୍ୟାରିୟରର ସର୍ବଶ୍ରେଷ୍ଠ ବୋଲିଂ କରି ମହମ୍ମଦ ଅମୀର (୩୦ ରନ, ୫ ୱିକେଟ) ପାକିସ୍ତାନକୁ ଭଲ ସ୍ଥିତରେ ପହଂଚାଇିଥିଲେ । ଫଳରେ ଅଷ୍ଟ୍ରେଲିଆ ୪୯ ଓଭରରେ ଅଲଆଉଟ ହୋଇଥିଲା । ସାହିନ ଆଫିଦ୍ରୀ ୭୦ ରନ ଦେଇ ୨ ୱିକେଟ ନେଇଥିଲେ । ଅଷ୍ଟ୍ରେଲିଆ ସ୍କୋର ୩୩ ଓଭରରେ ୨ ୱିକେଟ ହରାଇ ୨୧୮ ରନ କରିଥିଲା । ଏହା ପରେ ଟିମ ୮୯ ରନ ସ୍କୋର କରିଥିଲା । 

 

  • Tags: