Home > କ୍ରୀଡ଼ା
ବିଶ୍ୱକପ୍‌ରେ ଆଜି ନ୍ୟୁଜିଲାଣ୍ଡକୁ ଭେଟିବ ଭାରତ, ଜିତିଲେ ବିରାଟ ବାହିନୀ ରଚିବ ଇତିହାସ
Khabar Odisha:Sports-cricket-ICC-World-Cup-India-to-meet-its-3rd-clash-to-New-Zealand-today

ନଟିଂହାମ୍‌, ଜୁନ ୧୩ (ଖବର ଓଡ଼ିଶା): ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସ) ଦ୍ୱାରା ପରିଚାଳିତ ବିଶ୍ୱକପ୍‌ ୨୦୧୯ର ଅଷ୍ଟାଦଶ ମ୍ୟାଚ୍‌ ଗୁରୁବାର ନ୍ୟୁଜିଲାଣ୍ଡ ଓ ଭାରତ ମଧ୍ୟରେ ଖେଳାଯିବ। ନଟିଂହାମ୍‌ର ଟ୍ରେଣ୍ଟବ୍ରିଜ୍‌ ଷ୍ଟାଡିୟମରେ ଏହି ମ୍ୟାଚ୍‌ ଭାରତୀୟ ସମୟ ଅନୁସାରେ ଅପରାହ୍ଣ ୩ଟାରୁ ଆରମ୍ଭ ହେବ। ବିରାଟ ବାହିନୀ ପାଇଁ ଏହି ମ୍ୟାଚ୍‌ ବହୁ ଗୁରୁତ୍ୱପୂର୍ଣ୍ଣ । କାରଣ ଭାରତ ଏହି ମ୍ୟାଚ୍‌ ଜିତିଲେ ଇତିହାସ ରଚିବ। ଇତିହାସ ପୃଷ୍ଠା ଯଦି ଓଲଟାଇବା, ତା’ହେଲେ ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତ ଇଂଲଣ୍ଡ ମାଟିରେ ଗୋଟିଏ ବି ମ୍ୟାଚ୍‌ ଜିତି ନାହିଁ। ଯଦି ବିରାଟଙ୍କ ନେତୃତ୍ୱରେ ଟିମ୍‌ ଇଣ୍ଡିଆ ଏହି ମ୍ୟାଚ୍‌ ଜିତିଯାଏ, ତା’ ହେଲେ ଭାରତ ଇତିହାସ ରଚିବ। 

ଆଇସିସି ବିଶ୍ୱକପ୍‌ରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୭ଟି ମ୍ୟାଚ୍‌ ଖେଳାଯାଇଛି। ଏଥିରୁ ନ୍ୟୁଜିଲାଣ୍ଡକୁ ୪ଟି ବିଜୟ ମିଳିଥିବା ବେଳେ ଭାରତ ୩ଟି ମ୍ୟାଚ୍‌ରେ ଜିତିଛି। ଭାରତ ହାରିଥିବା ୪ଟି ମ୍ୟାଚ୍‌ ମଧ୍ୟରେ ଇଂଲଣ୍ଡ ମାଟିରେ ୩ଟି ସାମିଲ ଅଛି। ବିଗତ ଦିନରେ ବିଶ୍ୱକପ୍‌-୨୦୧୯ ଆରମ୍ଭ ହେବା ପୂର୍ବରୁ ଭାରତ ଅଭ୍ୟାସ୍‌ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ଠାରୁ ପରାସ୍ତ ହୋଇଥିଲା। ମାତ୍ର ବିଶ୍ୱକପ୍‌ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିବାରୁ ଭାରତର ମନୋବଳ ବଢ଼ିଯାଇଛି।   

ଇଂଲଣ୍ଡ ମାଟିରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୩ଟି ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳାଯାଇଛି। ତିନି ମ୍ୟାଚରେ ଭାରତକୁ ପରାଜୟର ଶିକାର ହେବାକୁ ପଡ଼ିଛି। ତେଣୁ ବିରାଟ କୋହଲିଙ୍କ ନେତୃତ୍ୱରେ ଆଗାମୀ ଗୁରୁବାର ଖେଳାଯିବାକୁ ଥିବା ମ୍ୟାଚ୍‌ ପାଇଁ ଭାରତ ସତର୍କତା ଅବଳମ୍ବନ କରିବ। ବିଶ୍ୱକପ୍‌ରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୭ଟି ମ୍ୟାଚ୍‌ ଖେଳାଯାଇଛି ଏବଂ ଏଥିରୁ ଭାରତ ୩ଟି ଜିତିଥିବା ବେଳେ ନ୍ୟୁଜିଲାଣ୍ଡ ୪ଟି ମ୍ୟାଚ୍‌ରେ ବିଜୟ ହାସଲ କରିଛି। ସଂଯୋଗ ବଶତଃ ଇଂଲଣ୍ଡ ମାଟିରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ବିଶ୍ୱକପ୍‌ର ୩ଟି ମ୍ୟାଚ୍‌ ଖେଳାଯାଇଛି ଏବଂ ଏହି ମ୍ୟାଚ ଗୁଡ଼ିକ ନ୍ୟୁଜିଲାଣ୍ଡ ଜିତିଛି।  

ସବୁଠାରୁ ବଡ଼ କଥା ଯେ, ଇଂଲଣ୍ଡ ମାଟିରେ ଭାରତୀୟ ଟିମ୍‌ ନ୍ୟୁଜିଲାଣ୍ଡ ବିପକ୍ଷରେ ପୂର୍ବରୁ ଯେଉଁ ୩ଟି ମ୍ୟାଚ୍‌ ଖେଳିଛି, ସଂଯୋଗ ବଶତଃ ଏହା ଜୁନ ୧୨ ରୁ ୧୪ ମଧ୍ୟରେ ଖେଳାଯାଇଛି। ଚଳିତ ବିଶ୍ୱକପ୍‌ରେ ମଧ୍ୟ ସମାନ ପ୍ରକାରର ସମୟ ଭାରତ ଓ ନ୍ୟୁଜିଲାଣ୍ଡ ପାଇଁ ଆସିଛି। ମାତ୍ର ଏଥର ଭାରତୀୟ ଟିମ୍‌ ବିଶ୍ୱର ଅନ୍ୟତମ ଶକ୍ତିଶାଳୀ ଭାବେ ଉଭା ହୋଇଥିବାରୁ ବିଜୟ ନେଇ ଅନେକ ଆଶା ରଖିଛି।  ଅନ୍ୟପଟରେ ଟିମ୍‌ ଇଣ୍ଡିଆର ବରିଷ୍ଠ ଓପନର ଶିଖର ଧାଓ୍ଵନଙ୍କ ଅନୁପସ୍ଥିତି ନେଇ ଦଳ ପାଇଁ କେମିତି ପ୍ରୋତ୍ସାହନ ଯୋଗାଇବ, ତାହା ସମୟ କହିବ। ଅଷ୍ଟ୍ରେଲିଆ ବିପକ୍ଷରେ ଭାରତର ମ୍ୟାଚ୍‌ରେ ଧାଓ୍ଵନ ଆହତ ହୋଇଥିଲେ। 

 

  • Tags: