Home > କ୍ରୀଡ଼ା
କରୋନା ଭାଇରସ ଲାଗି ଆଇପିଏଲ୍‌ର ଆୟୋଜନ ପରେ ହୋଇପାରେ: ମହାରାଷ୍ଟ୍ର ସ୍ୱାସ୍ଥ୍ୟମନ୍ତ୍ରୀ
Khabar Odisha:Sports-cricket-IPL-can-be-held-on-a-later-date-says-maharashtra-health-minister

ନାଗପୁର, ମାର୍ଚ୍ଚ ୦୮ (ଖବର ଓଡ଼ିଶା): ମହାରାଷ୍ଟ୍ରର ସ୍ୱାସ୍ଥ୍ୟମନ୍ତ୍ରୀ ରାଜେଶ ଟୋକେ ଶନିବାର କହିଛନ୍ତି, ଦେଶବ୍ୟାପୀ କରୋନା ଭାଇରସର ବିପଦକୁ ଦୃଷ୍ଟିରେ ରଖି ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍‌)ର ଆୟାଜନ ପରେ କରାଯାଇପାରେ। ସାମ୍ବାଦିକ ସମ୍ମିଳନୀରେ ଟୋପେ ଗଣମାଧ୍ୟମର ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି ଯେ, ଯେତେବେଳେ ବହୁ ସଂଖ୍ୟାରେ ଲୋକ ଏକାଠି ହୁଅନ୍ତି, ସଂକ୍ରମକ ଖୁବ ଶୀଘ୍ର ବ୍ୟାପିବାର ସମ୍ଭାବନା ଥାଏ। ଏଭଳି ଆଇପିଏଲ ଆୟୋଜନ ପାଇଁ ସଠିକ ସମୟ ନୁହେଁ। ଏହାକୁ ପରେ ଆୟୋଜନ କରାଯିବା ଦରକାର।

ଟୋପେ କହିଛନ୍ତି, ଆଇପିଏଲ୍‌କୁ ସ୍ଥଗିତ କରିବା ସଂପର୍କରେ କଥାବାର୍ତ୍ତା ଚାଲିଛି। ଏସଂପର୍କରେ ଘୋଷଣା କରାଯିବ। ଆଇପିଏଲ୍ ମ୍ୟାଚ୍ ଆରମ୍ଭ ହେବାକୁ ୨୦ ଦିନ ବାକି ଥିବା ବେଳେ ମହାରାଷ୍ଟ୍ର ମନ୍ତ୍ରୀଙ୍କ ଏହି ବୟାନ ଆସିଛି। ଏହାର ଆୟୋଜନ ମାର୍ଚ୍ଚ ୨୯ରୁ ଆରମ୍ଭ ହେବ। ଉଦଘାଟନୀ ମ୍ୟାଚ ମୁମ୍ବାଇର ଓ୍ଵାଙ୍ଖଡେ ଷ୍ଟାଡିୟମରେ ଖେଳାଯିବ। ଚାମ୍ପିଅନ ମୁମ୍ବାଇକୁ ଭେଟିବ ଚେନ୍ନାଇ ସୁପର କିଙ୍ଗସ।

ସୂଚନାଯୋଗ୍ୟ ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ସଭାପତି ସୌରଭ ଗାଙ୍ଗୁଲି କହିଥିଲେ, ଆଇପିଏଲର ଆୟୋଜନ ନିର୍ଦ୍ଧାରିତ ତାରିଖରେ ହେବ। କରୋନା ଭାଇରସରୁ ବର୍ତ୍ତିବା ପାଇଁ ଯଥାସମ୍ଭବ ପଦକ୍ଷେପ ନିଆଯିବ।

 

  • Tags: