Home > କ୍ରୀଡ଼ା
ଦ୍ୱିତୀୟ ଟି-୨୦: ତିରୁଅନନ୍ତପୁରମରେ ୱେଷ୍ଟଇଣ୍ଡିଜ ଠାରୁ ଭାରତ ହାରିବାର ୫ଟି କାରଣ
Khabar Odisha:Sports-cricket-India-Vs-West-Indies-the-five-reason-behind-India-lost-to-Indies-in-Thirivanantapuram

ନୂଆଦିଲ୍ଲୀ, ଡିସେମ୍ବର ୦୯ (ଖବର ଓଡ଼ିଶା): ହାଇଦ୍ରାବାଦରେ ଯେତେବେଳେ ଭାରତ ୬ ୱିକେଟରେ ୱେଷ୍ଟଇଣ୍ଡିଜକୁ ପରାସ୍ତ କରିଥିଲା, ସେହି ସମୟରେ କେହି ଭାବି ନ ଥିଲେ ଯେ, ଟିମ ତିରୁଅନନ୍ତପୁରମରେ ଏଭଳି ଶୋଚନୀୟ ଭାବେ ପରାଜିତ ହେବ । ଭାରତ ପ୍ରଥମେ ବ୍ୟାଟିଂ କରି ୧୭୦ ରନ କରିବା ପରେ ଜବାବରେ ଅତିଥି ଟିମ ୨ଟି ୱିକେଟ ହରାଇ ୧୭୩ ରନ କରିବା ସହିତ ଏହି ମ୍ୟାଚ ଜିତିଥିଲା ।  ତିରୁଅନନ୍ତପୁରମରେ ଭାରତ ପାଇଁ ଆରମ୍ଭରୁ ସବୁ କିଛି ଠିକ ନ ଥିଲା । 

ଭାରତ ହାରିବାର ୫ଟି କାରଣ

ଭାରତ ଯେତେବେଳେ ଟସ ହାରି ବ୍ୟାଟିଂ କରିଥିଲା, ସେତେବେଳେ ଜଣାପଡୁଥିଲା ଯେ, ବ୍ୟାଟିଂ ପାଇଁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ହୋଇଛି । ମାତ୍ର ଭାରତୀୟ ବ୍ୟାଟ୍ସମ୍ୟାନ ଆରମ୍ଭରୁ ଭଲ ବ୍ୟାଟିଂ କରିଥିଲେ ହେଁ ପରେ ରନ ପାଇଁ ସଂଘର୍ଷ କରିଥିଲେ । ୱେଷ୍ଟଇଣ୍ଡିଜ ବଲର ଜାଣି ପାରିଥିଲେ ଯେ, ସ୍କୋର କମ ହେବ । ରୋହିତ ଶର୍ମା, କେଏଲ ରାହୁଲ, ବିରାଟ କୋହଲି ଓ ରବୀନ୍ଦ୍ର ଜାଜେଦା ବୋଲରଙ୍କୁ ଜାଣିପାରି ନ ଥିଲେ । 

ମ୍ୟାଚରେ ଭାରତର ଫିଲ୍ଡିଙ୍ଗ ନୈରାଶ୍ୟଜନକ ଥିଲା । ବାରମ୍ବାର କ୍ୟାଚ ଛାଡୁଥିଲେ ଫିଲ୍ଡର । ଲୁଇସ ଓ ସିମନସ ୫ମ ଓଭରରେ ଜୀବନଦାନ ପାଇଥିଲେ । ଭାରତୀୟ ଖେଳାଳିମାନେ ଉତ୍ସାହିତ ନ ଥିଲେ । 

ୱାଶିଂଟନ ସୁନ୍ଦର ନିଜର ପ୍ରଥମ ଓଭରରେ ପ୍ରଭାବିତ କରିଥିଲେ କିନ୍ତୁ ଏହା ପରେ ଲୁଇସ ବିସ୍ଫୋରକ ବ୍ୟାଟିଂ ଆରମ୍ଭ କରି ଦେଇଥିଲେ । ରବୀନ୍ଦ୍ର ଜାଦେଜାଙ୍କ ଅବସ୍ଥା ମଧ୍ୟ ସମାନ ଥିଲା । ନିକୋଲାସ ପୂରନ ଓ ହେଟମେୟର ସ୍ପିନରଙ୍କ ଉପରେ ପ୍ରଭାବ ଜାରି ରଖିଥିଲେ । ସୁନ୍ଦର ୨୬ ରନ ଦେଇଥିଲେ । ୟୁଜବେନ୍ଦ୍ର ଚହଲ ୩ ଓଭର ବୋଲିଂ କରି ୩୬ ରନ ଖର୍ଚ୍ଚ କରିଥିବା ବେଳେ ଜାଦେଜା ୨ ଓଭର ବୋଲିଂ କରି ୨୨ ରନ ଦେଇଥିଲେ । ସେହିପରି ଭାରତୀୟ ଦୃତବୋଲରମାନେ ମଧ୍ୟ ବିଫଳ ହୋଇଥିଲେ । ଦୀପକ ଚହର ଓ ଭୁବନେଶ୍ୱର କୁମାରଙ୍କ ବୋଲିଂର ପ୍ରଭାବ ନ ଥିଲା । ସବୁଠାର ବଡ଼ କଥା ହେଲା ଯେ, ଭାରତୀୟ ଟିମ ବିନା ରଣନୀତିରେ ପଡ଼ିଆକୁ ଓହ୍ଲାଇଥିବା ଭଳି ଅନୁମାନ ହେଉଥିଲା । ଅପରପକ୍ଷେ ୱେଷ୍ଟଇଣ୍ଡିଜ ଭଲ ବ୍ୟାଟିଂ କରିବା ସହିତ ବୋଲିଂ ଓ ଫିଲ୍ଡିଂ ଦିଗରେ ଅନେକ ସଂଶୋଧନ ଆଣିଥିଲା । 

  • Tags: