Home > କ୍ରୀଡ଼ା
୧୯ ବର୍ଷରୁ କମ ଏସିଆ କପରେ ପାକିସ୍ତାନକୁ ପରାସ୍ତ କଲା ଭାରତ, ଅର୍ଜୁନ-ତିଲକଙ୍କ ଶତକ
Khabar Odisha:Sports-cricket-U-19-Asia-cup-Tilak-Verma-Arjun-Azad-score-ton-as-India-beats-Pakistan-by-60-runs

ନୂଆଦିଲ୍ଲୀ, ସେପ୍ଟେମ୍ବର ୦୮ (ଖବର ଓଡ଼ିଶା): ୧୯ ବର୍ଷରୁ କମ ଏସିଆ କପରେ ପାକିସ୍ତାନକୁ ଭାରତ ପରାସ୍ତ କରିଛି । ଏସିଆ କପ ଅନ୍ତର୍ଗତ ଖେଳାଯାଇଥିବା ଏହି ମ୍ୟାଚରେ ଭାରତୀୟ ପ୍ରଶଂସକମାନେ ଉତ୍ସାହିତ ହୋଇଛନ୍ତି । ଭାରତ ୬୦ ରନ ବ୍ୟବଧାନରେ ପାକିସ୍ତାନକୁ ପରାସ୍ତ କରିଛି । ଏହି ମ୍ୟାଚର ନାୟକ ସାଜିଛନ୍ତି ତିଲକ ବିକ୍ରମ ଓ ଅର୍ଜୁନ ଆଜାଦ । ପାକିସ୍ତାନକୁ ପରାସ୍ତ କରିବା ପରେ ଭାରତ ସେମିଫାଇନାଲରେ ପ୍ରବେଶ କରିଛି । ୫୦-୫୦ ଓଭର ମ୍ୟାଚରେ ଭାରତୀୟ ଟିମ ୯ ୱିକେଟରେ ୩୦୫ ରନ ସଂଗ୍ରହ କରିଥିଲା । ଜବାବରେ ପାକିସ୍ତାନ ଟିମ ଭାରତୀୟ ବୋଲରଙ୍କ ଦ୍ୱାରା ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ପୂରା ଟିମ ୨୪୫ ରନରେ ଆଉଟ ହୋଇଯାଇଥିଲା । ଏହି ଟୁର୍ଣ୍ଣାମେଣ୍ଟରେ ଭାରତର କ୍ରମାଗତ ବିଜୟ । ଏହା ପୂର୍ବରୁ କୁତଏବକୁ ଭାରତ ପରାସ୍ତ କରିଥିଲା । 

ଟାଏରୋନ ଫର୍ଣ୍ଣାଡୋ ଷ୍ଟାଡିୟମରେ ଭାରତୀୟ ଟିମ ଟସ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଓପନର ଅର୍ଜୁନ ଆଜାଦ ଆରମ୍ଭରୁ ଭଲ ବ୍ୟାଟିଂ କରିଥିଲେ । ଅନ୍ୟପାଶ୍ୱର୍ରେ ଥିବା ଖେଳାଳି ସୁଦେବ ପାର୍କର ୩ ରନ କରି ଆଉଟ ହୋଇଥିଲେ । ସେହି ସମୟରେ ଭାରତର ସ୍କୋର ୩୮ ରନ ଥିଲା । ଏହା ପରେ ଅର୍ଜୁନଙ୍କ ସହିତ ତିଲକ ବର୍ମା ଖେଳିଥିଲେ । ଉଭୟ ବ୍ୟାଟ୍ସମ୍ୟାନ ଶତକ ବଳରେ ଭାରତର ସ୍କୋର ୩୦୫ରେ ପହଞ୍ଚିଥିଲା । 

ମ୍ୟାନ ଅଫ ଦ ମ୍ୟାଚ ଅଜୁର୍ନ ୧୧୧ ବଲରେ ୧୧ ଚୌକା ଓ ୪ ଛକା ମାରିଥିଲେ । ସେ ୧୨୧ ରନ ଯୋଡ଼ିଥିଲେ । ସେହିପରି ତିଲକ ୧୧୯ ବଲ ଖେଳି ୧୦ ଚୌକା ଓ ୧ ଛକା ବଳରେ ଶତକ ହାସଲ କରିଥିଲେ । ସେହପରି ଶାଶ୍ୱତ ରାୱତ ୧୮ ରନ, ଅଥର୍ବ ଅଙ୍କୋଲେକର ଅପରାଜିତ ୧୬ ରନ କରିଥିଲେ । ପାକିସ୍ତାନ ପାଇଁ ନସୀମ ଶାହ ଓ ଅବାସ ଆଫ୍ରିଦୀ ୩-୩ ୱିକେଟ ନେଇଥିଲେ । 

  • Tags: