Home > କ୍ରୀଡ଼ା
ମହେନ୍ଦ୍ର ସିଂହ ଧୋନୀଙ୍କୁ ପ୍ରଶଂସାରେ ପୋତିଲେ ଯୁଜବେନ୍ଦ୍ର ଚହଲ
Khabar Odisha:Sports-cricket-Yujavendra-Chahal-prises-Mahendra-Singh-Dhoni

ନୂଆଦିଲ୍ଲୀ, ମଇ ୧୫ (ଖବର ଓଡ଼ିଶା): କିଛି ମାସ ତଳେ ଘରୋଇ ପଡିଆରେ ଅଷ୍ଟ୍ରେଲିଆ ଠାରୁ ୨-୩ରେ ହାରିବା ବ୍ୟତୀତ ଭାରତୀୟ ଟିମ ସବୁବେଳେ ନିଜର ପ୍ରତିଭା ଦେଖାଇବାରେ ସଫଳତା ହାସଲ କରିଛି । ଏହି ସଫଳତାରେ ବାମହାତୀ ସ୍ପିନର ୟୁଜବେନ୍ଦ୍ର ଚହଲ ଏବଂ କୁଲଦୀପ ଯାଦବଙ୍କ ବଡ଼ ଭୂମିକା ରହିଛି । ପଦାର୍ପଣ ପରେ ଉଭୟ ବୋଲର ୧୫୯ଟି ୱିକେଟ ନେଇଛନ୍ତିଏବଂ ଭାରତକୁ ଦକ୍ଷିଣ ଆଫ୍ରିକା ତଥା ଅଷ୍ଟ୍ରେଲିଆରେ ଦିନିକିଆ ଶୃଙ୍ଖଳାରେ ବଡ଼ ବିଜୟ ଦେଇଛନ୍ତି । 

ଚହଲଙ୍କ ଅନୁସାରେ ଏହି ଯୋଡ଼ିଙ୍କ ମଧ୍ୟରେ ଭରସା ଅଛି ଯେ, ସେମାନେ ସଫଳତା ଦେବାରେ ବଡ଼ କାମ କରିଛନ୍ତି । ଚହଲ ମଙ୍ଗଳବାର ଯୁଜବେନ୍ଦ୍ରଚହଲ ଡଟ କ୍ଲବ ନାମରେ ଏକ ୱେବସାଇଟ ଉନ୍ମୋଚନ କରିବା କହିଛନ୍ତି, ଆମେ ଉଭୟ ଜଣେ ଅନ୍ୟକୁ ବହୁଦିନରୁ ବ୍ୟକ୍ତିଗତ ଭାବେ ଜାଣିଛୁ । ଏଥିପାଇଁ ଆମେ ଭଲ ଯୋଗାଯୋଗ କରି ବୋଲିଂ କରିଥାଉ । ଯଦି ସେ ପ୍ରଥମେ ବୋଲିଂ କରନ୍ତି, ତା’ ହେଲେ ମୋକେ ପରାମର୍ଶ ଦିଅନ୍ତି ଯେ, କେଉଁଠି ବଲ ପକାଇବାକୁ ହେବ ଏବଂ ମୁଁ ମଧ୍ୟ ସେମିତି କରିଥାଏ । 

ଭାରତୀୟ ଟିମର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କୁ ମଧ୍ୟ ଚହଲ ପ୍ରଶଂସାରେ ପୋତିଛନ୍ତି । ଚହଲ କହିଛନ୍ତି, ମାହୀ ଭାଇ (ମହେନ୍ଦ୍ର ସିଂହ ଧୋନୀ) ମଧ୍ୟ ପରାମର୍ଶ ଦେଇଥାନ୍ତି । ମାହୀ ଭାଇ ଏହା କରି ପରାମର୍ଶ ଦେଇଥାନ୍ତି ଯେ, କେମିତି ୱିକେଟ ନିଆଯାଇ ପାରିବ । ଏଥି ସହିତ ବିରାଟ ଭାଇ ଏବଂ ରୋହିତ ଭାଇ ମଧ୍ୟ ବହୁତ ସହଯୋଗ କରିଥାନ୍ତି । ଆମର ଟିମରେ ଅନେକ ଗୁଡ଼ିଏ ଅଧିନାକୟ ଅଛନ୍ତି ଏବଂ ଜଣେ ଅନ୍ୟର ସମ୍ମାନ କରିଥାନ୍ତି । 

 

  • Tags: