Home > କ୍ରୀଡ଼ା
୬୦୦୦ରୁ ଅଧିକ ରନ ଓ ୩୦୦ ଓ୍ଵିକେଟ୍ ନେଇଥିବା ଏହି ଖେଳାଳିଙ୍କୁ ଚୟନକର୍ତ୍ତା ଦେଲେ ସୁଯୋଗ
Khabar Odisha:Sports-cricket-odisha--jalaj-saxena-selection-in-india-a-as-krishnappa-gowtham-for-first-unofficial-test-against-sa-a
ନୂଆଦିଲ୍ଲୀ, ସେପ୍ଟେମ୍ବର ୮ (ଖବର ଓଡ଼ିଶା):

 ଶେଷରେ ଅଲରାଉଣ୍ଡର ଜଲଜ ସକ୍ସେନାଙ୍କ ବହୁ ପ୍ରତୀକ୍ଷାର ଅନ୍ତ ଘଟିଲା। ପ୍ରଥମ ଶ୍ରେଣୀ କ୍ରିକେଟରେ ୬ ହଜାରରୁ ଅଧିକ ରନ କରିଥିବା ଏବଂ ୩୦୦ ଓ୍ଵିକେଟ୍ ନେଇଥିବା ଏହି ଅଲରାଉଣ୍ଡରଙ୍କୁ ଭାରତୀୟ ଏ ଦଳରେ ସୁଯୋଗ ମିଳିଲା। ଜଲଜଙ୍କୁ  ଭାରତୀୟ ଦଳର ସିନିୟର ଚୟନ କମିଟି କୃଷ୍ଣପା ଗୌତମଙ୍କ କଭର ଖେଳାଳି ଭାବେ ଚୟନ କରାଯାଇଛି। ଉଲ୍ଲେଖଯୋଗ୍ୟ, ଭାରତୀୟ ଏ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିରୁଅନନ୍ତପୁରମରେ ପ୍ରଥମ ଅନଅଫିସିଆଲ ଟେଷ୍ଟ ମ୍ୟାଚ୍ ସୋମବାର ଖେଳାଯିବାର ଅଛି। 

୧୧୩ଟି ପ୍ରଥମ ଶ୍ରେଣୀ କ୍ରିକେଟ୍ ଖେଳିଥିବା ଜଲଜ ସକ୍ସେନା ଗତ ୧୪ ବର୍ଷରେ ବୋଲିଂ ଓ ବ୍ୟାଟିଂରେ ଜବରଦସ୍ତ ପ୍ରଦର୍ଶନ କରିଛନ୍ତି। ଜଲଜଙ୍କୁ ୨୦୧୭-୧୮ରେ ଭଲ ପ୍ରଦର୍ଶନ ପାଇଁ ବିସିସିଆଇ ଆଓ୍ଵାର୍ଡ ମଧ୍ୟ ମିଳି ସାରିଛି। ଜଲଜ ଏମିତି ଭାରତୀୟ ଓ ଦୁନିଆର ଷଷ୍ଠ ଖେଳାଳି ଯିଏ ଦୁଇ ଥର ପ୍ରଥମ ଶ୍ରେଣୀ କ୍ରିକେଟରେ ଶତକ ପରେ ୮ ଓ୍ଵିକେଟ୍ ନେବାର ରେକର୍ଡ କରିଛନ୍ତି।

ଜଲଜ ସକ୍ସେନା  ହିଁ ନୁହଁ ଭାରତୀୟ ଏ ଦଳର ଅନେକ ଯୁବ ଖେଳାଳିଙ୍କ ଉପରେ ଚୟନକର୍ତ୍ତାଙ୍କ ନଜର ରହିଛି। ଦକ୍ଷିଣ ଆଫ୍ରିକା ବିପକ୍ଷରେ ଶୁଭମାନ ଗିଲ, କେଏସ ଭରତ, ବିଜୟ ଶଙ୍କର, ଶିବନ ଦୁବେ, ଋତୁରାଜ ଗାଏକଓ୍ଵାଡଙ୍କ ପରି ଖେଳାଳିଙ୍କ ଉପରେ ଚୟନକର୍ତ୍ତାଙ୍କ ନଜର ରହିଛି। ଏହି ସବୁ ଖେଳାଳିଙ୍କ ଉଦ୍ଦେଶ୍ୟ ଭାରତୀୟ ଏ ଦଳ ପାଇଁ ଭଲ ପ୍ରଦର୍ଶନ କରି ଭାରତୀୟ ଦଳରେ ସାମିଲ ହେବା।

ଉଲ୍ଲେଖଯୋଗ୍ୟ, ଭାରତୀୟ ଏ ଓ ଦକ୍ଷିଣ ଆଫ୍ରିକା ଏ ମଧ୍ୟରେ ଦ୍ଵିତୀୟ ଅନଅଫିସିଆଲ ଟେଷ୍ଟ ସେପ୍ଟେମ୍ବର ୧୭ରୁ ଆରମ୍ଭ ହେବ। ଏଥିରେ ଓପନିଂ ବ୍ୟାଟସମ୍ୟାନ ରୂପେ ପ୍ରିୟାଙ୍କ ପାଞ୍ଚାଲ ଓ ଅଭିମନ୍ୟ ଈଶ୍ଵରନ ନଜର ଆସିବେ। ଉଭୟ ଗୁଜରାତ ଓ ପଶ୍ଚିମବଙ୍ଗ ପାଇଁ ଖୁବ୍ ରନ କରିଛନ୍ତି। ଈଶ୍ଵରନ ଦୁଲୀପ ଟ୍ରଫି ଫାଇନାଲରେ ଶତକ ହାସଲ କରିଥିଲେ। 

ଭାରତୀୟ ଏ

ଶୁଭମାନ ଗିଲ(ଅଧିନାୟକ), ଋତୁରାଜ ଗାଏକଓ୍ଵାଡ, ଅନମୋଲପ୍ରୀତ ସିଂହ, ରିକି ଭୁଇ, ଅଙ୍କିତ ବାଓ୍ଵନେ, କେଏସ ଭରତ, କେ ଗୌତମ, ଶାହବାଜ ନଦୀମ, ଶାର୍ଦ୍ଦୁଳ ଠାକୁର, ମହମ୍ମଦ ସିରାଜ, ତୁଷାରଦେଶ ପାଣ୍ଡେ, ଶିବମ ଦୁବେ, ବିଜୟ ଶଙ୍କର। 

ଦକ୍ଷିଣ ଆଫ୍ରିକା ଏ

ଆଡମ ମାର୍କରମ(ଅଧିନାୟକ), ଟିଡେ ବ୍ରୁଇନ, ଜୁବେର  ହମଜା, ଲୁଙ୍ଗି ଏନଗିଡି, ଜର୍ଜ ଲିଣ୍ଡେ, ପିଟର ମଲାନ, ଏଡି ମୁରେ, ସେନୁରାମ ମୁଥୁସ୍ଵାମୀ, ମାର୍କୋ ଜନସନ, ଡେନ୍ ପିଟ, ଭିଆନ ମୁଲଡର, ହେନରିଚ କ୍ଲାସେନ, ଲୁଥୋ ସିପାମ୍ପ୍ଲା, ଖାୟୋ ଜୋଣ୍ଡୋ।