Home > କ୍ରୀଡ଼ା
ଶିଖର ଧାୱନଙ୍କୁ ହେୟରଲାଇନ ଫ୍ୟାକଚର, ଏବେ ହେବନି ରିପ୍ଲେସମେଣ୍ଟ
Khabar Odisha:Sports-cricket-odisha-big-relief-for-team-india-injured-shikhar-dhawan-is-not-out-from-the-world-cup
ଇଂଲଣ୍ଡ, ଜୁନ ୧୧(ଖବର ଓଡିଶା):

ବିଶ୍ୱକପରେ ଅଷ୍ଟ୍ରେଲିଆ ବିପକ୍ଷରେ ଆହାତ ହୋଇଥିବା ଟିମ୍ ଇଣ୍ଡିଆର ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ଶିଖର ଧାୱନ ବିଶ୍ୱକପରୁ ବାଦ୍ ପଡି ନାହାନ୍ତି । ମଙ୍ଗଳବାର ବିଳମ୍ୱିତ ସନ୍ଧ୍ୟାରେ ଶିଖର ଧାୱନଙ୍କ ଆଘାତ ଉପରେ ଫାଇନାଲ ରିପୋର୍ଟ ଆସିଛି । ଏଥିରେ ଜଣା ପଡିଛି ଯେ ତାଙ୍କ ଆଙ୍ଗୁଠିରେ ହେୟରଲାଇନ ଫ୍ୟାକଚର ହୋଇଛି । ଏହି ରିପୋର୍ଟ ପରେ ବିସିସିଆଇ ଓ ଟିମ୍ ମ୍ୟାନେଜମେଣ୍ଟ ନିଷ୍ପତ୍ତି ନେଇଛି ଯେ, ଆଗାମୀ ଏକ ସପ୍ତାହ ପର‌୍ୟ୍ୟନ୍ତ ଶିଖର ଧାୱନ ଟିମ୍ ସହିତ ଡାକ୍ତରଙ୍କ ଅନୁଧ୍ୟାନରେ ରହିବେ । 

ଧାୱନଙ୍କ ଆଙ୍ଗୁଠିର ଫାଇନାଲ ରିପୋର୍ଟ ଆସିବା ପରେ ଟିମ୍ ଇଣ୍ଡିଆର ଚିନ୍ତା ଦୂର ହୋଇଛି, କାରଣ ଧାୱନଙ୍କ ଆଘାତ ଅଳ୍ପ ଦିନରେ ଠିକ୍ ହେବାର ସମ୍ଭାବନା ରହିଛି ଏବଂ ସମ୍ପୂର୍ଣ୍ଣ ଭାବେ ଫିଟ୍ ହେବା ପରେ ସହଜରେ ପ୍ଲେଇଂ ୧୧ରେ ରହିପାରିବେ । କିନ୍ତୁ ପରବର୍ତ୍ତୀ କିଛି ମ୍ୟାଚ ସେ ଖେଳିପାରିବେ ନାହିଁ । 

ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚର ହିରୋ ଶିଖର ଧାୱନ ଦ୍ରୁତ ବୋଲର ନାଥାନ କୁଲଟର ନାଇଲଙ୍କ ବଲରେ ଆହାତ ହୋଇତିଲେ । ଆହାତ ହେବା ପରେ ମଧ୍ୟ ସେ ପଡିଆରେ ଖେଳିଥିଲେ । ବହୁତ କଷ୍ଟ ହେବା ପରେ ମଧ୍ୟ ଧାୱନ ୧୦୯ଟି ବଲରୁ ଦମ୍‌ଦାର ୧୧୭ ରନର ଶତକୀୟ ଇନିଂସ ଖେଳିଥିଲେ । ଆଘାତ କାରଣରୁ ଶିଖର ଧାୱନ ଫିଲ୍ଡିଂ କରିବା ପାଇଁ ପଡିଆକୁ ଆସିନଥିଲେ । ତାଙ୍କ ସ୍ଥାନରେ ରବୀନ୍ଦ୍ର ଜାଡେଜା ୫୦ ଓଭର ଫିଲ୍ଡିଂ କରିଥିଲେ ।