Home > କ୍ରୀଡ଼ା
ଚାପେଲଙ୍କ ପାଇଁ ଆହତ ହୋଇଥିଲେ ଯୁବରାଜ, ନଚେତ ସବୁ ରେକର୍ଡ ଭାଙ୍ଗିଥାନ୍ତା: ଯୋଗରାଜ ସିଂହ
Khabar Odisha:Sports-cricket-odisha-cannot-forgive-greg-chappell-yuvraj-singhs-father-yograj-singh
ପଞ୍ଜାବ, ଜୁନ୍ ୧୨(ଖବର ଓଡିଶା) :

ଯୁବରାଜ ସିଂହଙ୍କ ବାପା ଯୋଗରାଜ ସିଂହଙ୍କ ଆରୋପ ଯେ, ଗ୍ରେଗ ଚାପେଲଙ୍କ ପାଇଁ ତାଙ୍କ ପୁଅ ଆହତ ହୋଇଥିଲା । ଏଥିପାଇଁ ସେ କେବେବି ତାଙ୍କୁ କ୍ଷମା କରିବେ ନାହିଁ । ଯୋଗରାଜ ଇଂରାଜି ଖବରକାଗଜ ଇଣ୍ଡିଆନ ଏକ୍ସପ୍ରେସ୍ ସହିତ କଥାବାର୍ତ୍ତାରେ କହିଥିଲେ ଯେ, ଯଦି ଯୁବରାଜକୁ ଖୋ-ଖୋ ଖେଳିବା ସମୟରେ ଆଘାତ ଲାଗିନଥାନ୍ତା ସେ ସବୁ ରେକର୍ଡ ଭାଙ୍ଗିଥାନ୍ତା । 

 ସେ କହିଥିଲେ ଯେ, ଯେବେ ଗ୍ରେଗ ଚାପେଲ ଭାରତୀୟ ଦଳର କୋଚ ଥିଲେ, ସେତେବେଳେ ଖୋ-ଖୋ ଖେଳିବା ସମୟରେ ଯଦି ଯୁବରାଜକୁ ଆଣ୍ଠୁରେ ଆଘାତ ଲାଗିନଥାନ୍ତା, ତେବେ ସେ ଦିନିକିଆ ଓ ଟି-୨୦ର ସବୁ ରେକର୍ଡ ଭାଙ୍ଗିଦେଇଥାନ୍ତା । ମୁଁ ଏଥିପାଇଁ ଚାପେଲଙ୍କୁ କେବେ କ୍ଷମା କରିବି ନାହିଁ । ସୂଚନାଯୋଗ୍ୟ ଯେ ଯୁବରାଜ ସିଂହ ଜୁନ ୧ ତାରିଖରେ ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଥିଲେ ।