Home > କ୍ରୀଡ଼ା
ଋଷଭ ପନ୍ତ ଓ କୁଲଦୀପ ହୋଟେଲ କରିଡୋରକୁ କରି ଦେଲେ ୨୨ ଗଜର ପିଚ୍, କଲେ ଅଭ୍ୟାସ୍
Khabar Odisha:Sports-cricket-odisha-hotel-corridor-turns-into-22-yard-strip-for-rishabh-pant-and-kuldeep-yadav
ପୋର୍ଟ ଅଫ ସ୍ପେନ,ଅଗଷ୍ଟ୧୧(ଖବର ଓଡ଼ିଶା):

ଭାରତୀୟ କ୍ରିକେଟ୍ ଦଳର ଓ୍ଵିକେଟ୍ କିପର ବ୍ୟାଟସମ୍ୟାନ ଋଷଭ ପନ୍ତ ଓ୍ଵେଷ୍ଟଇଣ୍ଡିଜ ବିପକ୍ଷ ଅନ୍ତିମ ଟି-୨୦ ଅନ୍ତରାଷ୍ଟ୍ରୀୟ ମ୍ୟାଚରେ ନିଜର ଲୟ ହାସଲ କରି ସାରିଛନ୍ତି ଏବଂ ସେ ଦିନିକିଆରେ ଭଲ ପ୍ରଦର୍ଶନ କରିବାକୁ ଉତ୍ସୁକ ହୋଇ ବସିଛନ୍ତି। ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍ ବର୍ଷା କାରଣରୁ ବାତିଲ୍ ହୋଇଛି। ତେଣୁ ୨୧ ବର୍ଷୀୟ ଏହି ଓ୍ଵିକେଟ୍ କିପର ବ୍ୟାଟସନ୍ୟାନ ଦ୍ଵିତୀୟ ଦିନିକିଆ ପାଇଁ ଏବେ ଝାଳବୁହା ଅଭ୍ୟାସ କରୁଛନ୍ତି।

ରବିବାର ଋଷଭ ପନ୍ତ ସାମାଜିକ ଗଣମାଧ୍ୟମରେ ଏକ ଭିଡ଼ିଓ ସେୟାର ରକିଛନ୍ତି, ଯେଉଁଥିରେ ସେ  ହୋଟେଲ କରିଡରରେ କୁଲଦୀପ ଯାଦବଙ୍କ ସହିତ ଅଭ୍ୟାସ କରୁଥିବା ନଜର ଆସୁଛନ୍ତି। ଏହି ଭିଡ଼ିଓରେ ରିଷ୍ଟ ସ୍ପିନର କୁଲଦୀପ ଯାଦବ  ହୋଟେଲର ଗଳିରେ ଋଷଭ ପନ୍ତଙ୍କୁ ବୋଲିଂ କରୁଛନ୍ତି। ଗ୍ଲୋବ୍ସ ପିନ୍ଧିଥିବା ପନ୍ତଙ୍କୁ କୁଲଦୀପଙ୍କ ଟର୍ଣ୍ଣ ନେଉଥିବା ବଲକୁ ଧରୁଥିବା ଦେଖିବାକୁ ମିଳିଛି। ପନ୍ତ ଏହି ଭିଡ଼ିଓକୁ ସେୟାର କରି ଲେଖିଛନ୍ତି ଯେ, Where ? When ? What ? Who ? .... No sorry ... I only know the “WHY” :) 

ଖରାପ ପାଣିପାଗ କାରଣରୁ ଅଭ୍ୟାସ୍ ଯେମିତି  ବାତିଲ ନହୁଏ, ଏଥିପାଇଁ ଟିମ୍ ଇଣ୍ଡିଆ ଦ୍ଵିତୀୟ ଦିନିକିଆର ଗୋଟିଏ ଦିନ ପୂର୍ବରୁ ଇଣ୍ଡୋର ଅଭ୍ୟାସ କରିଥିଲେ। ବିସିସିଆଇ ଅଭ୍ୟାସ କରୁଥିବା ଭାରତୀୟ ଦଳର ଅଧିନାୟକ ବିରାଟ କୋହଲିଙ୍କ ସମେତ ଅନ୍ୟ ଖେଳାଳିଙ୍କ ଫଟୋ ସେୟାର  କରିଛି। ଏହି ସମୟରେ ହିଟମ୍ୟାନ ରୋହିତ ଶର୍ମା ମଜା ଶୈଳୀରେ ଛତା ଧରି ବ୍ୟାଟିଂ କରିବାକୁ ପ୍ରସ୍ତୁତ ହେଉଥିବା ନଜର ଆସିଛନ୍ତି। 

ଉଲ୍ଲେଖଯୋଗ୍ୟ, ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ବର୍ଷା କାରଣରୁ ବାତିଲ ହୋଇଥିଲା। ଭାରତୀୟ ଦଳ ରବିବାର ପୋର୍ଟ ଅଫ ସ୍ପେନର କ୍ଵିନ୍ସ ଲାଣ୍ଡ ଓଭାଲ ମଇଦାନରେ ଆୟୋଜକ ଓ୍ଵେଷ୍ଟଇଣ୍ଡିଜ ବିପକ୍ଷ ହେବାକୁ ଥିବା ଦ୍ଵିତୀୟ ଦିନିକିଆରେ ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇବ।