Home > କ୍ରୀଡ଼ା
ରନ ମେସିନ କୋହଲିଙ୍କ ଆଉ ଏକ କିର୍ତ୍ତୀମାନ, ଏବେ ଗାଙ୍ଗୁଲିଙ୍କୁ ପଛରେ ପକାଇଲେ
Khabar Odisha:Sports-cricket-odisha-india-and-west-indiesvirat-kohli-becomes-second-highest-indian-run-getter-in-odi
ନୂଆଦିଲ୍ଲୀ, ଅଗଷ୍ଟ୧୧(ଖବର ଓଡ଼ିଶା):

 ବିଶ୍ଵରେ ବର୍ତ୍ତମାନ ସମୟରେ ମହାନ ବ୍ୟାଟସମ୍ୟାନ ବିରାଟ କୋହଲି ଏକଦିବସୀୟ ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ସବୁଠୁ ଅଧିକ ରନ କରିବା ମାମଲାରେ ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କୁ ପଛରେ ପକାଇଛନ୍ତି। ସେ ଏବେ ସର୍ବାଧିକ ରନ ହାସଲାରୀ ଭରାତୀୟ ବ୍ୟାଟସମ୍ୟାନଙ୍କ ତାଲିକାରେ ଦ୍ଵିତୀୟ ସ୍ଥାନରେ ପହଞ୍ଚିଛନ୍ତି। 

ଗାଙ୍ଗୁଲି ୩୧୧ ଏକଦିବସୀୟ ମ୍ୟାଚର ୩୦୦ଟି ଇନିଂସରୁ ୧୧୩୬୩ ରନ କରିଥିଲେ। ରବିବାର ଓ୍ଵେଷ୍ଟଇଣ୍ଡିଜ ବିପକ୍ଷ ମ୍ୟାଚରେ ବିରାଟ ନିଜର ୨୩୮ତମ ମ୍ୟାଚରେ ଗାଙ୍ଗୁଲିଙ୍କୁ ପଛରେ ପକାଇଛନ୍ତି। କୋହଲି ଏହି ମ୍ୟାଚରେ ୭୮ ରନ କରିବା ମାତ୍ରେ ଗାଙ୍ଗୁଲିକୁ ପଛରେ ପକାଇ ଭାରତର ଦ୍ଵିତୀୟ ସର୍ବାଧିକ ରନ ହାସଲକାରୀ ବ୍ୟାଟସମ୍ୟାନ ହୋଇଛନ୍ତି।

କୋହଲି ଏବେ ଏକଦିବସୀୟ କ୍ରିକେଟରେ ସବୁଠୁ ଅଧିକ ରନ କରିବା ବ୍ୟାଟସମ୍ୟାନ ତାଲିକାରେ ଅଷ୍ଟମ ସ୍ଥାନରେ ଅଛନ୍ତି। ଏହି ତାଲିକାରେ ସଚିନ ତେନ୍ଦୁଲକର(୧୮୪୨୬ ରନ) ଶୀର୍ଷରେ ଅଛନ୍ତି। ଶ୍ରୀଲଙ୍କାର କୁମାର ସାଙ୍ଗାକାରା(୧୪୨୩୪ ରନ) ଦ୍ଵିତୀୟ ଏବଂ ଅଷ୍ଟ୍ରେଲିଆର ରିକି ପଣ୍ଟିଂ(୧୩୪୦୭ ରନ) ତୃତୀୟରେ ଅଛନ୍ତି।