Home > କ୍ରୀଡ଼ା
୬ ଆଶାୟୀଙ୍କ ନାମ ସ୍ଥିର, ଅଗଷ୍ଟ ୧୫ ପରେ ଚୟନ କରାଯିବ ଭାରତୀୟ ଦଳର କୋଚ୍, କୋହଲିଙ୍କୁ ଦିଆଯିବନି ମହତ୍ଵ
Khabar Odisha:Sports-cricket-odisha-interviews-for-the-team-india-head-coach-can-take-place-after-independence-day
ନୂଆଦିଲ୍ଲୀ,ଅଗଷ୍ଟ୧୦(ଖବର ଓଡ଼ିଶା):

ଭାରତୀୟ କ୍ରିକେଟ୍ ଦଳର ନୂତନ କୋଚ୍ ଚୟନରେ ଆଉ କିଛି ଦିନ ବିଳମ୍ବ ହୋଇପାରେ କାରଣ ତିନି ସଦସ୍ୟ ବିଶିଷ୍ଟ କ୍ରିକେଟ୍ ପରାମର୍ଶଦାତା କମିଟି(ସିଏସି) କୋଚ୍ ପଦ ପାଇଁ ସାକ୍ଷାତକାର ଅଗଷ୍ଟ ୧୫ ପରେ ନେବେ। ପୂର୍ବରୁ କୁହାଯାଉଥିଲା ଯେ ଅଗଷ୍ଟ ୧୩ କିମ୍ବା ୧୪ରେ ଆଶାୟୀଙ୍କ ସାକ୍ଷାତକାର ନିଆଯାଇପାରେ। ସୂତ୍ର ଅନୁଯାୟୀ ଆଶାୟୀ କୋଚଙ୍କ ସାକ୍ଷାତକାରର ପୂରା ପ୍ରକ୍ରିୟା ଗୋଟିଏ ଦିନ ଲାଗିବ। କାରଣ ଆଶାୟୀଙ୍କ ତାଲିକାକୁ କାଣ୍ଟଛାଣ୍ଟ କରି ୬ ଜଣ କରାଯାଇଛି। କୋଚ୍ ଚୟନରେ କୋହଲିଙ୍କୁ ମହତ୍ଵ ଦିଆଯିବ ନାହିଁ ବୋଲି କୁହାଯାଉଛି।

ବିସିସିଆଇର ଜୈନକ ଅଧିକାରୀ କହିଛନ୍ତି ଯେ, ପୂର୍ବେ ଅଗଷ୍ଟ ୧୩ କିମ୍ବା ୧୪ରେ ସାକ୍ଷାତକାର ହେବ ବୋଲି କୁହାଯାଉଥିଲା।  ମାତ୍ର ଆଶାୟୀଙ୍କ ସର୍ଟ ଲିଷ୍ଟ କରିବା ପରେ କେବଳ ଛଅ ଜଣ ଲୋକଙ୍କୁ ସାକ୍ଷାତକାର ପାଇଁ ଚୟନ କରାଯାଇଛି। ଏହିସବୁଙ୍କ ସାକ୍ଷାତକାର ପାଇଁ ଗୋଟିଏ ଦିନ ପର୍ଯ୍ୟାପ୍ତ ବୋଲି ଅଧିକାରୀ କହିଛନ୍ତି। 

କଣ ବିରାଟ କୋହଲିଙ୍କ ସହିତ କୋଚ୍ ଚୟନ ବିଷୟରେ ଆଲୋଚନା କରାଯିବ ପ୍ରଶ୍ନର ଉତ୍ତରରେ ଜନୈକ ଅଧିକାରୀ କହିଛନ୍ତି ଯେ, ଯେଉଁଭଳି ମହିଳା ଦଳର କୋଚ୍ ଚୟନରେ ଅଧିନାୟକଙ୍କ ଭୂମିକା ନଥିଲା ଠିକ୍ ସେହିଭଳି ପୁରୁଷ କ୍ରିକେଟ୍ ଦଳର କୋଚ୍ ଚୟନରେ ଅଧିନାୟକଙ୍କୁ ସାମିଲ କରାଯିବ ନାହିଁ। 

ନା ଅଧିନାୟକ ନା ସିଓଏ

ସେ କହିଛନ୍ତି ଯେ, ମୋତେ ଲାଗୁନାହିଁ ଯେ ଏଥିରେ ଅଧିନାୟକଙ୍କୁ ସାମିଲ କରାଯିବ କାରଣ ଯେଉଁ ଗାଇଡ୍ ଲାଇନ୍ସ ଦିଆଯାଇଛି ସେହି ମୁତାବକ  ସେଥିରେ ସ୍ପଷ୍ଟ ନିର୍ଦ୍ଦେଶ ରହିଛି ଯେ, ଚୟନ ପ୍ରକ୍ରିୟା କିଏ ଯୋଗ ଦେବେ ଏବଂ କିଏ ନୁହଁ। ଏବେ କମିଟି ଉପରେ ନିର୍ଭର କରେ ଯେ ସେମାନେ କୋଚ୍ ପଦ ପାଇଁ କାହାକୁ ଚୟନ କରିବେ। ଏହି ପ୍ରକ୍ରିୟାରେ ନା ଅଧିନାୟକ ରହିବେ ନା ସିଓଏର କୌଣସି ଭୂମିକା ରହିବ। ଏହି ପ୍ରକ୍ରିୟା ମହିଳା ଦଳର କୋଚ୍ ନିଯୁକ୍ତିରେ ଆପଣା ଯାଇଥିଲା। 

ଏହା ମଧ୍ୟ କୁହାଯାଉଛି ଯେ, ପରାମର୍ଶଦାତା କମିଟି ନିଶ୍ଚିତ ରୂପେ ବିସିସିଆଇକୁ କିଛି ନାମ ଉପରେ ପ୍ରସ୍ତାବ ଦେବ ଏବଂ ଏହା ପରେ ବିସିସିଆଇ ଉପରେ ନିର୍ଭର କରେ ଯେ ଦଳର କୋଚ୍ କାହାକୁ କରାଯିବ। 

ଶାସ୍ତ୍ରୀ, ମୁଡି ଓ ହାସନ ସବୁଠୁ ଆଗରେ 

କୁହାଯାଉଛି ଯେ, ରବି ଶାସ୍ତ୍ରୀ, ଅଷ୍ଟ୍ରେଲିଆର ଟମ୍ ମୁଡି ଓ ନ୍ୟୁଜିଲାଣ୍ଡର ମାଇକ ହାସନ କୋଚ୍ ପଦ ଦୌଡ଼ରେ ଆଗରେ ଅଛନ୍ତି। ମୁଡି ଆଇପିଏଲ ଦଳ ସନରାଇଜର୍ସ ହାଇଦ୍ରାବାଦ ଓ ହାସନ କିଙ୍ଗ ଇଲେଭେନ ପଞ୍ଜାବ କୋଚ୍ ପଦରୁ ଇସ୍ତଫା ଦେଇଛନ୍ତି। ଅନ୍ୟ ପଟେ ଶାସ୍ତ୍ରୀ ବର୍ତ୍ତମାନ କୋଚ୍ ହୋଇଥିବା କାରଣରୁ ତାଙ୍କୁ ସିଧାସଳଖ କୋଚ୍ ଚୟନ ପ୍ରକ୍ରିୟାରେ ପ୍ରବେଶ ମିଳିଛି। ଏହା ମଧ୍ୟ ସମ୍ଭାବନା ଅଧିକ ଯେ ଶାସ୍ତ୍ରୀଙ୍କୁ ପୁଣି ଥରେ  କୋଚ୍ ପଦ ମିଳିପାରେ। ଅଧିନାୟକ ବିରାଟ କୋହଲି ମଧ୍ୟ ତାଙ୍କର ପକ୍ଷ ନେଇଥିଲେ।