Home > କ୍ରୀଡ଼ା
20 ବର୍ଷ ପରେ ବି ଶେଷ ହେବନି ରୋହିତ-ବିରାଟ ଝଗଡା: ଗାଭାସ୍କର
Khabar Odisha:Sports-cricket-odisha-rift-between-virat-kohli-and-rohit-sharma-wont-stop-even-after-20-years-says-former-indian-cricket-sunil-gavaskar
ନୂଆଦିଲ୍ଲୀ, ଅଗଷ୍ଟ 10(ଖବର ଓଡିଶା):

ଆଇସିସି କ୍ରିକେଟ ବିଶ୍ୱକପ 2019ରେ ସେମିଫାଇନାଲରେ ନ୍ୟୁଜିଲାଣ୍ଡ ଠାରୁ ପରାସ୍ତ ହେବା ପରେ ରୋହିତ ଓ ବିରାଟଙ୍କ ମଧ୍ୟରେ ମତଭେଦର କଥା ସାମ୍ନାକୁ ଆସିଥିଲା । ସୋସିଆଲ ମିଡିଆରେ ଦୁଇ ଖେଳାଳିଙ୍କର ନେତୃତ୍ୱ ନେବାର କ୍ଷମତା ଉପରେ ବିଶେଷ କରି ଚର୍ଚ୍ଚା ଜୋର ଧରିଥିଲା । କିନ୍ତୁ ସିଓଏ ଏହା ଉପରେ ଟିପ୍ପଣୀ ରଖି ମିଡିଆର ଗୁଡବ ବୋଲି କହିଥିଲା । ୱେଷ୍ଟଇଣ୍ଡିଜ ଗସ୍ତ ପୂର୍ବରୁ ବିରାଟ କୋହଲି ମଧ୍ୟ ନିଜେ କହିଥିଲେ ଯେ ଏମିତି କିଛି ହୋଇନାହିଁ ଏବଂ ଟିମ୍‌ରେ ସବୁ କିଛି ଠିକ୍ ଅଛି ବୋଲି କହିଥିଲେ । ଦଳର କୋଚ ମଧ୍ୟ ଏଭଳି କଥାକୁ ଖଣ୍ଡନ କରିଛନ୍ତି । 

କିନ୍ତୁ ଭାରତୀୟ ଦଳର ପୂର୍ବତନ ଅଧିନାୟକ ଓ ଓପନର ସୁନୀଲ ଗାଭାସ୍କର ଏକ କଲମରେ ଲେଖିଛନ୍ତି ଯେ, ରୋହିତ ଶର୍ମା ଓ ବିରାଟ କୋହଲି ଯେତେ ଚେଷ୍ଟା କଲେ ମଧ୍ୟ ତାଙ୍କ ଭିତରେ ସବୁଠିକ ଠିକ ହେବ ନାହିଁ । ଗାଭାସ୍କର ଲେଖିଛନ୍ତି ଯେ, ରୋହିତ ଓ ବିରାଟ ଛାତ ଉପରେ ଜୋରରେ ଚିତ୍କାର କରି ସବୁକିଛି ଠିକ୍ ଅଛି ବୋଲି କହିଲେ ମଧ୍ୟ ଏହି କାହାଣୀ ଶେଷ ହେବ ନାହିଁ । 

ଯେବେ ରୋହିତ ଶର୍ମା ଭଲ ଖେଳିପାରିବେ ନାହିଁ ଏବଂ ଫେଲ ହେବେ, ସେତେବେଳେ ସମସ୍ତେ ଏହା କହିବେ ଯେ, ରୋହିତ ଜାଣିଶୁଣି ଆଉଟ ହୋଇଛନ୍ତି । କେହି ଏହା ଭାବିବେ ନାହିଁ ଯେ, ଯଦି ସେ ଜାଣିଶୁଣି ଖରାପ ଖେଳିବେ ତେବେ ଦଳରୁ ବାଦ୍ ପଡିପାରନ୍ତି । ନିଜ କଲମରେ ଗାଭାସ୍କର ଲେଖିଛନ୍ତି ଯେ, ଏଭଳି କଥା ସେହି ଖେଳାଳି ପ୍ରଚାର କରିଥାନ୍ତି, ଯିଏ ନିଜେ ଚିନ୍ତିତ ଥିବ ଏବଂ ଏଭଳି କଥା ବିସ୍ତାର କରି ଟିମ୍‌ର ମାହୋଲ ମଧ୍ୟ ଖରାପ କରିଥାନ୍ତି । 

ସୁନୀଲ ଗାଭାସ୍କର ନିଜ କଥାକୁ ଆଗକୁ ଜାରି ରଖି ଲେଖିଥିଲେ, ଏଭଳି କଥା ଆରମ୍ଭ କରୁଥିବା ଖେଳାଳି ଦଳର ଭଲ କେବେ ବି ଚାହୁଁ ନଥିବ । ଇର୍ଷାରେ କିଛି ଖେଳାଳି ଏଭଳି କରିଥାନ୍ତି, ଯେଉଁଥିରେ ଦଳର କ୍ଷତି ହୋଇଥାଏ । ଗାଭାସ୍କରଙ୍କ କହିବା ଅନୁଯାୟୀ, ରୋହିତ ଓ ବିରାଟ ଯେତେ ଚେଷ୍ଟା କଲେ ବି ତାଙ୍କର ଝଗଡା ଲମ୍ୱା ସମୟ ଧରି ଚାଲିବ । ଦୁହେଁ ନିଜର ଦମଦାର ବ୍ୟାଟି ଦ୍ୱାରା ଦଳକୁ ନିଶ୍ଚିତ ଭାବେ ଜିତାଉଥିବେ, କିନ୍ତୁ ତାଙ୍କ ଝଗଡାର କାହାଣୀ 20 ବର୍ଷ ପରେ ବି ଶେଷ ହେବ ନାହିଁ । ମିଡିଆ ପ୍ରତ୍ୟେକ ମୋଡରେ ଏଭଳି ଖବର ସାମ୍ନାକୁ ଆଣିବା ସୁନିଶ୍ଚିତ । 

  • Tags: