Home > କ୍ରୀଡ଼ା
ଗିଲ୍‌ଙ୍କ ଦ୍ୱିଶତକ ଓ ନଦୀମଙ୍କ ଘାତ ବୋଲିଂ, 2-0ରେ ସିରିଜ ଜିତିଲା ଭାରତ-ଏ
Khabar Odisha:Sports-cricket-odisha-shubman-gill-smash-double-century-and-shahbaz-nadeem-2-fifer-team-india-a-lift-test-trophy-against-west-indies-a
ତ୍ରିନିଦାଦ, ଅଗଷ୍ଟ 10(ଖବର ଓଡିଶା):

ଭାରତ-ଏ ଓ ୱେଷ୍ଟଇଣ୍ଡିଜ-ଏ ମଧ୍ୟରେ ତ୍ରିନିଦାଦର ବ୍ରାଏନ ଲାରା ଷ୍ଟାଡିୟମରେ ଖେଳାଯାଇଥିବା ତିନି ମ୍ୟାଚ ବିଶିଷ୍ଟ ଅନୌପଚାରିକ ଟେଷ୍ଟ ସିରିଜର ଶେଷ ମ୍ୟାଚ ଡ୍ରରେ ଶେଷ ହୋଇଛି । ମ୍ୟାଚ ଡ୍ର ହେବାରୁ ଭାରତ-ଏକୁ କୌଣସି ଫରକ ପକାଇନଥିଲା, କାରଣ ଭାରତ-ଏ ପୂର୍ବରୁ 2-0ରେ ସିରିଜ କବ୍ଜା କରିସାରିଥିଲା ।

ଏହା ପୂର୍ବରୁ ପାଞ୍ଚ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜରେ ମଧ୍ୟ ଭାରତ –ଏ 4-1ରେ ବିଜୟ ଲାଭ କରିଥିଲା । ତୃତୀୟ ଟେଷ୍ଟ ମ୍ୟାଚରେ ୱେଷ୍ଟଇଣ୍ଡିଜର ଖେଳାଳିମାନେ ଭଲ ପ୍ରଦର୍ଶନ କରିଥିଲେ ଏବଂ ମ୍ୟାଚକୁ ଡ୍ର ରଖିବାରେ ସଫଳ ହୋଇଥିଲେ । ଏହି ମ୍ୟାଚରେ ଟିମ୍ ଇଣ୍ଡିଆର ୟୁଥ ଷ୍ଟାର ଶୁଭମନ ଗିଲ ଦ୍ୱିତୀୟ ଇନିଂସରେ ଦ୍ୱିଶତକ ହାସଲ କରିଥିଲେ । 

ଶେଷ ମ୍ୟାଚରେ ଶୁଭମନ ଗିଲ ଦ୍ୱିଶତକ ହାସଲ କରିଥିବା ବେଳେ ଶହବାଜ ନଦୀମ ଏହି ସିରିଜରେ ଦମଦାର ବୋଲିଂ ପ୍ରଦର୍ଶନ କରି ତିନିଥର 5ଟି ଲେଖାଏଁ ୱିକେଟ ହାସଲ କରିବାରେ ସଫଳ ହୋଇଥିଲେ । ୱେଷ୍ଟଇଣ୍ଡିଜର ଦ୍ୱିତୀୟ ଇନିଂସରେ ଭାରତ ହାସଲ କରିଥିବା ମୋଟ 6ଟୁ ୱିକେଟ ମଧ୍ୟରୁ 5ଟି ୱିକେଟ ନଦୀମ ନେଇଥିଲେ । ତାଙ୍କୁ ଛାଡି ଦେଲେ ଅନ୍ୟ ବୋଲରମାନେ ଭଲ ପ୍ରଦର୍ଶନ କରିନଥିଲେ ଏବଂ ମ୍ୟାଚ ଡ୍ରରେ ଶେଷ ହୋଇଥିଲା । କିନ୍ତୁ ଶହବାଜ ନଦୀମ ପୁରା ସିରିଜରେ ଦମଦାର ବୋଲିଂ ପ୍ରଦର୍ଶନ କରିଥିଲେ । 

ଝାରଖଣ୍ଡର ବାମହାତୀ  ବୋଲର ଶହବାଜ ନଦୀମ ଟେଷ୍ଟ ସିରିଜର କେବଳ ଦୁଇଟି ମ୍ୟାଚ ଖେଳିଥିଲେ । ଏହି ଦୁଇଟି ମ୍ୟାଚରେ ନଦୀମ ମୋଟ 15ଟି ୱିକେଟ ହାସଲ କରିଥିଲେ । ଦ୍ୱିତୀୟ ଟେଷ୍ଟରେ ନଦୀମ 10ଟି ୱିକେଟ ହାସଲ କରିଥିଲେ । ଏହି ସିରିଜରେ ଅଧିନାୟକ ହନୁମା ବିହାରୀ ଗୋଟିଏ ଶତକ ଓ ଗୋଟିଏ ଅର୍ଦ୍ଧଶତକ ସହାୟତାରେ ମୋଟ 224 ରନ କରିଥିଲେ । ତାଙ୍କ ବ୍ୟତୀତ ରିଦ୍ଧିମାନ ସାହା 2ଟି ଅର୍ଦ୍ଧଶତକ ସହିତ 137 ରନ କରିଛନ୍ତି । 

  • Tags: