Home > କ୍ରୀଡ଼ା
ୟୁଏସ ଓପନ: ସେରେନା ୱିଲିୟମ୍ସଙ୍କୁ ପରାସ୍ତ କରି ଚାମ୍ପିଅନ ହେଲେ ବିୟାଙ୍କା ଆଣ୍ଡିସ୍କୃ
Khabar Odisha:Sports-tennis-Bianca-Andreescu-beats-Serena-Williams-in-us-open-final

ନ୍ୟୁୟର୍କ, ସେପ୍ଟେମ୍ବର ୦୮ (ଖବର ଓଡ଼ିଶା): ‘ୟୁଏସ ଓପନ’ର ମହିଳା ଏକକ ବର୍ଗରେ କାନାଡାର ୧୯ ବର୍ଷୀୟ ତରୁଣୀ ବିୟାଙ୍କା ଆଣ୍ଡିସ୍କୃ ଚାମ୍ପିଅନ ହୋଇଛନ୍ତି । ସେ ଗ୍ରାଣ୍ଡ ସ୍ଲାମ ଟାଇଟଲ ଜିତିବା ପାଇଁ ବିଶ୍ୱ ପ୍ରସିଦ୍ଧ ଟେନିସ ତାରଖା ସେରେନା ୱିଲିୟମଙ୍କୁ ୬-୩, ୭-୫ରେ ପରାସ୍ତ କରିଛନ୍ତି । ଆଣ୍ଡିସ୍କୃ ଆରମ୍ଭରୁ ସେରେନାଙ୍କୁ ଚାପରେ ପକାଇଥିଲେ । ଶେଷରେ ଟାଇଟଲକୁ ନିଜର ନାଁରେ କରିପାରିଛନ୍ତି । 

କାନାଡର ଏହି ଖେଳାଳିଙ୍କ ଏହା ହେଉଛି ପ୍ରଥମ ବିଜୟ । ଆଣ୍ଡିସ୍କୃ ଶନିବାର ସେରେନାଙ୍କୁ ୨୪ତମ ଗ୍ରାଣ୍ଡ ସ୍ଲାମ ଚାମ୍ପିନଅ ହେବାକୁ ସୁଯୋଗ ଦେଇ ନାହାନ୍ତି । ୟୁଏସ ଓପନ ଫାଇନାଲରେ ସେରେନାଙ୍କ ଏହା ହେଉଛି କ୍ରମାଗତ ୨ୟ ପରାସ୍ତ । ଆଣ୍ଡିସ୍କୃ ୧୯ ଏକ ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ବେଲିଣ୍ଡା ବେନାସିଚଙ୍କୁ ପରାସ୍ତ କରି ୟୁଏସ ଓପନର ମହିଳା ଏକକ ବର୍ଗର ଫାଇନାଲରେ ପ୍ରବେଶ କରିଥିଲେ । ସେ ଏକ ରୋମାଞ୍ଚକର ମୁକାବିଲାରେ ସୁଇଜରଲାଣ୍ଡର ବେନାସିଚଙ୍କୁ ୭-୬ (୭-୩), ୭-୫ରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିଲେ । ସେହିଭଳି ୨୩ଥର ଗ୍ରାଣ୍ଡ ସ୍ଲାମ ବିଜୟିନୀ ସେରେନା ୱିଲିୟମ୍ସ ସେମିଫାଇନାଲ ମୁକାବିଲାରେ ଏଲିନା ସ୍ୱିତୋଲିନାଙ୍କୁ ପରାସ୍ତ କରି ଆମେରିକୀୟ ଓପନ ଟେନିସ ଗ୍ରାଣ୍ଡ ସ୍ଲାମର ଫାଇନାଲକୁ ଉନ୍ନୀତ ହୋଇଥିଲେ । ସେରେନା ୨୪ତମ ଟାଇଟଲ ଜିତିବା ଲକ୍ଷ୍ୟ ରଖିଥିଲେ ମଧ୍ୟ ଆଣ୍ଡିସ୍କୃ ସେହି ସୁଯୋଗ ଦେଇ ନଥିଲେ । ସେ ଗୁରୁବାର ସ୍ୱିତୋଲିନାଙ୍କୁ ୬-୩, ୬-୧ରେ ପରାସ୍ତ କରିଥିଲେ । 

ଏହି ଟାଇଟଲ ଜିତିବା ସହିତ ମାରିଆ ସାରାପୋଭାଙ୍କ ପରେ ବିୟାଙ୍କା ସବୁଠାରୁ ଯୁବ ଖେଳାଳି ଭାବେ ଇତିହାସ ରଚିଛନ୍ତି । ସାରାପୋଭା ୨୦୦୬ରେ ଆମେରିକା ଓପନ ଟାଇଟଲ ଜିତିଥିଲେ ।  

  • Tags: