Home > କ୍ରୀଡ଼ା
କରୋନା କାରଣରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆଇପିଏଲକୁ ସ୍ଥଗିତ ରଖିଲା ବିସିସିଆଇ
Khabar Odisha:The-BCCI-has-suspended-the-IPL-indefinitely-due-to-corona
ମୁମ୍ୱାଇ, ଏପ୍ରିଲ ୧୫ (ଖବର ଓଡ଼ିଶା):

କରୋନା ଜୀବାଣୁ ମହାମାରୀ ହେତୁ ଆଇପିଏଲ୍ 2020 ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯିବା ନେଇ ବିସିସିଆଇ ପକ୍ଷରୁ ଘୋଷଣା କରାଯାଇଛି । ବିଶ୍ୱର ସବୁଠୁ ଦାମୀ କ୍ରିକେଟ୍ ଲିଗ୍ ସ୍ଥଗିତ ରଖିବା ନେଇ ବିସିସିଆଇ ପକ୍ଷରୁ ଔପଚାରିକ ଘୋଷଣା ବୁଧବାର ଦିନ କରାଯାଇଛି। 29 ମାର୍ଚ୍ଚରୁ 24 ମେ ପର୍ଯ୍ୟନ୍ତ ହେବାକୁ ଥିବା ଏହି ଟୁର୍ନାମେଣ୍ଟ ପାଇଁ ବର୍ତ୍ତମାନ ବୋର୍ଡର ଆଉ କୌଣସି ନୂତନ ଯୋଜନା ନାହିଁ  ବୋଲି ସୂଚନାମିଳିଛି |

ମଙ୍ଗଳବାର ସନ୍ଧ୍ୟାରେ ଏକ ବୈଠକରେ ଏହି ଆଲୋଚନା ହୋଇଥିଲା ଯେଉଁ ବୈଠକରେ ବିସିସିଆଇର ବରିଷ୍ଠ ଅଧିକାରୀ ସବୁ ଯୋଗଦେଇଥିଲେ ସୌରଭ ଗାଙ୍ଗୁଲି (ଅଧ୍ୟକ୍ଷ), ଜୟ ଶାହା (ସଚିବ), ବ୍ରିଜେଶ ପଟେଲ (ଆଇପିଏଲ ଅଧ୍ୟକ୍ଷ), ଅରୁଣ ଧୁମଲ (କୋଷାଧ୍ୟକ୍ଷ) ଏବଂ ହେମାଙ୍ଗ ଆମିନ (ଆଇପିଏଲ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ) ଉପସ୍ଥିତ ଥିଲେ | ଏହାପୂର୍ବରୁ, କୋଭିଡ -19 ମହାମାରୀ ଯୋଗୁଁ ଚାଲିଥିବା ଲକଡାଉନ ଯୋଗୁଁ ଆଇପିଏଲକୁ 15 ଏପ୍ରିଲ ଏବଂ ପରେ 3 ମେ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଥିଲା।

  • Tags: