Home > କ୍ରୀଡ଼ା
ରାୟଗଡ଼ାରେ କ୍ରିକେଟ୍ ବେଟିଂ, ୪ ଗିରଫ, ଲକ୍ଷାଧିକ ଟଙ୍କା ଜବତ
Khabar Odisha:crime-odisha-4-arrested-in-rayagada-connection-with-cricket-betting-lakhs-rupees-seized
ରାୟଗଡ଼ା,ସେପ୍ଟେମ୍ବର୨୧(ଖବର ଓଡ଼ିଶା):

ରାୟଗଡ଼ାରେ କ୍ରିକେଟ୍ ବେଟିଂ ଚାଲୁଥିବା ବେଳେ ପୋଲିସ ଚଢାଉ କରି ୪ ଜଣଙ୍କୁ ଗିରଫ କରିଛି। ବେଟିଂର କିଙ୍ଗପିନ ମଧ୍ୟ ପୋଲିସ  ହାବୁଡ଼ରେ ପଡ଼ିଛି।  ଏହା ସହିତ  ଆରୋପୀଙ୍କଠୁ ଲକ୍ଷାଧିକ ଟଙ୍କା, ମୋବାଇଲ ଓ ବାଇକ୍ ମଧ୍ୟ ପୋଲିସ ଜବତ କରିଛି। 

ସୂଚନା ଅନୁଯାୟୀ, ଅନଲାଇନ ବେଟିଂ ଖବର ପାଇ ଟାଉନ୍ ଥାନା ପୋଲିସ ଶନିବାର ସନ୍ଧ୍ୟାରେ ଲକ୍ଷ୍ମୀ ନାରାୟଣ ଷ୍ଟ୍ରିଟର ଜଣଙ୍କ ଘରେ ଚଢାଉ କରିଥିଲା। ବେଟିଂ ଚାଲିଥିବା ବେଳେ ପୋଲିସ ଘରୁ ୪ ଜଣଙ୍କୁ ଗିରଫ କରିଛି। ଏହା ସହିତ ୧ ଲକ୍ଷ ୩୭ ହଜାର  ଟଙ୍କା, ୫ ମୋବାଇଲ, ୩ ଡାଏରୀ ଓ ୩ ବାଇକ ଜବତ କରିଛି ପୋଲିସ।

ବେଟିଂର କିଙ୍ଗପିନ ପି.କିଶୋର ରାଓକୁ ପୋଲିସ ଗୁଣପୁରର ସୁଭଦ୍ରାପୁରରୁ ଗିରଫ କରିଛି। ଈଶ୍ଵରଠାରୁ ୨ ଲକ୍ଷ ୫୦ ହଜାର ଟଙ୍କା ଏବଂ ବ୍ୟବସାୟ ସମ୍ପର୍କିତ ଡାଏରୀ ଜବତ ହୋଇଛି। ବେଟିଂରେ କଲେଜ ଛାତ୍ର ଓ ବ୍ୟବସାୟୀ ଟଙ୍କା ଲଗାଉଥିବା ସୂଚନା ମିଳିଛି। ପୋଲିସ ଆରୋପୀଙ୍କୁ ଗିରଫ କରି ଖୋଳତାଡ଼ କରୁଛି।