Home > କ୍ରୀଡ଼ା
ଷ୍ଟାଡିୟମରେ ଉଠିଲା ପାଣ୍ଡ୍ୟା ଝଡ, 20 ଟି ଛକା ବଳରେ ଖେଳିଲେ 158 ରନର ବିସ୍ପୋରକ ଇନିଂସ
Khabar Odisha:hardik-pandya-158-not-out-in-just-55-balls-20-monster-sixes-dy-patil-t20-tournament
ମୁମ୍ଵାଇ, ମାର୍ଚ୍ଚ ୦୬ (ଖବର ଓଡ଼ିଶା):

ପୁଣି ଥରେ ନିଜ ଜବରଦସ୍ତ ବ୍ୟାଟିଂ ଦ୍ୱାରା ପଡିଆରେ ତୁଫାନ ମଚାଇଛନ୍ତି ଭାରତୀୟ ଅଲରାଉଣ୍ଡର ହାର୍ଦିକ ପାଣ୍ଡ୍ୟା । କିଛି ଦିନ ତଳେ 37 ଟି ବଲରୁ ଶତକ ହାସଲ କରି ଚର୍ଚ୍ଚାରେ ଥିବା ହାର୍ଦିକ ପାଣ୍ଡ୍ୟା ପୁଣି ଥରେ ଆଜି ନିଜ କମାଲ ଦେଖାଇଛନ୍ତି । ଡି ୱାଇ ପାଟିଲ ଟି 20 ମୁକାବିଲାର ଆଜି ଖେଳାଯାଇଥିବା ଏକ ମ୍ୟାଚରେ ପୁଣି ଥରେ ଶତକ ଅର୍ଜନ କରିଛନ୍ତି ହାର୍ଦିକ । କେବଳ ଶତକ ନୂହେଁ ସମଗ୍ର ପାଳିରେ ହାର୍ଦିକ ବିଶାଳ 20 ଟି ଛକା ମଧ୍ୟ ମାରିଛନ୍ତି । ଏହା ସହ 158 ରନ କରି ଅପରାଜିତ ରହିଥିଲେ ହାର୍ଦିକ ।

ଡି ୱାଇ ପାଟିଲ ଟି-20 ମୁକାବିଲାର ଆଜି ସେମିଫାଇନାଲ ମ୍ୟାଚ ଥିବା ବେଳେ ରିଲାଏନସ ୱାନ ପାଇଁ ଖେଳୁଥିବା ହାର୍ଦିକ ବିପିସିଏଲ ବିରୁଦ୍ଧରେ ମାତ୍ର 55ଟି ବଲରୁ 158 ରନର ବିସ୍ପୋରକ ଇନିଂସ ଖେଳିଛନ୍ତି । ହାର୍ଦିକ ପାଣ୍ଡ୍ୟାଙ୍କ ଏହି ତୁଫାନି ଇନିଂସ ବଳରେ ରିଲାଏନସ ୱାନ 20 ଓଭର ଶେଷ ସୁଦ୍ଧା 4 ୱିକେଟ ହରାଇ 238 ରନ କରିବାରେ ସକ୍ଷମ ହୋଇଛି । ପାଣ୍ଡ୍ୟା ନିଜ ବିସ୍ପୋରକ ଇନିଂସରେ 20 ଟି ଛକା ମାରିଥିବାବେଳେ ମାତ୍ର 6ଟି ଚୌକା ମାରିଥିଲେ । 287.27 ଷ୍ଟ୍ରାଇକରେଟ ହାରରେ ରନ ବନାଇ ଥିଲେ ହାର୍ଦିକ । 

ହାର୍ଦିକ ପାଣ୍ଡ୍ୟାଙ୍କ ଏଭଳି ଇନିଂସ ପରେ ଭାରତୀୟ ଦଳକୁ ଫେରିବା ପାଇଁ ସେ ସମ୍ପୂର୍ଣ୍ଣ ଭାବରେ ଫିଟ ଥିବା ନେଇ ଚୟନକର୍ତ୍ତା ମାନଙ୍କୁ ସଙ୍କେତ ଦେଇସାରିଲେଣି ବୋଲି ଆଲୋଚନା ଜୋର ଧରିଛି ।

  • Tags: