Home > କ୍ରୀଡ଼ା
ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟେଷ୍ଟ: ଟସ୍‌ ଜିତି ଭାରତର ବ୍ୟାଟିଂ ନିଷ୍ପତ୍ତି
Khabar Odisha:india-won-the-toss-in-ranchi
ରାଞ୍ଚି, ଅକ୍ଟୋବର ୧୯ (ଖବର ଓଡ଼ିଶା):

ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବାକୁ ଥିବା ଶୃଙ୍ଖଳାର ତୃତୀୟ ଟେଷ୍ଟ ମ୍ୟାଚ୍ ଶନିବାର ରାଞ୍ଚିର ଜେଏସସିଏ ଷ୍ଟାଡିୟମରେ ଖେଳାଯିବ । ଭାରତ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି । ତିନି ଟିକିଆ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ରେ ପୂର୍ବରୁ ଦୁଇଟି ମ୍ୟାଚ୍‌ ଜିତି ଅଗ୍ରଣୀ ହାସଲ କରିଛି । ଏହି ମ୍ୟାଚ୍‌ ସହିତ କ୍ଲିନ୍‌ ସୁଇପ୍‌ ଲକ୍ଷ୍ୟ ବିରାଟ ବାହିନୀ ପଡ଼ିଆକୁ ଓହ୍ଲାଇବ ।

ଭାରତୀୟ ଟିମ୍‌ ପରିବର୍ତ୍ତନ ସହିତ ମ୍ୟାଚ୍‌ ଖେଳିବାକୁ ଯାଉଛି । ତୃତୀୟ ଟେଷ୍ଟ ପାଇଁ ଭାରତୀୟ ଦଳରେ ଅଛନ୍ତି ବିରାଟ କୋହଲି(ଅଧିନାୟକ), ଆଜିଙ୍କ୍ୟ ରାହାଣେ(ଉପ ଅଧିନାୟକ), ରୋହିତ ଶର୍ମା, ମୟଙ୍କ ଅଗ୍ରଓ୍ଵାଲ, ଚେତେଶ୍ଵର ପୂଜାରା, ହନୁମା ବିହାରୀ, ରବିଚନ୍ଦ୍ରନ ଅଶ୍ଵିନ, ରବୀନ୍ଦ୍ର ଜାଡ଼େଜା, ଋଦ୍ଧିମାନ ଶାହ(ଓ୍ଵିକେଟ୍ କିପର), ଇଶାନ୍ତ ଶର୍ମା, ମହମ୍ମଦ ସାମି, ଉମେଶ ଯାଦବ, ଶୁଭମାନ ଗିଲ, ଶାହବାଜ ନଦୀମ ଋଷଭ ପନ୍ଥ । ହାତରେ ଯନ୍ତ୍ରଣା ଯୋଗୁଁ କୁଲଦୀପ ଯାଦବଙ୍କ ସ୍ଥାନରେ ଶାହବାଜଙ୍କୁ ନିଆଯାଇଛି ।

ରୋହି ଶର୍ମା ଓ ମୟଙ୍କ ଅଗ୍ରୱାଲଙ୍କ ଯୋଡ଼ି ପ୍ରଥମେ ମଇଦାନକୁ ଓହ୍ଲାଇବେ । ଏ ଦୁଇ ଜଣ ଯୋଡ଼ିଙ୍କ ଉପରେ ସମସ୍ତଙ୍କ ନଜର ରହିଛି । ସେହିପରି ତୃତୀୟ ନମ୍ବର ଚେତେଶ୍ୱର ପୂଜାରା ଆସିବେ । ସିଏ ପୁନେ ଟେଷ୍ଟରେ ୮୧ ରନ୍‌ର ପାଳି ଖେଳି ଥିଲେ । ତାଙ୍କ ପରେ ମିଡିଲ୍ ଅର୍ଡରରେ ଅଧିନାୟକ ଦଳର ମଙ୍ଗ ସମ୍ଭାଳିବାକୁ ଆସିବେ । ଦୁଇଟି ମ୍ୟାଚ୍ ଜିତି ସିରିଜ୍‌ରେ ୨-୦ରେ ଆଗୁଆ ଥିବା ଭାରତ କ୍ଲିନ୍ ସୁଇପ୍ ଲକ୍ଷ୍ୟରେ ରହିଛି । ସେପଟେ ଭ୍ରମଣକାରୀ ଦଳ ଦକ୍ଷିଣ ଆଫ୍ରିକା ଗୋଟିଏ ମ୍ୟାଚ୍ ଜିତି ନିଜର ସମ୍ମାନ ବଞ୍ଚାଇବାକୁ ଚେଷ୍ଟା କରିବ ।