Home > କ୍ରୀଡ଼ା
ମୋହାଲି ଟି-୨୦: ଟସ୍ ଜିତି ଭାରତର ବୋଲିଂ ନିଷ୍ପତ୍ତି, ବ୍ୟାଟିଂ କରିବ ଦ. ଆଫ୍ରିକା
Khabar Odisha:sport-cricket-odisha-india-vs-south-africa-2nd-t20-india-won-the-toss-and-elected-to-bowl-first
ମୋହାଲି,ସେପ୍ଟେମ୍ବର୧୮(ଖବର ଓଡ଼ିଶା):

ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ଶୃଙ୍ଖଳାର ଦ୍ଵିତୀୟ ମ୍ୟାଚ୍ ମୋହାଲିର ପଞ୍ଜାବ କ୍ରିକେଟ୍ ଆସୋସିଏସନ ଆଇଏସ ବିନ୍ଦ୍ରା ଷ୍ଟାଡିୟମରେ ଖେଳାଯିବ। ଆଜିର ମ୍ୟାଚରେ ଟସ୍ ଜିତି ଭାରତୀୟ ଅଧିନାୟକ ବିରାଟ କୋହଲି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଦଳରେ ଚୂଡାନ୍ତ ଏକାଦଶରେ ପରିବର୍ତ୍ତନ ହୋଇ ନାହିଁ। ଓ୍ଵେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ଶୃଙ୍ଖଳାରେ ଯେଉଁ ଖେଳାଳି ଦଳରେ ସାମିଲ ଥିଲେ ସେସବୁ ଖେଳାଳି ଆଜି ଦକ୍ଷିଣ ଆଫ୍ରିକା ବିପକ୍ଷରେ ପଡ଼ିଆକୁ ଓହ୍ଲାଉଛନ୍ତି। ଏହା ପୂର୍ବରୁ ଧର୍ମଶାଳାରେ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ବିନା ଟସରେ ଧୋଇ ହୋଇ ଯାଇଥିଲା। ଦୁଇ ଦଳ ମଧ୍ୟରେ ଏ ପର୍ଯ୍ୟନ୍ତ ୧୩ଟି ଟି-୨୦ ମ୍ୟାଚ୍ ଖେଳାଯାଇଛି। ଏଥିରୁ ଭାରତ ୮ଟିରେ ବିଜୟୀ ହୋଇଥିବା ବେଳେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ୫ଟିରେ ଜିତିଛି।

ମାତ୍ର ଭାରତ ନିଜର ଘରୋଇ ମାଟିରେ ଦକ୍ଷିଣ ଆଫ୍ରିକାକୁ ଟି-୨୦ରେ ପରାସ୍ତ କରି ପାରିନାହିଁ। ଦୁଇ ଦଳ ମଧ୍ୟରେ ଏ ପର୍ଯ୍ୟନ୍ତ ଭାରତରେ ଦୁଇଟି ମୁକାବିଲା ହୋଇଛି। ଉଭୟ ମ୍ୟାଚ୍ ଦକ୍ଷିଣ ଆଫ୍ରିକା ଜିତିଥିବା ବେଳେ କୋଲକାତା(୨୦୧୫) ଓ ଧର୍ମଶାଳା(୨୦୧୯)ର ମ୍ୟାଚ୍ ବାତିଲ ହୋଇଛି। ଏହା ପୂର୍ବରୁ ୨୦୧୫ ଅକ୍ଟୋବର ୨ରେ ଧର୍ମଶାଳାରେ ମ୍ୟାଚ୍ ଖେଳାଯାଇଥିଲା ଏବଂ ଏହି ମୁକାବିଲାକୁ ଦକ୍ଷିଣ ଆଫ୍ରିକା ୭ ଓ୍ଵିକେଟରେ ଜିତିଥିଲା। ସେହି ବର୍ଷ ଅକ୍ଟୋବର ୫ରେ କଟକରେ ଖେଳାଯାଇଥିବା ମୁକାବିଲାକୁ ଦକ୍ଷିଣ ଆଫ୍ରିକା ୬ ଓ୍ଵିକେଟରେ ବିଜୟୀ ହୋଇଥିଲା। 

ଭାରତୀୟ ଦଳରେ ଶିଖର ଧାଓ୍ଵନଙ୍କ ପାଖରେ ବଡ଼ ଇନିଂସ ଖେଳିବାର ସୁଯୋଗ ରହିଛି। ଏହି ଓପନିଂ ବ୍ୟାଟସମ୍ୟାନ ଓ୍ଵେଷ୍ଟଇଣ୍ଡିଜ ଗସ୍ତରେ ଆଶା ମୁତାବକ ପ୍ରଦର୍ଶନ କରିବାରେ ସଫଳ ହୋଇନଥିଲେ। ମୋହାଲିରେ ଧାଓ୍ଵନଙ୍କ ରେକର୍ଡ ଭଲ ରହିଛି। ଏଠାରେ ଟେଷ୍ଟ ପଦାର୍ପଣ କରି ପ୍ରଥମ ମ୍ୟାଚରେ ୧୮୭ ରନର ଇନିଂସ ଖେଳିଥିଲେ। ଗତ ବର୍ଷ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆରେ ସେ ୧୪୩ ରନର ଦମଦାର ଇନିଂସ ଖେଳିଥିଲେ। 

ଦକ୍ଷିଣ ଆଫ୍ରିକାର ନୂତନ ଅଧିନାୟକ କ୍ଵିଣ୍ଟନ ଡିକକଙ୍କ ନେତୃତ୍ଵରେ ପଡ଼ିଆକୁ ଓହ୍ଲାଇଥିବା ଦକ୍ଷିଣ ଆଫ୍ରିକା ଏକ ନୂତନ ଆରମ୍ଭ କରିବାକୁ ପ୍ରୟାସ କରିବ। ଦଳ ପୁରୁଣା ଭୁଲକୁ ସୁଧାରି ଏକ ନୂତନ ଏବଂ ମଜବୁତ ଦଳ ଗଠନ କରିବା ଲକ୍ଷ୍ୟ ନେଇ ଅଭିଯାନ ଆରମ୍ଭ କରିବ।

ଭାରତୀୟ ଦଳ

ରୋହିତ ଶର୍ମା, ଶିଖର ଧାଓ୍ଵନ, ବିରାଟ କୋହଲି(ଅଧିନାୟକ), ଶ୍ରେୟସ ଆୟର, ଋଷଭ ପନ୍ତ(ଓ୍ଵିକେଟ୍ କିପର), ହାର୍ଦ୍ଦିକ ପାଣ୍ଡ୍ୟା, କୃଣାଲ ପାଣ୍ଡ୍ୟା, ରବୀନ୍ଦ୍ର ଜାଡ଼େଜା, ଓ୍ଵାଶିଂଟନ ସୁନ୍ଦର, ଦୀପକ ଚହର, ନବଦୀପ ସାଇନି।

ଦକ୍ଷିଣ ଆଫ୍ରିକା

କ୍ଵିଣ୍ଟନ ଡିକକ(ଅଧିନାୟକ/ଓ୍ଵିକେଟ୍ କିପର), ରିଜା ହେଣ୍ଡରିକ୍ସ, ତେମ୍ବା ବଭୁମା, ରସିଏ ଭାନଡର ଡସେନ, ଡେଭିଡ ମିଲର, ଆଣ୍ଡିଲେ ଫେଲୁକ୍ଵାୟୋ, ଡ୍ଵେନ ପ୍ରିଟୋରିୟସ, ବିଜର୍ଣ୍ଣ ଫଚ୍ୟୁନ, କାଗିସୋ ରାବଡା, ଅନରିଚ ନରତଜେ, ତରବିଜ ସମ୍ପି।