Home > କ୍ରୀଡ଼ା
ଆଜିଙ୍କ୍ୟ ରାହାଣେଙ୍କୁ ଦଳରୁ ବିଦାୟ ଦେଲା ରାଜସ୍ଥାନ ରୟାଲ୍ସ, ବଦଳରେ ନେଲା ଦୁଇ ଖେଳାଳି
Khabar Odisha:sports--cricket--odisha---rajasthan-royals-releases-ajinkya-rahane-join-delhi-capitals-mayank-markandey-rahul-tewatia
ନୂଆଦିଲ୍ଲୀ, ନଭେମ୍ବର୧୪(ଖବର ଓଡ଼ିଶା):

ରାଜସ୍ଥାନ ରୟାଲ୍ସ ଗୁରୁବାର ନିଜର ସବୁଠୁ ଅନୁଭବୀ ଖେଳାଳି ଆଜିଙ୍କ୍ୟ ରାହାଣେଙ୍କୁ ଦିଲ୍ଲୀ ଡେୟାର ଡେଭିଲ୍ସକୁ ପ୍ରଦାନ କରିଛି। ଏହା ବଦଳରେ ରୟାଲ୍ସକୁ ଦିଲ୍ଲୀଠୁ ଲେଗ୍ ସ୍ପିନର ମୟଙ୍କ ମାର୍କଣ୍ଡେୟ ଓ ଅଲରାଉଣ୍ଡର ରାହୁଲ ତେଓ୍ଵତିୟାଙ୍କ ରୂପେ ବଦଳ ଖେଳାଳି ମିଳିଛି। ରାହାଣେ ୨୦୧୧ ରୁ ୨୦୧୯ ମଧ୍ୟରେ ରୟାଲ୍ସ ପକ୍ଷରୁ ୧୦୦ଟି ମ୍ୟାଚ୍ ଖେଳିଛନ୍ତି ଏବଂ ଏଥିରେ ୨୪ଟି ମ୍ୟାଚରେ ଦଳର ଅଧିନାୟକ ଦାୟିତ୍ଵ ସମ୍ଭାଳିଛନ୍ତି। ସେ ଦଳ ଲାଗି ସବୁଠୁ ସଫଳ ବ୍ୟାଟସମ୍ୟାନ ମଧ୍ୟ ରହିଛନ୍ତି। ସେ ୩୪.୨୬ ହାରରେ ଏବଂ ୧୨୨.୬୫ ଷ୍ଟ୍ରାଇକ ରେଟରେ ରନ କରିଛନ୍ତି। ଭାରତୀୟ ଟେଷ୍ଟ ଦଳର ଉପ ଅଧିନାୟକ ରାହାଣେ ରୟାଲ୍ସ ପକ୍ଷରୁ ଦୁଇଟି ଶତକ ଓ ୧୭ ଅର୍ଦ୍ଧଶତକ ହାସଲ କରିଛନ୍ତି। 

ଆଇପିଏଲରେ ଖେଳାଳିଙ୍କ ଦଳ ‘ଅଦଳ ବଦଳ’ କରିବାର ଅନ୍ତିମ ଦିନରେ ଖେଳାଳିଙ୍କୁ ଅନ୍ୟ ଦଳରେ ଦେବାର ଘୋଷଣା କରିଛନ୍ତି। ଆଇପିଏଲ କହିଛି ଯେ, ସଫଳ ରାଜିନାମା ପରେ ଆଜିଙ୍କ୍ୟ ରାହାଣେ ଏବେ ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ଖେଳିବେ। ରାହାଣେ ୨୦୧୧ରେ ମୁମ୍ବାଇ ଇଣ୍ଡିଆନ୍ସ ଛାଡ଼ି ରାଜସ୍ଥାନ ରୟାଲ୍ସରେ ସାମିଲ ହୋଇଥିଲେ। ରାହାଣେଙ୍କୁ ୨୦୧୯ ସଂସ୍କରଣ ମଝିରେ ରୟାଲ୍ସ ଅଧିନାୟକ  ପଦରୁ ହଟାଇ ଷ୍ଟିଭ୍ ସ୍ମିଥଙ୍କୁ ଏହି ଦାୟିତ୍ଵ ଦେଇଥିଲା। ସେ ୨୦୧୯ ସଂସ୍କରଣରେ ୧୪ଟି ମ୍ୟାଚରେ ୩୨.୭୫ ହାରରେ ୩୯୩ ରନ କରିଥିଲେ, ଏଥିରେ ୧୦୫ ରନର ଅପରାଜିତ ଇନିଂସ ସାମିଲ।