Home > କ୍ରୀଡ଼ା
ଆଇପିଏଲ ୨୦୨୦: ୭୩ ସ୍ଥାନ ଲାଗି ନିଲାମ ଦୌଡ଼ରେ ୩୩୨ ଖେଳାଳି
Khabar Odisha:sports--cricket--odisha--ipl-announced-its-players-auction-list-332-cricketers-shortlisted-for-season-2020
ହାଇଦ୍ରାବାଦ, ଡିସେମ୍ବର୧୩(ଖବର ଓଡ଼ିଶା):

ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ)ର ୧୨ତମ ସଂସ୍କରଣ ଲାଗି ହେବାକୁ ଥିବା ନିଲାମୀରେ ୩୩୨ ଖେଳାଳିଙ୍କ ଚୂଡ଼ାନ୍ତ ତାଲିକା ପ୍ରସ୍ତୁତ କରାଯାଇଛି। ଆଇପିଏଲ ୨୦୨୦ ଲାଗି ଏଥର କୋଲକାତାରେ ଡିସେମ୍ବର ୧୯ରେ ନିଲାମ ପ୍ରକ୍ରିୟା ଆୟୋଜିତ ହେବ। ଏଥିରେ ଆଠଟି ଫ୍ରାଞ୍ଚାଇଜି ନିଜ ନିଜର ଦଳରେ ଖାଲି ଥିବା ସ୍ଥାନ ଲାଗି ଖେଳାଳିଙ୍କ ବୋଲି ଲଗାଇବେ। ବିଶ୍ଵର ଏହି  ଧନାଢ୍ୟ ଲିଗରେ ପ୍ରବେଶ କରିବା ଲାଗି ଏଥର ୯୯୭ ଖେଳାଳି ନିଜର ନାମ ପଞ୍ଜୀକରଣ କରିଥିଲେ। ଏହା ପରେ ଆଠ ଫ୍ରାଞ୍ଚାଇଜି ଏହି ଖେଳାଳିଙ୍କ ମଧ୍ୟରୁ ନିଜ ପସନ୍ଦର କ୍ରିକେଟରଙ୍କ ନାମ ଦେବା ପରେ ୩୩୨ ଖେଳାଳିଙ୍କ ସର୍ଟ ଲିଷ୍ଟ କରାଯାଇଛି। ଏଥର ନିଲାମରେ ମୋଟ୍ ୭୩ ଖାଲି ସ୍ଥାନରେ ଖେଳାଳିଙ୍କ ପୂରଣ ହେବ।

ଏଥର ନିଲାମରେ ସର୍ବାଧିକ ମୂଳ ମୂଲ୍ୟ ୨ କୋଟି ରହିଛି, ଯେଉଁଥିରେ ସାତ ବିଦେଶୀ ଖେଳାଳି ସାମିଲ। ୨ କୋଟି ସ୍ଲାବରେ କୌଣସି ଭାରତୀୟ ଖେଳାଳି ସାମିଲ ନାହାନ୍ତି। ଏହି ସାତ ବିଦେଶୀ ଖେଳାଳିଙ୍କ ମଧ୍ୟରେ  ପାଟ୍ କମିନ୍ସ, ଜୋଶ୍ ହେଜେଲଉଡ଼, କ୍ରିସ୍ ଲିନ, ମିଚେଲ ମାର୍ଶ, ଗ୍ଲେନ ମାକ୍ସଓ୍ଵେଲ, ଡେନ ଷ୍ଟେନ ଓ ଆଞ୍ଜେଲା ମାଥ୍ୟୁସ୍ ସାମିଲ।

ଏହି ନିଲାମରେ ରିଜର୍ଭ ବେସ୍ ପ୍ରାଇସ୍  ଆଧାରରେ ସବୁଠୁ ମହଙ୍ଗା ସ୍ଲାବରେ ଭାରତୀୟ ଖେଳାଳି ଭାବେ ରବିନ ଉଥପ୍ପାଙ୍କ ନାମ ରହିଛି।  ରବିନ ନିଲାମରେ ଦ୍ଵିତୀୟ ସବୁଠୁ ମହଙ୍ଗା ରିଜର୍ଭ ସ୍ଲାବ ୧.୫ କୋଟିରେ ସାମିଲ ଏକ ମାତ୍ର ଖେଳାଳି ଅଟନ୍ତି। ରବିନଙ୍କ ପରେ ପିୟୂଷ ଚାଓ୍ଵଲା, ୟୁସୁଫ ପଠାନ ଓ ଜୟଦେବ ଉନାଦକତଙ୍କ ନାମ ଏକ କୋଟି ବେସ୍ ପ୍ରାଇସ୍ ସ୍ଲାବରେ ରହିଛି। 

କୋଲକାତାରେ  ହେବାକୁ ଥିବା ଏହି ନିଲାମ ଡିସେମ୍ବର ୧୯ ଗୁରୁବାର ଅପରାହ୍ନ ସାଢେ ୩ଟାରେ ଆରମ୍ଭ ହେବ। ଏଥର ନିଲାମରେ ମୋଟ୍ ୧୮୬ ଭାରତୀୟ ଖେଳାଳି ସାମିଲ ଥିବା ବେଳେ ୧୪୩ ବିଦେଶୀ ଖେଳାଳି ସାମିଲ। ଏଥି ମଧ୍ୟରୁ ୩ ଖେଳାଳି ସଦସ୍ୟ ଦେଶରୁ ଅଛନ୍ତି।