Home > କ୍ରୀଡ଼ା
ଦଳରେ ରୋହିତ ଓ ଧୋନୀ ଅଛନ୍ତି, ଏଥିପାଇଁ ଅଧିନାୟକ ଭାବେ ସଫଳ ହେଉଛନ୍ତି କୋହଲି: ଗମ୍ଭୀର
Khabar Odisha:sports--cricket--odisha--virat-kohli-effective-as-captain-because-of-rohit-sharma-and-ms-dhoni-s-presence-says-gautam-gambhi
ଅହମ୍ମଦାବାଦ,ସେପ୍ଟେମ୍ବର୨୦(ଖବର ଓଡ଼ିଶା):

 ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ରେକର୍ଡ ଚମତ୍କାର ରହିଛି। ପୂର୍ବତନ କ୍ରିକେଟର ତଥା ବର୍ତ୍ତମାନ ସାଂସଦ ଗୌତମ ଗମ୍ଭୀର କୋହଲିଙ୍କ ଏହି ସଫଳତା ପଛରେ ସବୁଠୁ ବଡ଼ କାରଣ ଦୁଇ ଖେଳାଳି ରହିଥିବା କହିଛନ୍ତି। ଗମ୍ଭୀରଙ୍କ ମୁତାବକ ବିରାଟ କୋହଲିଙ୍କ ପାଖରେ ଦଳରେ ରୋହିତ ଶର୍ମା ଓ ଏମଏସ ଧୋନୀଙ୍କ ରୂପେ ଦୁଇ ଜଣ ଅଧିନାୟକ ରହିଛନ୍ତି, ଯେଉଁଥିରେ ତାଙ୍କୁ ଅଧିନାୟକତ୍ଵରେ ବେଶ୍ ସହାୟକ ହେଉଛି।

ଏମଏସ ଧୋନୀ ଭାରତର ମହାନତମ ଅଧିନାୟକ ଭାବେ ନିଜକୁ ସାବ୍ୟସ୍ତ କରି ସାରିଛନ୍ତି। ତାଙ୍କ ନେତୃତ୍ଵରେ ଦଳ ଦୁଇ ଥର(ଟି୨୦ ଓ ଦିନିକିଆ) ବିଶ୍ଵ ବିଜେତା ହୋଇଛି। ଅନ୍ୟପଟେ ରୋହିତ ଶର୍ମା ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ)ରେ ସବୁଠୁ ସଫଳ ଅଧିନାୟକ। ତାଙ୍କ ନେତୃତ୍ଵରେ ମୁମ୍ବାଇ ଇଣ୍ଡିଆନ୍ସ ଚାରି ଥର ଟାଇଟଲ ଜିତିଛି।

ଏଠାରେ ବିଶ୍ଵ ବିଦ୍ୟାଳୟ ଛାତ୍ରଙ୍କୁ ସମ୍ବୋଧିତ କରିବାକୁ ଆସିଥିବା ଗୌତମ ଗମ୍ଭୀର କାର୍ଯ୍ୟକ୍ରମ ପୂର୍ବରୁ ସାମ୍ବାଦିକଙ୍କୁ କହିଛନ୍ତି ଯେ ବିରାଟଙ୍କୁ ଏବେ ବହୁତ ଲମ୍ବା ରାସ୍ତା ଯିବାକୁ ଅଛି। ଗତ ବିଶ୍ଵ କପରେ ଅଧିନାୟକ ଭାବେ କୋହଲିଙ୍କ ପ୍ରଦର୍ଶନ ଦମଦାର ରହିଥିଲା। ସେ ଅନ୍ତରାଷ୍ଟ୍ରୀୟ କ୍ରିକେଟର ଏଥିପାଇଁ ଭଲ ଅଧିନାୟକ ଦାୟିତ୍ଵ ସମ୍ଭାଳି ପାରୁଛନ୍ତି କାରଣ ତାଙ୍କ ପାଖରେ ମହେନ୍ଦ୍ର ସିଂହ ଧୋନୀ ଓ ରୋହିତ ଶର୍ମାଙ୍କ ରୂପେ ଦୁଇ ଜଣ ମାର୍ଗଦର୍ଶକ ଅଛନ୍ତି।

ଗୌତମ ଗମ୍ଭୀର କହିଛନ୍ତି ଯେ କୌଣସି ଅଧିନାୟକ ତେବେ ଶ୍ରେଷ୍ଠ ହୋଇଥାଏ ଯେବେ ତାଙ୍କ ପାଖରେ ପ୍ରତିଭାଶାଳୀ ଖେଳାଳି ରୂପେ ଅଧିକ ଖେଳାଳି ଥିବେ। ଯେବେ ଆପଣ କୌଣସି  ଫ୍ରାଞ୍ଚାଇଜିର ଅଧିନାୟକ ରୁହନ୍ତି ତେବେ ଆପଣଙ୍କ ପାଖରେ ଏମିତି ଖେଳାଳି ନଥାନ୍ତି ଯିଏ ଆପଣଙ୍କୁ ସାହାଯ୍ୟ କରି ପାରିବ। ସେହି ସମୟରେ ହିଁ ଅଧିନାୟକଙ୍କ ପ୍ରକୃତ ପରୀକ୍ଷା ହୋଇଥାଏ। ଆପଣ ବିରାଟ କୋହଲିଙ୍କ ଆଇପିଏଲରେ ଅଧିନାୟକ ରେକର୍ଡ ଉପରେ ନଜର ପକାଇଲେ ସବୁ ଜାଣି ପାରିବେ। 

ନିଜ ଅଧିନାୟକତ୍ଵରେ କୋଲକାତା ନାଇଟ ରାଇଡର୍ସକୁ ଦୁଇ ଥର ଆଇପିଏଲ ଚମ୍ପିଆନ କରାଇଥିବା ଗମ୍ଭୀର କହିଛନ୍ତି ଯେ ଯେବେ ବି ମୋତେ ଏହି ବିଷୟରେ କିଛି ପ୍ରଶ୍ନ କରାଯାଇଛି ମୁଁ ସଚ୍ଚୋଟତାର ସହ ନିଜ ମତ ରଖିଛି। ଆପଣ ରୋହିତ ଶର୍ମାଙ୍କୁ ଦେଖନ୍ତୁ ଯିଏ ମୁମ୍ବାଇ ପାଇଁ ବହୁତ କିଛି ସଫଳତା ପାଇଛନ୍ତି। ଚେନ୍ନାଇ ସୁପରକିଙ୍ଗ୍ସ ପାଇଁ ଧୋନୀଙ୍କ ସଫଳତାକୁ ଦେଖନ୍ତୁ। ଏହାର ତୂଳନା ଆପଣ ଆରସିବି ସହିତ କଲେ  ସବୁ ଜାଣି ପାରିବେ। 

ଏହି ସମୟରେ ଗମ୍ଭୀର ଟେଷ୍ଟରେ ରୋହିତ ଶର୍ମାଙ୍କୁ ଓପନିଂ ପାଇଁ ସୁଯୋଗ ଦେବାକୁ ସମର୍ଥନ କରିଛନ୍ତି। ଗମ୍ଭୀର କହିଛନ୍ତି ସୀମିତ ଓଭରର ଉପଅଧିନାୟକ ରୋହିତ ଶର୍ମାଙ୍କୁ  ଟେଷ୍ଟରେ ସୁଯୋଗ ଦେବା ଉଚିତ୍ । ସେ ବେଞ୍ଚରେ ବସି ରହିବାର ଖେଳାଳି ନୁହନ୍ତି ସେ ଚୂଡ଼ାନ୍ତ ଏକାଦଶର ଖେଳାଳି।