Home > କ୍ରୀଡ଼ା
ଅଲଗା ସ୍ତରରେ ପହଞ୍ଚିଛି ଭାରତୀୟ ଦ୍ରୁତ ବୋଲିଂ, ବୁମରାଙ୍କ ପରି ବୋଲର ଗୋଟିଏ ପିଢ଼ିରେ ଥରୁଟିଏ ଆସିଥାନ୍ତି : ବିଶପ୍
Khabar Odisha:sports--cricket--odisha--foundation-of-indias-current-fast-bowling-talent-laid-by-the-likes-of-kapil-dev-ian-bishop
ନୂଆଦିଲ୍ଲୀ, ଡିସେମ୍ବର୦୪(ଖବର ଓଡ଼ିଶା):

 ଓ୍ଵେଷ୍ଟଇଣ୍ଡିଜର ପୂର୍ବତନ ଦ୍ରୁତ ବୋଲର ଇଆନ ବିଶପ ସଂପ୍ରତି ଭାରତୀୟ ଦ୍ରୁତ ବୋଲିଂ ଆକ୍ରମଣକୁ ବେଶ୍ ପ୍ରଶଂସା କରିଛନ୍ତି। ତାଙ୍କ କହିବା କଥା ଭାରତୀୟ ଦ୍ରୁତ ବୋଲର ଆକ୍ରମଣ ଏକ ଭଲ ମୂଳଦୂଆ ପ୍ରସ୍ତୁତ କରିଛନ୍ତି, ମାତ୍ର ନିକଟ ଦିନରେ ଯେଉଁ ପ୍ରଦର୍ଶନ କରିଛନ୍ତି, ଏହା ସେ କେବେ ବି କଳ୍ପନା କରିନଥିଲେ ବୋଲି ବିଶପ କହିଛନ୍ତି। ସେ ଦ୍ରୁତ ବୋଲର ଯଶପ୍ରୀତ ବୁମରାଙ୍କ ପ୍ରଶଂସା କରି କହିଛନ୍ତି ଯେ, ଏମିତି ବୋଲର ଗୋଟିଏ ପିଢ଼ିରେ ଥରୁଟିଏ ଆସିଥାନ୍ତି। 

ବିଶପ ଇଏସପିଏନକ୍ରିକଇମ୍ଫୋଙ୍କୁ ଦେଇଥିବା ସାକ୍ଷାତକାରରେ କହିଛନ୍ତି ଯେ, ଭାରତରେ ଦ୍ରୁତ ବୋଲର ଆକ୍ରମଣର ପର ପିଢ଼ି ପାଇଁ କପିଲ ଦେବ ମୂଳଦୁଆ ପକାଇଥିଲେ। ବର୍ତ୍ତମାନର ଅଧିନାୟକ ବିରାଟ କୋହଲି ଦ୍ରୁତ ବୋଲିଂ ବାହିନୀକୁ ମଜବୁତ କରିଛନ୍ତି।

୫୨ ବର୍ଷୀୟ ବିଶପ କହିଛନ୍ତି ଯେ, ମନେ ରଖନ୍ତୁ ଯେ, ଦ୍ରୁତ ବୋଲିଂ ବାହିନୀର ସମୂହ ଏବେ ସଂପୂର୍ଣ୍ଣ ପ୍ରସ୍ତୁତ ହୋଇ ନାହାନ୍ତି। ମାତ୍ର ଏଥିପାଇଁ ମୂଳଦୁଆ ପୂର୍ବରୁ ରଖାଯାଇଥିଲା। ଯଦି ଆପଣ କପିଲ ଦେବ ଯୁଗକୁ ଯିବେ ତେବେ, ଏହା ପରେ ଆପଣଙ୍କୁ ଜଭାଗଲ ଶ୍ରୀନାଥ, ଜାହିର ଖାନ, ମୁନାଫ ପଟେଲ, ଏସ. ଶ୍ରୀସନ୍ତଙ୍କ ପରି ଦ୍ରୁତ ବୋଲର ଦେଖିବାକୁ ପାଇବେ।

ଏବେ ଏହାକୁ ଅଧିନାୟକ ମଜବୁତ କରିଛନ୍ତି ଏବଂ ଦ୍ରୁତ ବୋଲରଙ୍କ ଉପରେ ଭରସା କରୁଛନ୍ତି। ମାତ୍ର ଏହା ଜାଣି ରଖନ୍ତୁ ଯେ, ଯଶପ୍ରୀତ ବୁମରାଙ୍କ ପରି ବୋଲର ପିଢିରେ ଥରୁଟିଏ ଆସିଥାନ୍ତି, ଯାହାକୁ ଭାରତକୁ ପାଇଛି। କାରଣ ବୁମରା କ୍ରିକେଟର ସବୁ ଫର୍ମାଟରେ ଚତ୍ମକାର ପ୍ରଦର୍ଶନ କରୁଛନ୍ତି। ମହମ୍ମଦ ସାମି ନିଜର ଖେଳକୁ ଏକ ଅଲଗା ସ୍ତରକୁ ନେଇ ଯାଇଛନ୍ତି। ଇଶାନ୍ତ ଶର୍ମା ମଧ୍ୟ ଅନ୍ୟସ୍ତରକୁ ପହଞ୍ଚି ସାରିଛନ୍ତି। 

ଓ୍ଵେଷ୍ଟଇଣ୍ଡିଜ ପକ୍ଷରୁ ୪୩ଟି ଟେଷ୍ଟ ଖେଳିଥିବା ବିଶପ କହିଛନ୍ତି ଯେ, ସେ କେବେ ବି ଭବିଷ୍ୟତବାଣୀ କରି ପାରୁନଥିଲେ ଯେ, ଭାରତୀୟ ଦ୍ରୁତ ବୋଲର ଓ୍ଵେଷ୍ଟଇଣ୍ଡିଜ ଆସି ତାହା କରିବେ ଯାହା ପୂର୍ବେ ଇଣ୍ଡିଜ ଦଳ ଦଶନ୍ଧି ଧରି ଅନ୍ୟ ଦଳ ସହିତ କରି ଆସୁଥିଲା। ଏହାର ଶ୍ରେୟ ବୋଲିଂ କୋଚ୍ ଭରତ ଅରୁଣ, ପ୍ରଶାସକ ଓ ଅଧିନାୟକଙ୍କୁ ଯାଉଛି।