Home > କ୍ରୀଡ଼ା
ଜାହିରଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇ ଟ୍ରୋଲ ହେଲେ ହାର୍ଦ୍ଦିକ ପାଣ୍ଡ୍ୟା
Khabar Odisha:sports--cricket--odisha--hardik-pandya-wish-zaheer-khan-in-style-on-his-birthday-get-trolled-at-twitte
ନୂଆଦିଲ୍ଲୀ,ଅକ୍ଟୋବର୦୮(ଖବର ଓଡ଼ିଶା):

ସୋମବାର ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଦ୍ରୁତ ବୋଲର ଜାହିର ଖାନ ନିଜର ୪୧ ତମ ଜନ୍ମଦିନ ପାଳନ କରିଛନ୍ତି। ଏହି ସମୟରେ ଜାହିରଙ୍କ ପ୍ରଶଂସକ ତାଙ୍କୁ ସାମାଜିକ ଗଣମାଧ୍ୟମରେ ଜନ୍ମ ଦିନର ଶୁଭେଚ୍ଛା ଜଣାଇଛନ୍ତି। ୨୦୧୧ ବିଶ୍ଵକପ ବିଜେତା ଦଳର ସଦସ୍ୟ ଥିବା ଜାହିର ଖାନଙ୍କୁ ଭାରତୀୟ ଦଳର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି। ମାତ୍ର ହାର୍ଦ୍ଦିକଙ୍କ ଶୁଭେଚ୍ଛା ଜଣାଇବାର ଶୈଳୀ ଜାହିରଙ୍କ ପ୍ରଶଂସକଙ୍କୁ ପସନ୍ଦ ଆସିନାହିଁ। ହାର୍ଦ୍ଦିକଙ୍କ ଏହି ପରି ଜନ୍ମଦିନ ଶୁଭକାମନା ଶୈଳୀରେ ପ୍ରଶଂସକ ଅସନ୍ତୁଷ୍ଟ ପ୍ରକାଶ କରି ତାଙ୍କୁ ଟ୍ରୋଲ କରିଛନ୍ତି।

ପାଣ୍ଡ୍ୟା ଏବେ ଲଣ୍ଡନରେ ଅଛନ୍ତି। ନିଜ ଅଣ୍ଟାରେ ଲାଗିଥିବା ଆଘାତ ପାଇଁ ସର୍ଜରୀ କରିଛନ୍ତି। ଏବେ ସେ ଲଣ୍ଡନର ଏକ ହସ୍ପିଟାଲରେ ବିଶ୍ରାମ କରୁଛନ୍ତି। ଏହି ଆଘାତରୁ ମୁକୁଳିବା ପାଇଁ ହାର୍ଦ୍ଦିକ ୪ ରୁ ୫ ମାସ କ୍ରିକେଟରୁ ଦୂରେଇ ରହିବେ। ଏହି ସମୟରେ ଏକ ଭିଡ଼ିଓ ପୋଷ୍ଟ କରି ଜାହିର ଖାନଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଜଣାଇଛନ୍ତି। ମାତ୍ର ଶୁଭେଚ୍ଛା ଜଣାଇବାର ଶୈଳୀକୁ ନେଇ ପ୍ରଶଂସକ ଅସନ୍ତୋଷ ପ୍ରକାଶ କରିଛନ୍ତି।

ଏହି ଭିଡ଼ିଓରେ  ଜାହିର ଖାନ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ବୋଲିଂ କରୁଛନ୍ତି ଏବଂ ପାଣ୍ଡ୍ୟା ଏହି ବଲରେ ଛକା ମାରୁଛନ୍ତି। ଏହି ୧୦ ସେକେଣ୍ଡର ଭିଡ଼ିଓ ସହିତ ପାଣ୍ଡ୍ୟା ଜାହିରଙ୍କୁ ହାପି ବାର୍ଥଡେ ଜଣାଇଛନ୍ତି। ପାଣ୍ଡ୍ୟା ଭିଡ଼ିଓ ପୋଷ୍ଟ କରି କ୍ୟାପସନରେ ଲେଖିଛନ୍ତି ଯେ, ହାପି ବାର୍ଥଡେ ଜ୍ୟାକ୍... ଆଶା କରୁଛି ଆପଣ ମଧ୍ୟ ଏହାକୁ ପାର୍କରୁ ବାହାରକୁ ପଠାଇ ଦେଇଛନ୍ତି, ଯେମିତି ମୁଁ ପଠାଇଥିଲି।