Home > କ୍ରୀଡ଼ା
ରାହୁଲ ଦ୍ରାବିଡ଼ଙ୍କୁ ନେଇ ଆଇସିସି କଲା ବଡ଼ ଭୁଲ !
Khabar Odisha:sports--cricket--odisha--icc-goofs-up-calls-rahul-dravid-left-handed-batsman-in-hall-of-fame
କୋଲକାତା, ସେପ୍ଟେମ୍ବର୨୦(ଖବର ଓଡ଼ିଶା):

ଅନ୍ତରାଷ୍ଟ୍ରୀୟ କ୍ରିକେଟ୍  ପରିଷଦ(ଆଇସିସି) ଶୁକ୍ରବାର ବଡ଼ ଭୁଲ କରି ଦେଇଛି। କ୍ରିକେଟ୍ ଖେଳର ସର୍ବୋଚ୍ଚ ସଂସ୍ଥା ନିଜର ଓ୍ଵେବସାଇଟରେ ହଲ ଅଫ ଫେମର ତାଲିକାରେ ଭାରତର ପୂର୍ବତନ ଅଧିନାୟକ ରାହୁଲ ଦ୍ରାବିଡ଼ଙ୍କୁ ବାମହାତୀ ବ୍ୟାଟସମ୍ୟାନ ଦର୍ଶାଇଛି।

ଆଇସିସିର ଓ୍ଵେବସାଇଟରେ ଦ୍ରାବିଡ଼ଙ୍କ ସାମ୍ନାରେ ବ୍ୟାଟସମ୍ୟାନ : ବାମହାତୀ ଲେଖା ହୋଇଛି। ଏହାକୁ ନେଇ ସାମାଜିକ ଗଣମାଧ୍ୟମରେ ପ୍ରଶଂସକ ଆଇସିସିକୁ ନିନ୍ଦା କରିଛନ୍ତି। ଦ୍ରାବିଡ଼ଙ୍କୁ ଗତ ବର୍ଷ ହଲ ଅଫ ଫେମରେ ସାମିଲ କରାଯାଇଥିଲା। ଏଥିରେ ସାମିଲ  ହେବାରେ ସେ ଥିଲେ ପଞ୍ଚମ ଭାରତୀୟ। 

ସୁନିଲ ଗାଭାସ୍କର ଗତ ବର୍ଷ ତିରୁଅନନ୍ତପୁରମରେ ଭାରତ ଓ ଓ୍ଵେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଇଥିବା ପଞ୍ଚମ ମ୍ୟାଚରେ କ୍ୟାପ୍ ଦେଇ ରାହୁଲ ଏହି ସମ୍ମାନ ଦେଇଥିଲେ। ତାଙ୍କ ସହିତ ଅଷ୍ଟ୍ରେଲିଆକୁ ଦୁଇ ଥର ବିଶ୍ଵ ଚମ୍ପିଆନ କରାଇଥିବା ଅଧିନାୟକ ରିକି ପଣ୍ଟିଂ ଓ ଇଂଲଣ୍ଡର ମହିଳା କ୍ରିକେଟର କ୍ଲାରେ ଟେଲରଙ୍କୁ ମଧ୍ୟ  ଜୁଲାଇରେ ଆଇସିସି ହଲ ଅଫ ଫେମରେ ସ୍ଥାନ ମିଳିଥିଲା। ଦ୍ରାବିଡ଼ ଭାରତ ପାଇଁ ୧୬୪ଟି ଟେଷ୍ଟ ଓ ୩୪୪ଟି ଦିନିକିଆ  ଖେଳିଛନ୍ତି। ସେ ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ମୋଟ୍ ୨୪,୧୭୭ ରନ କରିଛନ୍ତି।