Home > କ୍ରୀଡ଼ା
ବିଶ୍ଵ କପ ପୂର୍ବରୁ ଜଙ୍ଗଲରେ ରହୁଛନ୍ତି ୧୯ ବର୍ଷରୁ କମ ଭାରତୀୟ ଦଳ, ଦ୍ରାବିଡ଼ଙ୍କ ବିଶେଷ ଯୋଜନା
Khabar Odisha:sports--cricket--odisha--indian-under-19-team-on-tiger-safari-in-nagarhole-national-park-before-under-19-world-cup
ନୂଆଦିଲ୍ଲୀ, ଡିସେମ୍ବର ୦୯ (ଖବର ଓଡ଼ିଶା):

ରାହୁଲ ଦ୍ରାବିଡ଼ ଯେବେଠୁ ୟୁନିୟର ଦଳର ଦାୟିତ୍ଵ ନେଇଛନ୍ତି ତେବେଠୁ ଦଳର ଏକକୁଟତା ନେଇ କିଛି ନା କିଛି ନୂତନ ପଦକ୍ଷେପ ନେଇ ଚାଲିଛନ୍ତି। ଏହି କ୍ରମରେ ୧୯ ବର୍ଷରୁ କମ ବିଶ୍ଵ କପ୍ ଖେଳିବାକୁ ଦକ୍ଷିଣ ଆଫ୍ରିକା ଗସ୍ତ କରୁଥିବା ଭାରତୀୟ ଦଳ ସଂପ୍ରତି କର୍ଣ୍ଣାଟକର ନାଗରହୋଲ ନ୍ୟାସନାଲ ପାର୍କରେ କିଛି ଦିନ ଏକାଠି ବିତାଉଛନ୍ତି। ବିସିସିଆଇ ମହାପ୍ରବନ୍ଧକ ସବା କରିମ ଓ ରାଷ୍ଟ୍ରୀୟ କ୍ରିକେଟ୍ ଏକାଡେମୀର ସିଇଓ ତୁଫାନ ଘୋଷ କହିଛନ୍ତି ଯେ, ଏନସିଏ ନିର୍ଦ୍ଦେଶକ ରାହୁଲ ଦ୍ରାବିଡ଼ଙ୍କ ସହ ଆଲୋଚନା ପରେ ପୂରା କାର୍ଯ୍ୟକ୍ରମ ସ୍ଥିର କରାଯାଇଛି।

କରିମ କହିଛନ୍ତି ଯେ, ଏହା ଦୁଇ ଦିନିଆ ଟିମ୍ ବଡିଂ ଅଭିଯାନ। ଏହା ପୂର୍ବରୁ ଭାରତୀୟ ଏ ଦଳ ମଧ୍ୟ ନାଗରହୋଲ ନ୍ୟାସନାଲ ପାର୍କ ଗସ୍ତ କରିଥିଲେ। ୧୯ ବର୍ଷରୁ କମ ଦଳ ଓ ଭାରତୀୟ ଏ ଦଳ ପାଇଁ ଏମିତି ବ୍ୟବସ୍ଥା କରାଯାଏ। ଏହା ଅନ୍ତରାଷ୍ଟ୍ରୀୟ ଦଳ ପାଇଁ ଉଦ୍ଦିଷ୍ଟ ନୁହଁ, କାରଣ ଜାତୀୟ ଦଳର ନିଜର କାର୍ଯ୍ୟକ୍ରମ ରହିଥାଏ। ନାଗରହୋଲ ନ୍ୟାସନାଲ ପାର୍କ କର୍ଣ୍ଣାଟକର ମହୀଶୂର ଜିଲ୍ଲାରେ ରହିଛି। ଘୋଷ କହିଛନ୍ତି ଯେ, ୧୯ ବର୍ଷରୁ କମ ଭାରତୀୟ ଦଳର ଖେଳାଳି ଭିନ୍ନ ଭିନ୍ନ ରାଜ୍ୟରୁ ଆସିଛନ୍ତି। ତେଣୁ ଏହି ଧରଣର ମାହୋଲରେ ଏକାଠି ରହିଲେ ପରସ୍ପର ମଧ୍ୟରେ ଏକଜୁଟତା ଓ ବିଶ୍ଵାସ ବଢ଼ିଥାଏ। 

ସେ କହିଛନ୍ତି ଯେ, ଖେଳାଳିମାନେ ଆଜି ବାଘ ସଫାରୀ ପରିଦର୍ଶନ କରିଛନ୍ତି। କୋଚ୍ ଏବଂ ଏନସିଏ ନିର୍ଦ୍ଦେଶକ ରାହୁଲ ଦ୍ରାବିଡ଼ଙ୍କ ସହ ଆଲୋଚନା ପରେ ଏହି କାର୍ଯ୍ୟକ୍ରମ ନିର୍ଦ୍ଧାରିତ କରାଯାଇଥିଲା। ୧୯ ବର୍ଷରୁ କମ ବିଶ୍ଵ କପ ଆସନ୍ତା ବର୍ଷ ଜାନୁଆରୀରେ ଦକ୍ଷିଣ ଆଫ୍ରିକାରେ ଆୟୋଜିତ ହେବ।  ପ୍ରିୟମ ଗର୍ଗ ଦଳର ଅଧିନାୟକ ଦାୟିତ୍ଵ ସମ୍ଭାଳିବେ। ଭାରତୀୟ ଦଳ ବିଶ୍ଵ କପ ଜିତିବା ନେଇ ପ୍ରବଳ ଦାବିଦାର। 

ଭାରତୀୟ ଦଳ ଗତ ବିଶ୍ଵ କପ୍ ବିଜେତା ମଧ୍ୟ ଏବଂ ଦଳ ପାଖରେ ଯଶସ୍ଵୀ ଜୟସଓ୍ଵାଲ, ପ୍ରିୟମ ଗର୍ଗ, ଧ୍ରୁବ ଜୁରେଲଙ୍କ ପରି ବ୍ୟାଟସମ୍ୟାନ ଘରୋଇ କ୍ରିକେଟରେ ଖୁବ୍ ରନ କରୁଛନ୍ତି।  ଅନ୍ୟପଟେ ଦଳ ପାଖରେ ଅଥର୍ବ ଅଙ୍କୋଲେକର ଓ ରବି ବିଶନୋଇଙ୍କ ପରି ସ୍ପିନର ଅଛନ୍ତି। ଏହା ସହିତ ଆକାଶ ସିଂହଙ୍କ ରୂପେ  ଭାରତୀୟ ଦଳରେ ଦମଦାର ଦ୍ରୁତ ବୋଲର ଅଛନ୍ତି।