Home > କ୍ରୀଡ଼ା
ଇନ୍ଦୋର ଟେଷ୍ଟ ପୂର୍ବରୁ ବିରାଟଙ୍କ ରଣ ହୁଙ୍କାର, ବାଂଲାଦେଶକୁ ହାଲୁକାରେ ନେବୁ ନାହିଁ
Khabar Odisha:sports--cricket--odisha--virat-kohli-says-we-are-ready-to-win-at-any-venue-before-indore-test
ଇନ୍ଦୋର, ନଭେମ୍ବର୧୩(ଖବର ଓଡ଼ିଶା):

ଗୁରୁବାରଠୁ ଭାରତ-ବାଂଲାଦେଶ ମଧ୍ୟରେ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ଇନ୍ଦୋରର  ହୋଲକର ଷ୍ଟାଡ଼ିୟମରେ ଖେଳାଯିବ। ଏହି ଷ୍ଟାଡ଼ିୟମରେ ଦ୍ଵିତୀୟ ଥର  ଟେଷ୍ଟ ମ୍ୟାଚ୍ ଆୟୋଜନ ହେଉଛି। ଦୁଇ ଦଳ ଜୋରଦାର ଅଭ୍ୟାସ କରିଛନ୍ତି। ମ୍ୟାଚର ଗୋଟିଏ ଦିନ ପୂର୍ବରୁ ବୁଧବାର ବିରାଟ କୋହଲି ଇନ୍ଦୋରରେ ପ୍ରେସମିଟ୍ କରିଛନ୍ତି। 

ବିରାଟ କହିଛନ୍ତି ଯେ, ବାଂଲାଦେଶ ଦଳକୁ ଆମେ ହାଲୁକାରେ ନେଇ ପାରିବୁ ନାହିଁ। ଏହି ଦଳ ସମୟ ସମୟରେ ଆମକୁ ଚ୍ୟାଲେଞ୍ଜ ଦେଇଛନ୍ତି। ଆମେ ୨-୧ରେ ଟି-୨୦ ଶୃଙ୍ଖଳା ଜିତିଥିଲେ ମଧ୍ୟ ବାଂଲାଦେଶର ବୋଲର ଉନ୍ନତ ପ୍ରଦର୍ଶନ କରିଛନ୍ତି। ତେଣୁ ବାଂଲାଦେଶକୁ ଆମେ ହାଲୁକାରେ ନେବୁ ନାହିଁ।

କୋହଲି କହିଛନ୍ତି ଯେ, ଇନ୍ଦୋରରେ ୨୦୧୬ରେ ହୋଇଥିବା ପ୍ରଥମ ଟେଷ୍ଟ ଦେଖିବାକୁ ଦର୍ଶକଙ୍କ ଭିଡ଼ ଜମିଥିଲା, ମାତ୍ର ବାକି ଷ୍ଟାଡ଼ିୟମକୁ କମ୍ ଦର୍ଶକ ଆସନ୍ତି। ଟେଷ୍ଟ କ୍ରିକେଟକୁ ସବୁଠୁ ଉପରେ ରଖିବା ଲାଗି ମୋର ଏହା ବିଚାରରେ ଯେ ଦେଶରେ ୫ଟି ଟେଷ୍ଟ କେନ୍ଦ୍ର ହେବା ଉଚିତ୍। ନିକଟରେ ସେ କହିଥିଲେ ଯେ, ଦେଶରେ ଅତି କମରେ ୫ଟି ଟେଷ୍ଟ କେନ୍ଦ୍ର ହେବା ଉଚିତ୍, ଯଦ୍ଵାରା ଦର୍ଶକଙ୍କୁ ଷ୍ଟାଡ଼ିୟମକୁ ଆସିବାକୁ ପ୍ରେରିତ କରାଯାଇ ପାରିବ। 

କୋହଲି ଏହା ମଧ୍ୟ କହିଛନ୍ତି ଯେ, ଯେଉଁଭଳି ଭରସା, ନିଜ ଉପରେ ବିଶ୍ଵାସ ଓ ପରସ୍ପର ମଧ୍ୟରେ ଉତ୍ତମ ସମନ୍ଵୟ ଖେଳାଳିଙ୍କ ମଧ୍ୟରେ ରହିଛି, ତାରି ଦମରେ ଦଳ କ୍ରମାଗତ ଉନ୍ନତ ପ୍ରଦର୍ଶନ କରି ଚାଲିଛି। ଗତ କିଛି ମ୍ୟାଚରେ ଉମେଶ ଯେଉଁଭଳି ଶାଣିତ ବୋଲିଂ କରିଛନ୍ତି, ମହମ୍ମଦ ସାମି କମାଲ ପ୍ରଦର୍ଶନ କରିଛନ୍ତି। ଯଶପ୍ରୀତ ବୁମରା ସଂପ୍ରତି ଫିଟ୍ ଅଛନ୍ତି, ଇଶାନ୍ତ ଶର୍ମା ଦୁଇ ବର୍ଷରୁ ଦମଦାର ପ୍ରଦର୍ଶନ କରୁଛନ୍ତି। 

ଇନ୍ଦୋର ପରେ ଦୁଇଟି ଟେଷ୍ଟ ଶୃଙ୍ଖଳାର ଶେଷ ମୁକାବିଲା କୋଲକାତାର ଇଡ଼େନ ଗାର୍ଡ଼େନରେ ଖେଳାଯିବ, ଯାହା ଦିବାରାତ୍ର ଫର୍ମାଟରେ ଖେଳାଯିବ। ଭାରତ  ପ୍ରଥମ ଥର ଦିବାରାତ୍ର ମ୍ୟାଚର ଆୟୋଜନ କରୁଛି। ଗୋଲାପୀ ବଲରେ ଭାରତ ପ୍ରଥମ ଥର ଟେଷ୍ଟ ମ୍ୟାଚ୍ ଖେଳିବ। ଗୋଲାପୀ ବଲରେ ଖେଳିବା ଟିକେ ମୁସ୍କିଲ  ହୋଇପାରେ। ଏହା ପ୍ରଥମ ମୁକାବିଲା ଏବଂ ଏବେ ଟିକେ ସମୟ ଦରକାର ବୋଲି  ବିରାଟ କୋହଲି କହିଛନ୍ତି।