Home > କ୍ରୀଡ଼ା
ଇଡ଼େନ ଗାର୍ଡ଼େନରେ ଭାରତ-ବାଲାଂଦେଶ ଦିବାରାତ୍ର ଟେଷ୍ଟ ମ୍ୟାଚ୍ ଦେଖିବେ ଗୃହ ମନ୍ତ୍ରୀ ଅମିତ୍ ଶାହା
Khabar Odisha:sports--cricket--odisha-amit-shah-to-attend-india-bangladesh-day-night-test-match-at-eden-garden-kolkata
ନୂଆଦିଲ୍ଲୀ, ନଭେମ୍ବର୧୪(ଖବର ଓଡ଼ିଶା):

କୋଲକାତାର ଇଡେନ ଗାର୍ଡେନରେ ନଭେମ୍ବର ୨୨ରୁ ୨୬ ମଧ୍ୟରେ ଭାରତ ଓ ବାଂଲାଦେଶ ମଧ୍ୟରେ ପ୍ରଥମ ଦିବାରାତ୍ର ଟେଷ୍ଟ ମ୍ୟାଚ୍ ଖେଳାଯିବ। ନଭେମ୍ବର ୨୨ରେ ମ୍ୟାଚର ପ୍ରଥମ ଦିନ ଦେଖିବାକୁ ଗୃହମନ୍ତ୍ରି ଅମିତ୍ ଶାହା ମଧ୍ୟ ଷ୍ଟାଡ଼ିୟମରେ ଉପସ୍ଥିତ ରହିବେ। ଶାହାଙ୍କ ବ୍ୟତୀତ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ପଡ଼ିଆରେ ଉପସ୍ଥିତ ରହିବେ। ସନ୍ଧ୍ୟାରେ ଅଭିନବ ବିନ୍ଦ୍ରା ଓ ମେରି କମ ସମେତ କିଛି ଅନ୍ୟ ଖେଳାଳିଙ୍କ ସମ୍ବର୍ଦ୍ଧନା ସମାରୋହ ଆୟୋଜିତ ହେବ। ଏହି କାର୍ଯ୍ୟକ୍ରମ ପ୍ରାୟ ଏକ ଘଣ୍ଟା ଧରି ଚାଲିବ। 

ସମାଚାର ଏଜେନ୍ସି ଏଏନଆଇ ମୁତାବକ, ପଶ୍ଚିମବଙ୍ଗ କ୍ରିକେଟ୍ ସଙ୍ଘ(ସିଏବି)ର ସଚିବ ଅଭିଷେକ ଡାଲମିୟା ଏହି ବିଷୟରେ ସୂଚନା ଦେଇ କହିଛନ୍ତି ଯେ, ସନ୍ଧ୍ୟାରେ ଆୟୋଜିତ କାର୍ଯ୍ୟକ୍ରମରେ ଅଭିନବ ବିନ୍ଦ୍ରା ଓ ଏସ ମେରିକମ ସମେତ ଅନେକ ଖେଳାଳିଙ୍କୁ ସମ୍ଵର୍ଦ୍ଧନା ଦିଆଯିବ। ଏଥିରେ ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା, ବାଂଲାଦେଶର ପ୍ରଧାନମନ୍ତ୍ରୀ ଶେଖ ହସିନା ଓ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଉପସ୍ଥିତ ରହିବେ। ଏଥିରେ ସଚିନ ତେନ୍ଦୁଲକର ସାମିଲ ହେବାର ମଧ୍ୟ ସମ୍ଭାବନା ରହିଛି।

ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କୁ ମଧ୍ୟ ଆମନ୍ତ୍ରିତ କରାଯାଇଥିବା ସେ କହିଛନ୍ତି। ଡାଲମିଆ କହିଛନ୍ତି ଯେ, ମ୍ୟାଚ୍ ପୂର୍ବରୁ ପାରା ଟ୍ରୁପର୍ସ ଗୋଲାପୀ ବଲ ନେଇ ପଡ଼ିଆକୁ ଓହ୍ଲାଇବେ। ଏହା ପରେ ମ୍ୟାଚ୍ ଆରମ୍ଭ ହେବ। ପଡ଼ିଆରେ ଘଣ୍ଟି ବାଜିବା ମାତ୍ରେ ଜାତୀୟ ସଙ୍ଗୀତ ବାଜିବ। ମଧ୍ୟାହ୍ନ ଭୋଜନ ସମୟରେ ସୌରଭ ଗାଙ୍ଗୁଲି, ସଚିନ ତେନ୍ଦୁଲକର, ଭିଭିଏସ ଲକ୍ଷ୍ମଣ, ରାହୁଲ ଦ୍ରାବିଡ଼ ଓ ଅନିଲ କୁମ୍ବଲେଙ୍କ ମଧ୍ୟରେ ଏକ ବାର୍ତ୍ତାଳପ ସୋର ଆୟୋଜନ କରିବାର ଯୋଜନା ରହିଛି।