Home > କ୍ରୀଡ଼ା
ପ୍ରତ୍ୟେକ ଶୃଙ୍ଖଳାରେ ଗୋଟିଏ ଦିବାରାତ୍ର ଟେଷ୍ଟ ମ୍ୟାଚ୍ ଚାହୁଁଛନ୍ତି ସୌରଭ ଗାଙ୍ଗୁଲି
Khabar Odisha:sports--cricket--odisha-bcci-president-saurav-ganguly-wants-at-least-one-match-in-a-series-to-be-pink-ball-test
କୋଲକାତା, ଡିସେମ୍ବର୦୩(ଖବର ଓଡ଼ିଶା):

 କୋଲକାତାର ଇଡ଼େନ ଗାର୍ଡ଼େନରେ ଭାରତ ଓ ବାଂଲାଦେଶ ମଧ୍ୟରେ ପ୍ରଥମ ଦିବାରାତ୍ର ଟେଷ୍ଟ ମ୍ୟାଚ୍ ସଫଳ ହୋଇଛି। ଏହା ପରେ ପ୍ରତ୍ୟେକ ଶୃଙ୍ଖଳାରେ ଭାରତୀୟ କ୍ରିକେଟ୍ ଦଳ ଗୋଟିଏ ଦିବାରାତ୍ର ଟେଷ୍ଟ ଖେଳିବା ଉଚିତ୍ ବୋଲି କହିଛନ୍ତି ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ଼(ବିସିସିଆଇ) ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି। 

ଗାଙ୍ଗୁଲି କହିଛନ୍ତି ଯେ, ଦିବାରାତ୍ର ଟେଷ୍ଟକୁ ନେଇ ସେ ବହୁତ ଉତ୍ସାହିତ। ମୋତେ ଲାଗୁଛି ଯେ ଟେଷ୍ଟକୁ ଆଗକୁ ନେବାର ଏହା ଏକ ପ୍ରୟାସ। ପ୍ରତ୍ୟେକ ଟେଷ୍ଟ ନୁହଁ କିନ୍ତୁ ଗୋଟିଏ ଶୃଙ୍ଖଳାରେ ଅତି କମରେ ଗୋଟିଏ ଟେଷ୍ଟ ଦିବାରାତ୍ର ହେବା ଉଚିତ୍।

ଗାଙ୍ଗୁଲି କହିଛନ୍ତି ଯେ, ଦିବାରାତ୍ର ଟେଷ୍ଟ ମ୍ୟାଚ୍ ଆୟୋଜନ ନେଇ ନିଜର ଅନୁଭବକୁ ସେ ଅନ୍ୟ କ୍ରିକେଟ୍ ସଂଘ ସହ ବାଣ୍ଟିବେ। ଏହା ସହିତ ଅନ୍ୟ ରାଜ୍ୟର ଷ୍ଟାଡ଼ିୟମରେ ଦିବାରାତ୍ର ଟେଷ୍ଟ ଆୟୋଜନ ନେଇ ଉଦ୍ୟମ କରିବେ। କେହି ମଧ୍ୟ ୫୦୦୦ ଲୋକଙ୍କ ସାମ୍ନାରେ ଟେଷ୍ଟ କ୍ରିକେଟ୍ ଖେଳିବାକୁ ଚାହିଁବେ ନାହିଁ ବୋଲି ଗାଙ୍ଗୁଲି କହିଛନ୍ତି। ତେଣୁ ଟେଷ୍ଟର ଲୋକପ୍ରିୟତାକୁ ଫେରାଇ ଆଣିବାକୁ ଏହା ଏକ ଭଲ ବିକଳ୍ପ ବୋଲି ସେ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ଭାରତ ତାର ପ୍ରଥମ ଦିବାରାତ୍ର ଟେଷ୍ଟକୁ ମାତ୍ର ଅଢ଼େଇ ଦିନରୁ କମ ସମୟରେ ଜିତି ନେଇଛି। ବାଂଲାଦେଶକୁ ଦଳ ଇନିଂସ ବ୍ୟବଧାନରେ ପରାଜିତ କରିଛି।