Home > କ୍ରୀଡ଼ା
ଅନିଲ କୁମ୍ବଲେଙ୍କ ପରି ମହାନ ହୋଇଯିବେ ଅଶ୍ଵିନ, ଗୋଟିଏ ଓ୍ଵିକେଟ୍ ନେଲେ ଏହି ଖାସ୍ କ୍ଲବରେ ହେବେ ସାମିଲ
Khabar Odisha:sports--cricket--odisha-india-vs-bangladesh-r-ashwin-eyes-on-another-milestone-set-to-join-kumble-and-harbhajan-elite-list
ଇନ୍ଦୋର, ନଭେମ୍ବର୧୩(ଖବର ଓଡ଼ିଶା):

ଭାରତ ଓ ବାଂଲାଦେଶ ମଧ୍ୟରେ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳାର ପ୍ରଥମ ମୁକାବିଲା ଗୁରୁବାର ଇନ୍ଦୋରର ହୋଲକର ଷ୍ଟାଡ଼ିୟମରେ ଖେଳାଯିବ। ଟି-୨୦ ଶୃଙ୍ଖଳାରେ ୨-୧ରେ ଜିତିବା ପରେ ଭାରତୀୟ ଦଳର ନଜର ଏବେ ଟେଷ୍ଟ ଶୃଙ୍ଖଳା ଉପରେ। ଏହି ମ୍ୟାଚରେ ଅନୁଭବୀ ବୋଲର ଆର. ଅଶ୍ଵିନିଙ୍କ ଉପରେ ସଭିଙ୍କ ନଜର ରହିବ। 

ଭାରତୀୟ ଦଳର ଏହି ମୁଖ୍ୟ ବୋଲର ଏକ ଖାସ୍ କ୍ଲବରେ ସାମିଲ ହେବାରେ କେବଳ ଗୋଟିଏ ପାଦ ଦୂରରେ ଅଛନ୍ତି। ଇନ୍ଦୋରରେ ଖେଳାଯିବାକୁ ଥିବା ପ୍ରଥମ ଟେଷ୍ଟରେ ଯଦି ଅଶ୍ଵିନ ଗୋଟିଏ ଓ୍ଵିକେଟ୍ ହାସଲ କରନ୍ତି ତେବେ ସେ ଅନିଲ କୁମ୍ବଲେ ଓ ହରଭଜନ ସିଂହଙ୍କ କ୍ଲବରେ ସାମିଲ ହୋଇଯିବେ। 

ଅଶ୍ଵିନ ପ୍ରଥମ ଟେଷ୍ଟରେ ଗୋଟିଏ ଓ୍ଵିକେଟ୍ ନେଲେ ଘରୋଇ ପଡ଼ିଆରେ ୨୫୦ ଓ୍ଵିକେଟ୍ ନେବାରେ ତୃତୀୟ ଭାରତୀୟ ବୋଲର ହେବେ। ଘରୋଇ ପଡ଼ିଆରେ ୨୫୦ କିମ୍ବା ସେଥିରୁ ଅଧିକ ଓ୍ଵିକେଟ୍ ନେବା ମାମଲାରେ ପୂର୍ବତନ ମହାନ ବୋଲର ଅନିଲ କୁମ୍ବଲେ ୩୫୦ ଓ୍ଵିକେଟ୍ ସହିତ ପ୍ରଥମ ସ୍ଥାନରେ ଅଛନ୍ତି। ଦ୍ଵିତୀୟରେ ହରଭଜନ ସିଂହ ଅଛନ୍ତି। ସେ ଘରୋଇ ପଡ଼ିଆରେ ୨୬୫ ଓ୍ଵିକେଟ୍ ନେଇଛନ୍ତି। 

ଉଲ୍ଲେଖଯୋଗ୍ୟ, ଟେଷ୍ଟରେ ସର୍ବାଧିକ ଓ୍ଵିକେଟ୍ ହାସଲକାରୀ ଭାରତୀୟ ବୋଲର ତାଲିକାରେ ଅଶ୍ଵିନ ୩୫୭ ଓ୍ଵିକେଟ୍ ସହିତ ଚତୁର୍ଥରେ ଅଛନ୍ତି। ପ୍ରଥମ ସ୍ଥାନରେ ଅନିଲ କୁମ୍ବଲେ(୬୧୯), କପିଲ ଦେବ(୪୩୪) ଓ ହରଭଜନ ସିଂହ ୪୧୭ ତୃତୀୟ ସ୍ଥାନରେ ଅଛନ୍ତି।