Home > କ୍ରୀଡ଼ା
ଏଥର ଆଇପିଏଲରେ ଓଡ଼ିଆ କ୍ରିକେଟର ! ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଡକରା
Khabar Odisha:sports--cricket--odisha-mumbai-indians-calling-odia-cricketer-Pappu-roy-for-playing-trial-cricket-match
ଭୁବନେଶ୍ଵର, ଅକ୍ଟୋବର୧୯(ଖବର ଓଡ଼ିଶା):

 ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ)ର ୧୩ମ ସଂସ୍କରଣରେ ଖେଳି ପାରନ୍ତି ଓଡ଼ିଆ କ୍ରିକେଟର ପପୁ ରୟ। ପପୁ ରୟଙ୍କୁ ଚାରି ଥରର ଆଇପିଏଲ ବିଜେତା ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଡକରା ଆସିଛି। ଆସନ୍ତା ୨୨ରେ ହେବାକୁ ଥିବା ଟ୍ରାୟଲ ମ୍ୟାଚ୍ ଖେଳିବାକୁ ତାଙ୍କୁ ଡକରା ଆସିଛି। ଏହି ସୂଚନା ନିଜେ ପପୁ ରୟ ଦେଇଛନ୍ତି। ସେ ପୂର୍ବରୁ ବୋର୍ଡ ସଭାପତି ଏକାଦଶ ଓ ଭାରତୀୟ ସି ପକ୍ଷରୁ ଖେଳିଛନ୍ତି।

ପପୁ ରୟ ଘରୋଇ କ୍ରିକେଟରେ ପ୍ରଥମ ଶ୍ରେଣୀ ମ୍ୟାଚ୍ ୨, ଲିଷ୍ଟ ଏ ମ୍ୟାଚ୍ ୧୭ ଓ ୭ଟି ଟି-୨୦ ମ୍ୟାଚ୍ ଖେଳିଛନ୍ତି। ୨୪ ବର୍ଷୀୟ ଏହି ଉଦୀୟମାନ ବାମହାତୀ ଲେଗ୍ ସ୍ପିନର ଖେଳାଳି ୨୦୧୮ ନଭେମ୍ବର ୧ରେ ଓଡ଼ିଶା ପକ୍ଷରୁ ପ୍ରଥମ ରଣଜୀ ମ୍ୟାଚ୍ ଖେଳିଥିଲେ। ଏହା ପୂର୍ବରୁ ୨୦୧୮ ସେପ୍ଟେମ୍ବର ୨୦ରେ ବିଜୟ  ହଜାରେ ଟ୍ରଫି ଖେଳିଥିଲେ। ୨୦୧୮-୧୯ ଦେଓଧର ଟ୍ରଫି ପାଇଁ ଭାରତ ସି ପକ୍ଷରୁ ଖେଳିଥିଲେ। 

ଏବେ ତାଙ୍କୁ ଆଇପିଏଲ ପାଇଁ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଡକରା ଆସିଛି। ଅକ୍ଟୋବର ୨୨ରେ ମୁମ୍ବାଇ ଯିବେ ପପୁ ରାୟ। ଅକ୍ଟୋବର ୨୩ ଓ ୨୪ରେ ସିଲେକ୍ସନ ମ୍ୟାଚ୍ ଖେଳାଯିବ। ଏଥିରେ  ଭଲ ପ୍ରଦର୍ଶନ କରି ଟିମ୍‌ରେ ସାମିଲ ହେବାକୁ ଆଶାବାଦୀ ବୋଲି ପପୁ କହିଛନ୍ତି। ଯଦି ଟ୍ରାୟଲ ମ୍ୟାଚରେ ସେ ଭଳ ପ୍ରଦର୍ଶନ କରନ୍ତି ତେବେ ବିପ୍ଳବ ସାମନ୍ତରାୟଙ୍କ ପରେ ଦ୍ଵିତୀୟ ଓଡ଼ିଆ କ୍ରିକେଟର ଭାବେ ଆଇପିଏଲ ଖେଳିବେ। ବିପ୍ଳବ ସନରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ଖେଳିଥିଲେ।