Home > କ୍ରୀଡ଼ା
ଟାଇମ ମାଗାଜିନର ୧୦୦ ପ୍ରଭାବଶାଳୀ ବ୍ୟକ୍ତି ତାଲିକାରେ ସ୍ଥାନ ପାଇଲେ ଦୂତି ଚାନ୍ଦ
Khabar Odisha:sports--cricket--odisha-odia-sprinter-Dutee-Chand-shortlisted-in-the-esteemed-Time-100-Next-2019-list
ଭୁବନେଶ୍ଵର, ନଭେମ୍ବର୧୩(ଖବର ଓଡ଼ିଶା):

ବିଶ୍ଵର ବହୁଳ ପ୍ରସାରିତ ଟାଇମ ମାଗାଜିନରେ ସ୍ଥାନ ପାଇଲେ ଓଡ଼ିଆ ଧାବିକା ଦୂତି ଚାନ୍ଦ। ବିଶ୍ଵର ପରବର୍ତ୍ତୀ ୧୦୦ ପ୍ରଭାବଶାଳୀ ବ୍ୟକ୍ତି ତାଲିକାରେ ଦୂତି ସାମିଲ ହୋଇ ଓଡ଼ିଶାର ଗୌରବ ବଢ଼ାଇଛନ୍ତି। ନଭେମ୍ବର ୨୫ରେ ପ୍ରକାଶିତ ହେବାକୁ ଥିବା ସଂଖ୍ୟାରେ ପୂର୍ଣ୍ଣ ତାଲିକା ରହିଛି। ଏହା ପରେ ସାମାଜିକ ଗଣମାଧ୍ୟମରେ ଟାଇମ ପତ୍ରିକାକୁ କୃତଜ୍ଞତା ଜଣାଇଛନ୍ତି ଦୂତି।

ଏହି ସଫଳତା ପରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦୂତି ଚାନ୍ଦଙ୍କୁ ଶୁଭକାମନା ଜଣାଇଛନ୍ତି। ସେ ଟ୍ଵିଟ୍ କରିଛନ୍ତି ଯେ, ଭାରତର ଦ୍ରୁତତମ ଧାବିାକ ଟାଇମ ମାଗାଜିନର ୨୦୧୯ରେ ପରବର୍ତ୍ତୀ ୧୦୦ ପ୍ରଭାବଶାଳୀ ବ୍ୟକ୍ତି ତାଲିକାରେ ସାମିଲ ହୋଇଛନ୍ତି। 

ଉଲ୍ଲେଖଯୋଗ୍ୟ, ଗତ ଜୁଲାଇ ମାସରେ ଦୂତି ଚାନ୍ଦ ପ୍ରଥମ ଭାରତୀୟ ଧାବିକାଭାବେ ସେ ବିଶ୍ୱ କ୍ରୀଡାରେ ୧୦୦ ମିଟର ଦୌଡ଼ରେ ସ୍ଵର୍ଣ୍ଣ ପଦକ ଜିତିଥିଲେ । ୨୦୨୦ ଟୋକିଓ ଅଲମ୍ପିକ୍ସ ପାଇଁ ସେ ଲକ୍ଷ୍ୟ ରଖିଛନ୍ତି । ତାଙ୍କ କ୍ୟାରିୟରରେ ୨୦୧୪ରେ ତାଙ୍କୁ ଆଥଲେଟିକ ଜଗତରୁ ନିଷିଦ୍ଧ କରାଯିବା ଏକ ଦୁଃଖଦାୟକ ଘଟଣାଥିଲା।। ତାଙ୍କ ଦେହରୁ ଅଧିକ ପରିମାଣରେ ପୁରୁଷ ହରମୋନ (ଟେଷ୍ଟଥରନ) ବାହାରୁ ଥିବାରୁ ତାଙ୍କୁ ନିଷଦ୍ଧ କରାଯାଇଥିଲା। କିନ୍ତୁ ଏହା ବିରୁଦ୍ଧରେ ଲଢି ସେ ଜିତିଥିଲେ ଓ ପୁଣି ପଡିଆକୁ ଫେରିଥିଲେ। ଚଳିତ ବର୍ଷ ସେ ସମଲିଙ୍ଗୀ ବିବାହ କରିବା ଘୋଷଣା କରି ଭାରତୀୟ କ୍ରୀଡ଼ା ଜଗତରେ ଚହଳ ପକାଇଥିଲେ।  ଯାହାକି ଭାରତୀୟ କ୍ରୀଡା ଜଗତରେ ଥିଲା ପ୍ରଥମ ଘଟଣା ।