Home > କ୍ରୀଡ଼ା
ବଲ ଟାମ୍ପରିଂ କରିବା ପାଇଁ ହାତରେ ଟ୍ୟାପ୍ ଲଗାଉଥିଲେ ଓ୍ଵାର୍ଣ୍ଣର
Khabar Odisha:sports--cricket-odisha-david-warner-used-tape-on-his-hand-for-ball-tampering-says-alastair-cook
ଲଣ୍ଡନ,ସେପ୍ଟେମ୍ବର୧୦(ଖବର ଓଡ଼ିଶା):

 ଇଂଲଣ୍ଡର ପୂର୍ବତନ ଅଧିନାୟକ ଆଲିଷ୍ଟର କୁକ୍ ଡେଭିଡ ଓ୍ଵାର୍ଣ୍ଣରଙ୍କ ସହ ଜଡ଼ିତ ବଲ ଟ୍ୟାମ୍ପରିଂ ମାମଲାରେ ଏକ ନୂତନ ଖୁଲାସା କରିଛନ୍ତି। କୁକ୍ କହିଛନ୍ତି ଯେ ଅଷ୍ଟ୍ରେଲିଆର ଓପନିଂ ବ୍ୟାଟସମ୍ୟାନ ଓ୍ଵାର୍ଣ୍ଣର ତାଙ୍କୁ ଥରୁଟିଏ କହିଥିଲେ ଯେ ସେ ବଲ ଟାମ୍ପରିଂ ପାଇଁ ହାତରେ ଟ୍ୟାପ୍ ଲଗାଇ ପଡ଼ିଆକୁକ ଓହ୍ଲାଉଥିଲେ। ଓ୍ଵାର୍ଣ୍ଣର କୁକଙ୍କୁ ନିଜର ପ୍ରଥମ ଶ୍ରେଣୀ କ୍ରିକେଟ୍ ମ୍ୟାଚ୍ ସମ୍ବନ୍ଧିତ ଏହି ଘଟଣା ଜଣାଇଥିଲେ। 

ଇଂରାଜୀ ଖବରକାଗଜ ‘ଦ ଗାର୍ଜିୟନ’ କୁକଙ୍କ ସୂତ୍ରରୁ ଏହି ଖବର ଲେଖିଛି ଯେ, ଡେଭିଡ ଓ୍ଵାର୍ଣ୍ଣର ବିୟର ପିଇବା ପରେ କହିଥିଲେ ଯେ ସେ ପ୍ରଥମ ଶ୍ରେଣୀ କ୍ରିକେଟରେ ହାତରେ ଟ୍ୟାପ୍ ଲଗାଇ ବଲ ଟାମ୍ପରିଂ କରୁଥିଲେ। ସେ ଟ୍ୟାପରେ ଏମିତି କିଛି ପଦାର୍ଥ ଲଗାଉଥିଲେ, ଯେଉଁଥିରେ ବଲ ଶୀଘ୍ର ଖରାପ ହୋଇଯିବ।

ଉଲ୍ଲେଖଯୋଗ୍ୟ, ଗତ ବର୍ଷ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟରେ ବଲ ଟାମ୍ପରିଂ କାରଣରୁ ଡେଭିଡ ଓ୍ଵାର୍ଣ୍ଣଙ୍କ ସହିତ ଷ୍ଟିଭ ସ୍ମିଥ୍ ଓ ବେନକ୍ରାଫ୍ଟଙ୍କୁ ଗୋଟିଏ ବର୍ଷ କ୍ରିକେଟରୁ ବାସନ୍ଦ କରାଯାଇଥିଲା। ଏହି ତିନି ଖେଳାଳି  ଦକ୍ଷିଣ ଆଫ୍ରିକା ବିପକ୍ଷ ମାର୍ଚ୍ଚରେ କେପଟାଉନରେ ଖେଳାଯାଇଥିବା ତୃତୀୟ ଟେଷ୍ଟରେ ବଲ ଟାମ୍ପରିଂ କରି ଫସିଥିଲେ।