Home > କ୍ରୀଡ଼ା
ଇଣ୍ଡିଜ ଓ ଅଷ୍ଟ୍ରେଲିଆ ପରି କ୍ରିକେଟ୍ ଜଗତରେ ରହୁ ଭାରତର ଦବଦବା
Khabar Odisha:sports--cricket-odisha-i-want-team-india-to-have-legacy-like-great-west-indies-and-australia-says-ravi-shastri
ନୂଆଦିଲ୍ଲୀ,ସେପ୍ଟେମ୍ବର୧୧(ଖବର ଓଡ଼ିଶା):

 କ୍ରମାଗତ ଦ୍ଵିତୀୟ ଥର ଭାରତୀୟ ଦଳର ମୁଖ୍ୟ କୋଚ୍ ହୋଇଥିବା ରବି ଶାସ୍ତ୍ରୀ ଭାରତୀୟ ଦଳ ପାଇଁ ନିଜର ଏକ ଲକ୍ଷ୍ୟ ରଖିଛନ୍ତି। ଏବେ କୋଚ୍ ଶାସ୍ତ୍ରୀ ଏହି ଲକ୍ଷ୍ୟକୁ ପୂରା କରିବା ପାଇଁ ନିଜର ଯୋଜନାକୁ ସାକାର କରିବା ଉପରେ କାମ କରୁଛନ୍ତି। ମୁଖ୍ୟ କୋଚ୍ ରବି ଶାସ୍ତ୍ରୀ ଚାହୁଁଛନ୍ତି ଯେ ବିଶ୍ଵ କ୍ରିକେଟରେ ଭାରତୀୟ ଦଳର ବିରାସତ କିଛି ଏମିତି ହେବା ଉଚିତ୍ ଯେମିତି ଗୋଟିଏ ସମୟରେ ଓ୍ଵେଷ୍ଟଇଣ୍ଡିଜ ଓ ଅଷ୍ଟ୍ରେଲିଆର ରହିଥିଲା। 

ବିଶ୍ଵକପ ପରେ ଭାରତୀୟ ଦଳ ନିଜର ପ୍ରଥମ ଗସ୍ତରେ ଓ୍ଵେଷ୍ଟଇଣ୍ଡିଜ ଯାଇଥିଲା ଏବଂ ସେଠାରେ ଦଳ ତିନୋଟି ଫର୍ମାଟରେ ଘରୋଇ ଦଳକୁ କ୍ଲିନ୍ ସୁଇପ କରିଥିଲା। ଦଳର ଏହି ଚମତ୍କାର ପ୍ରଦର୍ଶନ ଉପରେ ଶାସ୍ତ୍ରୀ କହିଛନ୍ତି ଯେ, ପ୍ରଦର୍ଶନରେ ଏମିତି ନିରନ୍ତରତା ମୁଁ କେବେ ଦେଖିନାହିଁ।

ଉଲ୍ଲେଖନୀୟ ବିଶ୍ଵକପ୍ ପରେ ରବି ଶାସ୍ତ୍ରୀଙ୍କୁ ପୁନଃ ଦଳର ମୁଖ୍ୟ କୋଚ୍ ଦାୟିତ୍ଵ ଦିଆଯାଇଛି। ନିଜର ଦ୍ଵିତୀୟ କାର୍ଯ୍ୟକାଳରେ ଶାସ୍ତ୍ରୀ ୨୦୨୧ ଟି-୨୦ ବିଶ୍ଵକପ୍ ପର୍ଯ୍ୟନ୍ତ ନିଜର ଦାୟିତ୍ଵ ସମ୍ଭାଳିବେ। 

ଗଲ୍ଫ ନ୍ୟୁଜକୁ ଦେଇଥିବା ଏକ ସାକ୍ଷାତକାରରେ ଶାସ୍ତ୍ରୀ କହିଛନ୍ତି ଯେ ଏହି ଦଳ ପାଖରେ ସେହି ସୁଯୋଗ ରହିଛି, ଯାହା ବଳରେ ସେମାନେ ଅନେକ ଉପଲବ୍ଧି ନିଜ ନାମରେ କରି ପାରିବେ। ଏହି ଦଳ ହିଁ ବିରାସତ ହାସଲ କରି ପାରିବ, ଯେମିତି ଗୋଟିଏ ଜମାନାରେ ୮୦ ଦଶନ୍ଧିରେ ଓ୍ଵେଷ୍ଟଇଣ୍ଡିଜ ଥିଲା ଏବଂ ପୁଣି ନୂତନ ଦଶନ୍ଧିରେ ଅଷ୍ଟ୍ରେଲିଆର ଦବଦବା ପୂରା ବିଶ୍ଵ କ୍ରିକେଟରେ ରହିଥିଲା। ବର୍ତ୍ତମାନର ଭାରତୀୟ ଦଳ ପାଖରେ ମଧ୍ୟ ଏମିତି କ୍ଷମତା ରହିଛି। ଏହି କ୍ଷମତା ବଳରେ ଦଳ ସୁବର୍ଣ୍ଣ ଇତିହାସ ନିଜ ନାମରେ କରି ପାରିବ ଏବଂ ଦଳର ଖେଳାଳି ମଧ୍ୟ ଏମିତି କରୁଛନ୍ତି।

ବିଦେଶ ମାଟିରେ କରୁଛନ୍ତି ଦମଦାର ପ୍ରଦର୍ଶନ

ନିକଟ କିଛି ବର୍ଷରେ ଭାରତୀୟ ଦଳ ବିଦେଶରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଛି। ଶାସ୍ତ୍ରୀଙ୍କ କୋଚିଂରେ ଭାରତୀୟ ଦଳ ଓ୍ଵେଷ୍ଟଇଣ୍ଡିଜ, ଶ୍ରୀଲଙ୍କା ଓ ଅଷ୍ଟ୍ରେଲିଆକୁ ତାରି ମାଟିରେ  ହରାଇଛି। ଆଇସିସି ଟେଷ୍ଟ ମାନ୍ୟତାରେ ଦଳ ୨୦୧୬ ନଭେମ୍ବରରୁ ଏ ପର୍ଯ୍ୟନ୍ତ ଏକ ନମ୍ବର ସ୍ଥାନରେ ରହିଛି। ନିକଟରେ ସଂପନ୍ନ ବିଶ୍ଵକପରେ ଦଳ ଆୟୋଜକ ଇଂଲଣ୍ଡ ସହ ପ୍ରବଳ ଦାବିଦାର ରହିଥିଲା। ମାତ୍ର ଦଳର ଅଭିଯାନ ଅପ୍ରତ୍ୟାଶିତ ଭାବେ ସେମି ଫାଇନାଲରେ ସମାପ୍ତ ହୋଇଥିଲା, ମାତ୍ର ଏହା ପୂର୍ବରୁ ଦଳ ଲିଗ୍ ପର୍ଯ୍ୟାୟରେ ପ୍ରଥମ ସ୍ଥାନ ହାସଲ କରି ସେମି ଫାଇନାଲରେ ପ୍ରବେଶ କରିଥିଲା। 

ପ୍ରତ୍ୟେକ ଫର୍ମାଟରେ ଦବଦବା

ଖେଳର ଏହି ତିନି ଫର୍ମାଟରେ ଦଳ ଦମଦାର ପ୍ରଦର୍ଶନ କରି ପ୍ରାଧ୍ୟାନ୍ୟ ବିସ୍ତାର କରୁଛି। ଟି-୨୦ ଅନ୍ତରାଷ୍ଟ୍ରୀୟ ଉପରେ ନଜର ପକାଇଲେ ଦଳ ଏହି ଫର୍ମାଟରେ କ୍ରମାଗତ ୭ ଶୃଙ୍ଖଳା ନିଜ ନାମରେ କରିଛି। ଏଥିରେ ୪ ଦଳକୁ ନେଇ ଖେଳାଯାଇଥିବା ନିଦହାସ ଟ୍ରଫି ସାମିଲ। 

ଦଳର ଦମଦାର ପ୍ରଦର୍ଶନ ଉପରେ ଶାସ୍ତ୍ରୀ କହିଛନ୍ତି ଯେ, ସେ ଟେଷ୍ଟ  ହେଉ କି, ଟି-୨୦ କି ଦିନିକିଆ କ୍ରିକେଟ୍ ହେଉ କିମ୍ବା ଆଇସିସିର ବଡ଼ ଟୂର୍ଣ୍ଣାମେଣ୍ଟ। ଆମେ ସବୁଥିରେ ଅବିଶ୍ଵସନୀୟ ପ୍ରଦର୍ଶନ କରିଛୁ। ପ୍ରଥମେ ଲୋକେ କହୁଥିଲେ ଯେ ଆମେ କେବଳ ଆମ ନିଜ ଘରେ ଭଲ ପ୍ରଦର୍ଶନ କରୁଛୁ ଏବଂ ବିଦେଶରେ ବିଫଳ ହେଉଛୁ। ମାତ୍ର ଏବେ ଏହି ଖେଳାଳି ଓଲଟା କରୁଛନ୍ତି। ଯେଉଁଠିକି ବି ଯାଉଛନ୍ତି ସେଠାରେ ଚମତ୍କାର ପ୍ରଦର୍ଶନ କରୁଛନ୍ତି।