Home > କ୍ରୀଡ଼ା
କୋଚ୍ ଶାସ୍ତ୍ରୀଙ୍କ ମାଷ୍ଟର ପ୍ଲାନ, ଦ୍ଵିତୀୟ କାର୍ଯ୍ୟକାଳରେ ଏହି ଖେଳାଳିଙ୍କ ଉପରେ ରହିବ୍ ଖାସ୍ ନଜର
Khabar Odisha:sports-cricket-odisha-head-coach-ravi-shastri-says-focus-on-youth-keeping-t20-world-cup-test-championship-in-mind
ନୂଆଦିଲ୍ଲୀ, ସେପ୍ଟେମ୍ବର୦୯(ଖବର ଓଡ଼ିଶା):

ଭାରତୀୟ କ୍ରିକେଟ୍ ଦଳର ମୁଖ୍ୟ କୋଚ୍ ଭାବେ ରବି ଶାସ୍ତ୍ରୀ ନିଜର ପଦ ବଜାୟ ରଖିଛନ୍ତି। ଦଳକୁ କେମିତି ଆଗକୁ ନେବେ ସେ ନେଇ କିଛି ଯୋଜନା ମଧ୍ୟ କରିଛନ୍ତି। ମୁଖ୍ୟ କୋଚ୍ ଶାସ୍ତ୍ରୀ କହିଛନ୍ତି ଯେ, ଭାରତୀୟ କ୍ରିକେଟ୍ ଦଳରେ କୋଚ୍ ଭାବେ ଦ୍ଵିତୀୟ କାର୍ଯ୍ୟକାଳ ସମୟରେ ତାଙ୍କର ଧ୍ୟାନ କେବଳ ଯୁବ ଖେଳାଳିଙ୍କ ଉପରେ ରହିବ କାରଣ ଭାରତ ଆଗାମୀ ବର୍ଷ ଟି-୨୦ ବିଶ୍ଵକପ୍ ଖେଳିବା ସହିତ ବିଶ୍ଵ ଟେଷ୍ଟ ଚମ୍ପିଆନସିପ ପରର ପର୍ଯ୍ୟାୟ ପାଇଁ ପ୍ରସ୍ତୁତ କରିବାକୁ ଯାଉଛି।

ଓ୍ଵେଷ୍ଟଇଣ୍ଡିଜ ଗସ୍ତରୁ ଫେରିବା ପରେ ଗଲ୍ଫ ନ୍ୟୁଜ୍ ସହ ଆଲୋଚନା ବେଳେ ଶାସ୍ତ୍ରୀ କହିଛନ୍ତି ଏହା ଦେଖି ମାର୍ଗ ପ୍ରସ୍ତୁତ କରିବା ଉଚିତ୍ ଯେ ଆପଣଙ୍କ ପାଖରେ ଟି-୨୦ ବିଶ୍ଵକପ୍ ପାଇଁ ୧୨ ମାସ ଓ ବିଶ୍ଵ ଟେଷ୍ଟ ଚମ୍ପିଆନସିପ୍ ପାଇଁ ପ୍ରାୟ ୧୮ ରୁ ୨୦ ମାସ ରହିଛି। ପରିବର୍ତ୍ତନର ଏହି ସମୟରେ ଯୁବ ଖେଳାଳିଙ୍କ ଉପରେ ଧ୍ୟାନ ଦେବା ମହତ୍ଵପୂର୍ଣ୍ଣ। କାରଣ ଏମିତି ହେଲେ ଦଳରେ  ବରିଷ୍ଠ ଓ ଯୁବ ଖେଳାଳିଙ୍କ ମିଶ୍ରଣ ହେବ ଏବଂ ଏହା ଏକ ମଜବୁତ ଦଳରେ ପରିଣତ ହୋଇ ପାରିବ। 

କୋଚ୍ ନିରନ୍ତର ପ୍ରଦର୍ଶନ କରୁଥିବା ଏବଂ ବେଞ୍ଚରେ ବସିଥିବା ଖେଳାଳିଙ୍କୁ ମଜବୁତ କରିବା ଉପରେ ଜୋର ଦେଇଛନ୍ତି। ଦଳର ପରିବର୍ତ୍ତନର ଏହି ସମୟରେ ଯୁବ ଖେଳାଳିଙ୍କ ଉପରେ ନଜର ରଖାଯିବା ଉଚିତ୍ ଏବଂ ଏହା ସହିତ ତିନୋଟି ଫର୍ମାଟ ପାଇଁ ବ୍ୟାଟସମ୍ୟାନ ଓ ବୋଲର ପ୍ରସ୍ତୁତ କରିବା ଜରୁରୀ ଅଟେ ବୋଲି କୋଚ୍ କହିଛନ୍ତି। 

ଶାସ୍ତ୍ରୀ କହିଛନ୍ତି ଯେ, ଆମେ ଦୁନିଆର ଏକ ନମ୍ବର ଦଳ ଏବଂ ଗତ ତିନି ବର୍ଷ ହେବ ଆମେ ଶୀର୍ଷରେ ଅଛୁ, ତେଣୁ ପ୍ରତିଷ୍ଠା ଏବେ ବାଜିରେ ଲାଗିଛି। ତେଣୁ ଆମକୁ ନିରନ୍ତର ପ୍ରଦର୍ଶନ ଜାରି ରଖିବା ଉଚିତ୍। ଏହା ମଧ୍ୟ ସୁନିଶ୍ଚିତ କରିବାକୁ ପଡ଼ିବ ଯେ କେଉଁ ଖେଳାଳିଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ କରାଯିବ।