Home > କ୍ରୀଡ଼ା
ମହମ୍ମଦ ସାମୀ-ରବୀନ୍ଦ୍ର ଜାଡେଜାଙ୍କ ତୋଫାନରେ ଉଡିଲା ଦକ୍ଷିଣ ଆଫ୍ରିକା, ୨୦୩ ରନରେ ବିଜୟୀ ହେଲା ଭାରତ
Khabar Odisha:sports-odisha-cricket-india-vs-south-africa-1st-test-match-team-india-won-the-match-as-r-ashwin-rohit-sharma-and-ravindra-jadeja-shines-for-the-team
ବିଶାଖାପାଟଣା, ଅକ୍ଟୋବର ୦୬ (ଖବର ଓଡିଶା) :

ବିଶାଖାପାଟଣା, ଅକ୍ଟୋବର ୦୬ (ଖବର ଓଡିଶା): ବିଶାଖାପାଟଣାରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିବା ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳାର ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତ ବିଜୟୀ ହୋଇଛି। ପ୍ରଥମ ଇନିଂସ ଅଗ୍ରଣୀ ଭିତ୍ତିରେ ଭାରତ ଦ୍ଵାରା ଧାର୍ୟ୍ୟୃ ୩୯୫ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଦକ୍ଷିଣ ଆଫ୍ରିକା ଦ୍ଵିତୀୟ ଇନିଂସରେ ମହମ୍ମଦ ସାମି ଓ ରବୀନ୍ଦ୍ର ଜାଡ଼େଜାଙ୍କ ଘାତକ ବୋଲିଂର ମୁକାବିଲା କରି ନପାରି ୧୯୧ ରନରେ ଅଲ ଆଉଟ୍ ହୋଇଯାଇଥିଲା। ଏହି ମ୍ୟାଚକୁ ୨୦୩ ରନରେ ଜିତି ଭାରତ ଟେଷ୍ଟ ମ୍ୟାଚ ଶୃଙ୍ଖଳାରେ ୧-୦ରେ ଅଗ୍ରଣୀ ହାସଲ କରିଛି। ମହମ୍ମଦ ସାମୀ ୫ଟି ୱିକେଟ୍ ନେଇଥିବା ବେଳେ ରବୀନ୍ଦ୍ର ଜାଡେଜା ୪ଟି ୱିକେଟ ହାସଲ କରିଛନ୍ତି। ପ୍ରଥମ ଇନିଂସରେ ୭ ଓ୍ଵିକେଟ୍ ନେଇଥିବା ଅଶ୍ଵିନ ଗୋଟିଏ ସଫଳତା ପାଇଛନ୍ତି। ପ୍ରଥମ ଇନିଂସରେ ୧୭୬ ଓ ଦ୍ଵିତୀୟ ଇନିଂସରେ ୧୨୩ ରନ କରିଥିବା ରୋହିତ ଶର୍ମା ମ୍ୟାନ୍ ଅଫ ଦ ମ୍ୟାଚ୍ ବିବେଚିତ ହୋଇଛନ୍ତି। 

୩୯୫ ରନ ଲକ୍ଷ୍ୟ ଦେଇଥିଲା ଭାରତ

ଭାରତ ୭ଟି ୱିକେଟରେ ୫୦୨ ରନରେ ପ୍ରଥମ ଇନିଂସ ଘୋଷଣା କରିଥିଲା। ଜବାବରେ ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସରେ ୪୩୧ ରନ୍ କରିଥିଲା। ଫଳରେ ଭାରତକୁ ୭୧ରନ ମହତ୍ଵପୂର୍ଣ୍ଣ ଅଗ୍ରଣୀ ହାସଲ କରିଥିଲା।  ସେହି ଭଳି ଭାରତ ଦ୍ଵିତୀୟ ପାଳିରେ ୪ ୱିକେଟରେ ୩୨୩ ରନରେ ପାଳି ସମାପ୍ତି ଘୋଷଣା କରି ଦକ୍ଷିଣ ଆଫ୍ରିକା ସମ୍ମୁଖରେ ୩୯୫ ରନର ବିଜୟ ଲକ୍ଷ୍ୟ ରଖିଥିଲା। ଯାହାକୁ ପିଛା କରି ଭ୍ରମଣକାରୀ ଦଳ ୧୯୧ ରନରେ ଅଲ ଆଉଟ୍ ହୋଇଯାଇଥିଲା  ଦୁଇ ପାଳିରେ ରୋହିତ ଶର୍ମା ଭଲ ବ୍ୟାଟିଂ ପ୍ରଦର୍ଶନ କରିଥିଲେ। ସେହି ଭଳି ରୋହିତ ଶର୍ମା ଟେଷ୍ଟ ମ୍ୟାଚରେ ପ୍ରଥମ ଥର ପାଇଁ ଓପୋନର ବ୍ୟାଟ୍ସମ୍ୟାନ ଭାବେ ପଡିଆକୁ ଓହ୍ଲାଇଥିଲେ। ତାଙ୍କ ବ୍ୟତୀତ ଭାରତ ତରଫରୁ ପ୍ରଥମ ମ୍ୟାଚ ଖେଳୁଥିବା ମୟଙ୍କ ଅଗ୍ରୱାଲ ଦ୍ଵିଶତକ ହାସଲ କରି କମାଲ ପ୍ରଦର୍ଶନ କରିଛନ୍ତି।

ରବୀନ୍ଦ୍ର ଜାଡେଜା ଏବଂ ମହମ୍ମଦ ସାମୀଙ୍କ ଆଗରେ ବିବଶ ହୋଇଥିଲା ଦକ୍ଷିଣ ଆଫ୍ରିକା

୩୯୫ ରନକୁ ପିଛା କରୁଥିବା ଦକ୍ଷିଣ ଆଫ୍ରିକା ପଞ୍ଚମ ଦିନରେ ୧୧ ରନରୁ ବ୍ୟାଟିଂ ଆରମ୍ଭ କରିଥିଲା। ତେବେ ୧୯ ରନ ହୋଇଥିବା ବେଳେ ଦକ୍ଷିଣ ଆଫ୍ରିକାକୁ ଦ୍ଵିତୀୟ ଝଟକା ଲାଗିଥିଲା।  ଅଶ୍ଵିନ ଡି ବ୍ରୁୟୀନକୁ ବୋଲ୍ଡ କରି ଭାରତକୁ ଦ୍ଵିତୀୟ ସଫଳତା ଦେଇଥିଲେ। ଏହାର ପରବର୍ତ୍ତୀ ଓଭରରେ ତେମ୍ବା ବାବୁମାଙ୍କୁ ଶାମୋ ଖାତା ଖୋଲିବାକୁ ସୁଯୋଗ ଦେଇ ନଥିଲେ।

ଏହାପରେ ଦକ୍ଷିଣ ଆଫ୍ରିକା ଟିମର ଅଧିନାୟକ ଫାଫ ଡୁ ପ୍ଲେସୀ ଗେମ୍ ସମ୍ଭାଳିବାକୁ ଚେଷ୍ଟା କରିଥିଲେ କିନ୍ତୁ ସେ କେବଳ ୧୩ ରନ କରି ମହମ୍ମଦ ସାମିଙ୍କ ବଲରେ ବୋଲ୍ଡ ହୋଇଥିଲେ। ଡୁ ପ୍ଲେସୀଙ୍କ ପରେ ଡିକାକ ମଧ୍ୟ ଖାତା ଖୋଲିବା ପୂର୍ବରୁ ବୋଲ୍ଡ ହୋଇଥିଲେ। ଏହି ପରି ମହମ୍ମଦ ସାମି  ବାଭୁମା, ଅଧିନାୟକ ଡୁପ୍ଲେସିସ୍ ଓ ଡି କକଙ୍କୁ କ୍ଲିନ ବୋଲ୍ଡ କରି ଭ୍ରମଣକାରୀ ଦଳର ବ୍ୟାଟିଂ ବିପର୍ୟ୍ୟପୟ ଘଟାଇଥିଲେ। ଅନ୍ୟପଟେ ରବୀନ୍ଦ୍ର ଜାଡ଼େଜା ମାରକ୍ରମ(୩୯), ଭର୍ଣ୍ଣାନ ଫିଲାଣ୍ଡର ଓ କେଶବ ମହାରାଜଙ୍କୁ ଖାତା ଖୋଲିବା ପୂର୍ବରୁ ପାଭିଲିୟନ ପଠାଇଥିଲେ। ଏହି ପରି ଦକ୍ଷିଣ ଆଫ୍ରିକା ସାମି ଓ ଜାଡ଼େଜାଙ୍କ ଘାତକ ବୋଲିଂର ମୁକାବିଲା କରି ନପାରି ମାତ୍ର ୭୦ ରନରେ ୮ ଓ୍ଵିକେଟ୍ ହରାଇଥିଲା। ଲାଗୁଥିଲା ଦଳ ୧୦୦ ଭିତରେ ଶୀଘ୍ର ଅଲଆଉଟ୍ ହୋଇଯିବ। 

ଏହାପରେ ଡେନ୍ ପିଟ୍ ଏବଂ ସେନୁରନ ମୁଥୁସ୍ଵାମୀ ସଂଘର୍ଷ କରି ଭାରତୀୟ ବିଜୟରେ ବିଳମ୍ବ ଘଟାଇଥିଲେ। ପିଟ୍ ଅର୍ଦ୍ଧଶତକ ହାସଲ କରିବା ସହିତ ମୁଥୁସ୍ଵାମୀଙ୍କ ସହ ନବମ ଓ୍ଵିକେଟ୍  ପାଇଁ ୯୧ ରନ ଯୋଡ଼ି ଥିଲେ। କିନ୍ତୁ ମହମ୍ମଦ ସାମୀ ଡେନ ପିଟଙ୍କୁ ବୋଲ୍ଡ କରି ଭାରତକୁ ଆଉ ଏକ ସଫଳତା ଦେଇଥିଲେ। ଏହାପରେ କାଗିସୋ ରବଡାଙ୍କୁ ଆଉଟ୍ କରି ସମାନୁ ଭାରତ ବିଜୟୀ କରାଇଥିଲେ। 

ସାମି ୩୫ ରନ ଦେଇ ୫ ସଫଳତା ପାଇଥିଲେ। ପଞ୍ଚମ ଥର ସେ ଟେଷ୍ଟରେ ୫ ଓ୍ଵିକେଟ୍ ନେଇଛନ୍ତି। ଅନ୍ୟପଟେ ଜାଡ଼ଜୋ ୪ ଓ ଅଶ୍ଵିନ ଗୋଟିଏ ଓ୍ଵିକେଟ୍ ନେଇଥିଲେ। ଅଶ୍ଵିନ ଦ୍ଵିତୀୟ ଇନିଂସରେ ଗୋଟିଏ ସଫଳତା ହାସଲ କରିବା ସହ କମ ଟେଷ୍ଟରେ ୩୫୦ ଓ୍ଵିକେଟ୍ ନେବାରେ ମହାନ ବୋଲର ମୁଥୈୟା ମୁରଲୀଧରଣଙ୍କ ରେକର୍ଡର ସମକକ୍ଷ ହୋଇଥିଲେ। 

ଭାରତ ପ୍ରଥମ ଇନିଂସ- ୫୦୨/୭ ଘୋଷଣା

ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସ- ୪୩୧

ଭାରତ ଦ୍ଵିତୀୟ ଇନିଂସ- ୩୨୩/୪ ଘୋଷଣା

ଦକ୍ଷିଣ ଆଫ୍ରିକା ଦ୍ଵିତୀୟ ଇନିଂସ- ୧୯୧