Home > କ୍ରୀଡ଼ା
ଇଣ୍ଡିଜ ବିପକ୍ଷରେ ବିଜୟୀ ହେବା ପରେ ମଧ୍ୟ ବିରାଟଙ୍କ ପାଇଁ ବଢିଲା ଚିନ୍ତା
Khabar Odisha:sports-odisha-india-west-indies-2nd-one-day-tension-of-virat-kohli-rishav-pant-and-sikhar-dhawan
କାନାଡା, ଅଗଷ୍ଟ ୧୨(ଖବର ଓଡିଶା):

ପୋର୍ଟ ଅଫ ସ୍ପେନରେ ଭାରତ ଓ ଇଣ୍ଡିଜ ମଧ୍ୟରେ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆରେ ଭାରତ ବିଜୟୀ ହୋଇଛି । ଏହାସହ ସିରିଜରେ ମଧ୍ୟ ଦଳ ୧-୦ରେ ଆଗୁଆ ରହିଛି । ଏହି ମ୍ୟାଚରେ ବିରାଟ କୋହଲି ଦମଦାର ଶତକ ଅର୍ଜନ କରିଥିଲେ । ଏହାସହ ଶ୍ରେୟସ ଆୟାର ମଧ୍ୟ ଅର୍ଧଶତକୀୟ ପାଳି ଖେଳିଥିଲେ । ବିଜୟ ହେବା ପରେ ମଧ୍ୟ ବିରାଟ କୋହିଲଙ୍କ ଚିନ୍ତା ବୃଦ୍ଧି ପାଇଛି । ଆସନ୍ତୁ ନଜର ପକାଇବା ବିରାଟଙ୍କ ତିନୋଟି ଟେନସନର କାରଣ ।

ଋଷଭ ପନ୍ତ

ଋଷଭ ପନ୍ତଙ୍କୁ ମହେନ୍ଦ୍ର ସିଂ ଧୋନୀଙ୍କ ଉତରାଧିକାରୀ ଭାବେ ଦର୍ଶାଯାଉଛି । କିନ୍ତୁ ତାଙ୍କ ବ୍ୟାଟିଂ ଭାରତୀୟ ଦଳ ପାଇଁ ଚିନ୍ତାଜନକ ବିଷୟ । ସେ ବହୁତ ଜଲଦି ଆଉଟ ହେବା ସହ ଦଳକୁ ନିରାଶ କରୁଛନ୍ତି । ସେ ଖରାପ ସର୍ଟ ସିଲେକ୍ସନ ମଧ୍ୟ କରିଥାନ୍ତି । ଗତକାଲିର ମ୍ୟାଚରେ ସେ ଅତି ଖରାପ ସର୍ଟ ଖେଳି ଆଉଟ ହୋଇଥିଲେ । ସେ ଏକ ଲାଇନ ବଲକୁ ବଡ ସର୍ଟ ମାରିବା ଚକରରେ ବୋଲ୍ଡ ହୋଇଥିଲେ ।

ଶିଖର ଧାବନ

ଧାବନ ଦିନିକିଆରେ ଭାରତର ଜଣେ ଭଲ ଖେଳାଳି ହୋଇଥିଲେ ସୁଧା ଏବେ ସେ ଫର୍ମରେ ନାହାନ୍ତି  । ବିଶ୍ୱକପରେ ଭଲ ପ୍ରଦର୍ଶନ କରିଥିବା ଧାବନ ଆହତ ହୋଇ ଟୁର୍ଣ୍ଣାମେଂଟରୁ ବାଦ ପଡିଥିଲେ । ଏହାପରେ ସେ ସୁସ୍ଥ ହୋଇ ଫେରିଥିଲେ ମଧ୍ୟ ଭଲ ଖେଳିପାରୁ ନାହାନ୍ତି । ଶେଷ ୪ଟି ଇନିଂସରୁ ତିନୋଟିରେ ସେ ଦୁଇ ଅଙ୍କ ସ୍କୋର କରିପାରି ନାହାନ୍ତି । ଏହା ଦଳ ପାଇଁ ଭଲ ଖବର ନୁହେଁ ।

ସ୍ଲଗ ଓଭର୍ସ

ଗତ କିଛି ବର୍ଷ ଧରି ଭାରତୀୟ ଦଳ ସ୍ଲଗ ଓଭରରେ ରନ ହାତେଇ ପାରୁ ନାହିଁ । ଗତକାଲିର ମ୍ୟାଚରେ ଦଳ ୪୦ ଓଭରରେ ତିନି ୱିକେଟ ହରାଇ ୨୧୨ ରନ କରିଥିଲା । ବିରାଟ ଏବଂ ଶ୍ରେୟସ କ୍ରିଜରେ ଥିଲେ । ଦଳ ୩୦୦ ରନ କରିବା ନେଇ ଆଶା କରାଯାଉଥିଲା । କିନ୍ତୁ ଏପରି ହୋଇନଥିଲା । ଦଳ ଶେଷ ୧୦ ଓଭରରେ ୬୭ ରନ କରିପାରିଥିଲା । ଏହାସହ ୪ଟି ୱିକେଟ୍ ହରାଇଥିଲା । ଏହି ସିରିଜରେ ଧୋନୀ ଏବଂ ପାଣ୍ଡ୍ୟା ଖେଳୁ ନାହାନ୍ତି । କିନ୍ତୁ ଏହି ଦୁଇ ବ୍ୟାଟସମ୍ୟାନ ଖେଳିବା ସମୟରେ ମଧ୍ୟ ଦଳ ଶେଷ ୧୦ ଓଭରରେ ରନ କରିପାରୁ ନାହିଁ ।

 

  • Tags: