Home > କ୍ରୀଡ଼ା
ଆଜି ଇଣ୍ଡିଆ-ଇଣ୍ଡିଜ ଦ୍ୱିତୀୟ ଦିନିକିଆ, ବିଜୟ ଲକ୍ଷ୍ୟରେ ଊଭୟ ଦଳ
Khabar Odisha:sports-odisha-india-west-indies-second-one-day-match-will-held-today-virat-kohli
ପୋର୍ଟ ଅଫ ସ୍ପେନ, ଅଗଷ୍ଟ ୧୧(ଖବର ଓଡିଶା):

ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଆଜି ଦ୍ୱିତୀୟ ଦିନିକିଆ ଖେଳାଯିବ । ପ୍ରଥମ ମ୍ୟାଚ ବର୍ଷା ପାଇଁ ବାତିଲ ହୋଇଥିଲା । କିନ୍ତୁ ଆଜିର ମ୍ୟାଚରେ ଉଭୟ ଦଳ ବିଜୟୀ ହେବା ସହ ସିରିଜରେ ଆଗୁଆ ରହିବା ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବେ ।

ଦିନିକିଆ ସିରିଜ ପାଇଁ ଉଭୟ ଦଳ ନିଜର ଅନୁଭବୀ ଖେଳାଲିଙ୍କ ସହ ମ୍ୟାଚ ଖେଳୁଛନ୍ତି ।ଫଳରେ ଫ୍ୟାନମାନଙ୍କୁ ଆଜି ଏକ ଭଲ ମୁକାବିଲା ଦେଖିବାକୁ ମିଳିବ ।

ମିୟାଦାଦଙ୍କ ରେକର୍ଡ ଭାଙ୍ଗିବେ କୋହଲି

ଟିମ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ରବିବାର ପୋର୍ଟ ଅଫ ସ୍ପେନରେ ୱେଷ୍ଟଇଣ୍ଡିଜ ବିପକ୍ଷ ୨ୟ ଦିନିକିଆରେ ରେକର୍ଡ ଅତିକ୍ରମ କରିବା ଲୟରେ ରହିବେ । କୋହଲି ଏହି ମ୍ୟାଚରେ ମାତ୍ର ୧୯ ରନ ସଂଗ୍ରହ କଲେ ୱେଷ୍ଟଇଣ୍ଡିଜ ବିପକ୍ଷରେ ସର୍ବାଧିକ ରନ ହାସଲକାରୀ ଖେଳାଳି ଭାବେ ରେକର୍ଡ ପ୍ରତିଷ୍ଠା କରିବେ । ଏହି ରେକର୍ଡ ଏଯାଏଁ ପାକିସ୍ତାନର ପୂର୍ବତନ ବିସ୍ଫୋରକ ବ୍ୟାଟ୍ସମ୍ୟାନ ଜାଭେଦ ମିୟାଦାଦଙ୍କ ନାମରେ ରହିଛି ।

ୱେଷ୍ଟଇଣ୍ଡିଜ ବିପକ୍ଷରେ ମିୟାଦାଦ ୬୪ଟି ମ୍ୟାଚର ୬୪ଟି ଇନିଂସରେ ୩୩.୮୫ ହାରରେ ୧୯୩୦ ରନ କରିଛନ୍ତି । ଏଥିରେ ଗୋଟିଏ ଶତକ ଓ ୧୨ଟି ଅର୍ଦ୍ଧଶତକ ସାମିଲ ଅଛି । ମିୟାଦାଦ ୱେଷ୍ଟଇଣ୍ଡିଜ ବିପକ୍ଷରେ ନିଜର ଶେଷ ଦିନିକିଆ ୧୯୯୩ରେ ଖେଳିଥିଲେ । ଅନ୍ୟପକ୍ଷରେ ଭାରତର ବିରାଟ କୋହଲି ବର୍ତ୍ତମାନ ୱେଷ୍ଟଇଣ୍ଡିଜ ବିପକ୍ଷରେ ୩୩ଟି ଇନିଂସରେ ୭୦.୮୧ ହାରରେ ୧୯୧୨ ରନ କରିଛନ୍ତି । ଏଥିରେ ସର୍ବାଧିକ ୭ଟି ଶତକ ଓ ୧୦ଟି ଅର୍ଦ୍ଧଶତକ ସାମିଲ ଅଛି । ଅର୍ଥାତ ମିୟାଦାଦଙ୍କ ତୁଳନାରେ କୋହଲି ଏବେ ମାତ୍ର ୧୮ ରନ ପଛରେ ଅଛନ୍ତି ।

ଉପରୋକ୍ତ ତାଲିକାରେ ଅଷ୍ଟ୍ରେଲିଆ ମାର୍କ ୱ (୧୭୦୮ ରନ) ସହିତ ୩ୟ ସ୍ଥାନ, ଚତୁର୍ଥ ସ୍ଥାନରେ ଦକ୍ଷିଣ ଆଫ୍ରିକାର ଅଲରାଉଣ୍ଡର ଜ୍ୟାକ କାଲିସ (୧୬୬୬ ରନ), ପାକିସ୍ତାନର ରମୀଜ ରାଜା (୧୬୨୪ ରନ) ଓ ଭାରତୀୟ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକର (୧୫୭୩ ରନ) ୫ମ ସ୍ଥାନ ପାଇଛନ୍ତି । ରାହୁଲ ଦ୍ରାବିଡ ୱେଷ୍ଟଇଣ୍ଡିଜ ବିପକ୍ଷରେ ୩୮ଟି ଇନିଂସରେ ୧୩୪୮ ରନ କରିଥିଲେ ।

ମ୍ୟାଚର ସମୟ

ଆଜି ପୋର୍ଟ ଅଫ ସ୍ପେନରେ ସଂଧ୍ୟା ୭ଟାରେ

କେଉଁ ଚ୍ୟାନେଲରେ ଦେଖିବେ ମ୍ୟା

ସୋନି ସ୍ପୋର୍ଟସ ଲାଇଭ

ଟସ ସମୟ

ସଂଧ୍ୟା ୬.୩୦(ଭାରତୀୟ ସମୟାନୁସାରେ)

  • Tags: