Home > କ୍ରୀଡ଼ା
ପୂର୍ବତନ ଦ୍ରୁତ ବୋଲର ମୁନାଫ ପଟେଲଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ, ଦେଉଛନ୍ତି ହତ୍ୟା ଧମକ
Khabar Odisha:sports-odisha-indian-former-cricketer-munaf-patel-gave-threatening-to-a-man
ବଦୋଦରା, ସେପ୍ଟେମ୍ବର ୦୬(ଖବର ଓଡିଶା):

ଭାରତୀୟ ଦଳର ପୂର୍ବତନ ଦ୍ରୁତ ବୋଲର ମୁନାଫ ପଟେଲଙ୍କ ବିରୋଧରେ ବଦୋଦରା କ୍ରିକେଟ ସମିତିର ଅଧ୍ୟକ୍ଷ ଦେବେନ୍ଦ୍ର ସୁରତୀ ଗୁରୁତର ଅଭିଯୋଗ ଆଣିଛନ୍ତି । ତାଙ୍କୁ ମୁନାଫ ଜୀବନରେ ମାରି ଦେବାକୁ କୁଆଡେ ଧମକ ଦେଇଥିବା ସେ ଅଭିଯୋଗ କରିଛନ୍ତି । ଏନେଇ ସେ ନବାପୁରା ପୋଲିସ  ଷ୍ଟେସନର ଦ୍ୱାରସ୍ଥ ହୋଇଛନ୍ତି । ତେବେ ଏହି ସମସ୍ତ ଅଭିଯୋଗକୁ ମୁନାଫ ମିଛ ବୋଲି କହିଛନ୍ତି ।

ଏନେଇ ନବାପୁରା ପୋଲିସ କହିଛି ଯେ, ଦେବେନ୍ଦ୍ର ସୁରତୀ ଏକ ଅଭିଯୋଗ କରିଛନ୍ତି । ସେ ଏକ ଆପ୍ଲିକେସନ ଦେଇଛନ୍ତି । କିନ୍ତୁ କୌଣସୀ ଏଫଆଇଆର ଦେଇନାହାନ୍ତି । ଏନେଇ ସୁରତୀ କହିଛନ୍ତି ଯେ, ସେ ବଦୋଦରା କ୍ରିକେଟ ଆସୋସିଏସନରେ ହେଉଥିବା ବ୍ୟାପକ ଅନିୟମିତତାକୁ ବିରୋଧ କରୁଛନ୍ତି । ତେଣୁ ତାଙ୍କୁ ଜାଣିଶୁଣି ଟାର୍ଗେଟ୍ କରାଯାଉଛି । ମୁନାଫ ଏବେ ଆସୋସିଏସନର ସିନିୟର ମେଂଟର ରହିଛନ୍ତି ।

ସୁରତୀ ଆହୁରି କହିଛନ୍ତି ଯେ, ସେ ପୋଲିସରେ ଆପ୍ଲିକେସନ ଦେଇଛନ୍ତି । ଯଦି ତାଙ୍କର କିମ୍ବା ତାଙ୍କ ପରିବାରର କିଛି ଅସୁବିଧା ହୁଏ ତେବେ ମୁନାଫ ଦାୟୀ ରହିବେ । ତେବେ ମୁନାଫ ଏହି ସମସ୍ତ ଅଭିଯୋଗକୁ ମିଛ ବୋଲି କହିଛନ୍ତି । ବିନା କାରଣରେ ମାମଲା ମଧ୍ୟକୁ ଟଣାଯାଉଛି ।  ଏହା ସୁରତୀଙ୍କ ସମସ୍ୟା, ତାଙ୍କର ଏଥିରେ ପଶିବାର ନାହିଁ ବୋଲି ସେ କହିଛନ୍ତି ।

  • Tags: