Home > କ୍ରୀଡ଼ା
୮୫ ରନର ଧୂଆଁଧାର ପାଳିରେ ଅନେକ ରେକର୍ଡ ଭାଙ୍ଗିଲେ ହିଟମ୍ୟାନ୍
Khabar Odisha:sports-odisha-rohit-sharma-had-many-record-after-bangladesh-t20-match
ରାଜକୋଟ, ନଭେମ୍ବର ୦୮(ଖବର ଓଡିଶା):

ବୋଲରଙ୍କ ଚମକପ୍ରଦ ପ୍ରଦର୍ଶନ ପରେ ରୋହିତ ଶର୍ମା (୮୫ରନ)ଙ୍କ ବିସ୍ଫୋରକ ଇନିଂସ ବଳରେ ଭାରତ ଗୁରୁବାର ବାଂଲାଦେଶକୁ ଏଠାରେ ଖେଳାଯାଇଥିବା ୨ୟ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚରେ ୮ ୱିକେଟରେ ପରାସ୍ତ କରିବା ସହିତ ଶୃଙ୍ଖଳା୧-୧ରେ ସ୍ଥିତିକୁ ଆଣିପାରିଛି । ଏସସିଏ ଷ୍ଟାଡିୟମରେ ଭାରତ ଟସ ଜଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଫଳରେ ବାଂଲଦେଶ ବ୍ୟାଟିଂ କରିଥିଲା । ବାଂଲାଦେଶ ମହମ୍ମଦ ନଇମ (୩୬ରନ) ଓ ଲିଟନ ଦାସ (୨୯ରନ)ଙ୍କ ବ୍ୟାଟିଂ ଯୋଗୁଁ ୨୦ ଓଭରରେ ୬ଟି ୱିକେଟ ହରାଇ ୧୫୩ ରନ କରିଥିଲା । ଏହା ପରେ ଭାରତ ୧୫.୪ ଓଭରରେ ମାତ୍ର ୨ଟି ୱିକେଟ ହରାଇ ୧୫୪ ରନ ହାସଲ କରିନେଇଥିଲା । ଏହି ମ୍ୟାଚରେ ରୋହିତ ୪୩ ବଲରୁ ୬ ଚୌକା ଓ ୬ ଛକ୍କା ଲଗାଇ ୮୫ରନର ପାଳି ଖେଳିଥିଲେ । ଏହି ମ୍ୟାଚରେ ସେ ଅନ୍ତରାଷ୍ଟ୍ରୀୟ ଟି୨୦ ମ୍ୟାଚରେ ଅନେକ ରେକର୍ଡ ଭାଙ୍ଗିଛନ୍ତି । 

୨୩ ବଲରେ ରୋହିତଙ୍କ ଅର୍ଧଶତକ

ସେ ମାତ୍ର ୨୩ ବଲରୁ ୧୮ତମ ଅର୍ଧଶତକ ଅର୍ଜନ କରିଥିଲେ । ଏହାସହ ସେ ଟି୨୦ରେ ସବୁଠାରୁ ଅଧିକ ଅର୍ଧଶତକ ଲଗାଇବାରେ ବିରାଟଙ୍କ ରେକର୍ଡ ସହ ସମକକ୍ଷ ହୋଇଛନ୍ତି । 

ରୋହିତ ବାଂଲାଦେଶ ସ୍ପିନର ମୋସଦେକ ହୁସେନଙ୍କ ଓଭରରେ ଲଗାତର ତିନୋଟି ଛକ୍କା ଲଗାଇଥିଲେ । ସେ ଅନ୍ତରାଷ୍ଟ୍ରୀୟ ଟି୨୦ରେ ୮ଥର ଗୋଟିଏ ପାଳିରେ ୫ରୁ ଅଧିକ ଛକ୍କା ଲଗାଇଛନ୍ତି । ସେ କେବଳ କ୍ରିସ ଗେଲ ଓ କୋଲିନ ମରେରୋଙ୍କ ପଛରେ ଅଛନ୍ତି । 

୮୫ରନର ପାଳି ଖେଳି ରୋହିତ ସର୍ବାଧିକ ୭୫ରୁ ଅଧିକ ରନ କରିଥିବା ଖେଳାଳି ହୋଇଛନ୍ତି । ସେ ୧୦ଥର ପାଇଁ ୭୫ରୁ ଅଧିକ ରନର ପାଳି ଖେଳିଛନ୍ତି । ଏହି ମାମଲରେ ଦ୍ୱିତୀୟ ସ୍ଥାନରେ କ୍ରିସ ଗେଲ ରହିଛନ୍ତି । 

ଆହୁରି ମଧ୍ୟ ରୋହିତ ୨୦୧୯ରେ ସବୁଠାରୁ ଅଧିକ ଛକ୍କା ମାରିଥିବା ଖେଳାଳି ହୋଇଛନ୍ତି । ସେ ମୋଟ ୬୬ଟି ଛକ୍କା ଲଗାଇଛନ୍ତି । ଗତ ୩ ବର୍ଷ ଧରି ଏହି ରେକର୍ଡ ରୋହିତଙ୍କ ନାମରେ ରହିଛି । ସେ ୨୦୧୭ରେ ୬୫ ଓ ୨୦୧୮ରେ ୭୪ଟି ଛକ୍କା ମାରିଥିଲେ ।  

ଏତତ୍ ବ୍ୟତୀତ ବାଂଲାଦେଶ ବିରୋଧରେ ଟି୨୦ ମ୍ୟାଚରେ ସବୁଠାରୁ ଅଧିକ ଛକ୍କା ମାରିବାର ରେକର୍ଡ ରୋହିତଙ୍କ ନାମରେ ରହିଛି । ସେ ମୋଟ ୧୯ଟି ଛକ୍କା ମାରିଛନ୍ତି । 

  • Tags: