Home > କ୍ରୀଡ଼ା
ଚୟନକର୍ତା ଧୋନୀଙ୍କ ସହ କଥା ହେବା ଆବଶ୍ୟକ- କୁମ୍ବଲେ
Khabar Odisha:sports-odisha-selector-should-talk-with-ms-dhoni-says-anil-kumble
ନୂଆଦିଲ୍ଲୀ, ସେପ୍ଟେମ୍ବର ୦୮(ଖବର ଓଡିଶା):

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କୁ ନେଇ ଚର୍ଚ୍ଚା ଲାଗି ରହିଛି । ତାଙ୍କୁ ଇଣ୍ଡିଜ ଗସ୍ତରେ ସ୍ଥାନ ନ ମିଳିବା ପରେ ଅବସର ନେଇ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି । ତେବେ ଏହା ମଧ୍ୟରେ ପୂର୍ବତନ ଅଧିନାୟକ ତଥା ସ୍ପିନର ଅନୀଲ କୁମ୍ବଲେଙ୍କ ଏକ ବୟାନ ସାମ୍ନାକୁ ଆସିଛି । ଧୋନୀଙ୍କୁ ଉଚିତ ଭାବେ ବିଦାୟ ମିଳିବା ଉଚିତ ବୋଲି ସେ କହିଛନ୍ତି । ଚୟନକର୍ତା ତାଙ୍କର ଭବିଷ୍ୟତ ବାବଦରେ ଚିନ୍ତା କରିବା ଉଚିତ ।

କୁମ୍ବଲେ କହିଛନ୍ତି ଯେ, କ୍ରିକେଟରେ ଧୋନୀଙ୍କ ବହୁତ ଭଲ ଆଭଦାନ ରହିଛି । ତାଙ୍କୁ ଉଚିତ ବିଦାୟ ଦେବା ଜରୁରୀ । ଏଥିପାଇଁ ଚୟନକର୍ତାମାନେ ତାଙ୍କ ସହ କଥା ହେବା ଆରଶ୍ୟକ । ଋଷଭ ପନ୍ତ ଏବେ କିପର ଓ ବ୍ୟାଟସମ୍ୟାନ ଭାବେ ଦଳରେ ସ୍ଥାନ ପାଇଛନ୍ତି । ସେ ଟି୨୦ରେ ଭଲ ପ୍ରଦର୍ଶନ କରିଛନ୍ତି । ଧୋନୀ କିଛି ମାସ ମଧ୍ୟରେ ନିଜ ଭବିଷ୍ୟତକୁ ନେଇ ସ୍ଥିତି ସ୍ପଷ୍ଟ କରିବେ । ଯଦି ଚୟନାକର୍ତା ଧୋନୀଙ୍କୁ ୨୦୨୦ ଟି୨୦ ବିଶ୍ୱକପରେ ଖେଳାଇବା ପାଇଁ ନିଷ୍ପତି ନେବେ ତେବେ ତାହା ଅତି ଖୁସିର କଥା । ଏଥିପାଇଁ ତାଙ୍କୁ ସବୁ ମ୍ୟାଚରେ ସ୍ଥାନ ଦେବାକୁ ପଡିବ ।

ସୂଚନାଯୋଗ୍ୟ, ଭାରତ ବିଶ୍ୱକପ ସେମିଫାଇନାଲରୁ ବାଦ ପଡିବା ପରେ ଧୋନୀ କ୍ରିକେଟରୁ ଦୂରେଇ ଯାଇଛନ୍ତି । ସେ ୨ମାସ ପାଇଁ ବିଶ୍ରାମ ନେଇଛନ୍ତି । ତାଙ୍କୁ ଦକ୍ଷିଣ ଆଫ୍ରିକା ଓ ଇଣ୍ଡିଜ ଦଳରେ ସ୍ଥାନ ମିଳି ପାରି ନଥିଲା ।

  • Tags: