Home > କ୍ରୀଡ଼ା
ଆସୁଛି ସ୍ମାର୍ଟ ବଲ, ରହିଛି ମାଇକ୍ରୋ ଚିପ୍, ମିଳିବ ରିୟଲ ଟାଇମ ଡାଟା
Khabar Odisha:sports-odisha-smart-ball-in-cricket-real-time-data
ସିଡନୀ, ଅଗଷ୍ଟ ୧୨(ଖବର ଓଡିଶା):

କ୍ରିକେଟକୁ ଅଧିକ ଲୋକପ୍ରିୟ ଏବଂ ସ୍ୱଚ୍ଛ କରିବା ପାଇଁ ପ୍ରତିଦିନ ନୂଆ ନୂଆ ପ୍ରଯୁକ୍ତିବିଦ୍ୟାକୁ ଉପଯୋଗ କରାଯାଉଛି । ବ୍ୟାଟରେ ସେନସର ଲଗାଯିବା ପରେ ଏବେ ସ୍ମାର୍ଟ ବଲ ଆସିବା ନେଇ ଜଣାପଡିଛି । ଯେଉଁଥିରେ ମାଇକ୍ରୋ ଚିପ ରହିବ ।

ବହୁତ ଶୀଘ୍ର ଏହି ବଲ ଅଷ୍ଟ୍ରେଲିଆର ଘରୋଇ ଟି୨୦ ପ୍ରତିଯୋଗିତାରେ ଦେଖିବାକୁ ମିଳିବ । ଅଷ୍ଟ୍ରେଲିଆ କମ୍ପାନୀ କୁକାବୁରା ଏହି ସ୍ମାର୍ଟ ବଲ ପ୍ରସ୍ତୁତ କରିଛି ।

ସ୍ମାର୍ଟ ବଲର ବିକାଶ ପାଇଁ ବଲ୍ ନିର୍ମାଣ କରୁଥିବା ଏହି କମ୍ପାନୀ ଟେକ୍ ଇନୋଭେଟର ସହ ଚୁକ୍ତି ସ୍ୱାକ୍ଷରିତ କରିଛି । ବଲରେ ଲାଗିଥିବା ଚିପ୍ ରିୟଲ ଟାଇମ ଡାଟା ପ୍ରଦାନ କରିବାରେ ସକ୍ଷମ ହେବ । ଏହି ବଲ ଦେଖିବାକୁ କୁକାବୁରାର ପୂରୁଣା ବଲ ଭଳି । କିନ୍ତୁ ଏଥିରେ ଚିପ ଅଛି । ବଲ ପକାଇବା ସମୟରେ ହିଁ ରିୟଲ ଟାଇମ ଡାଟା ମିଳିଯିବ  । ଏଥିରେ ଲାଗିଥିବା ସ୍ପିଡ ଏହାର ଗତି, ପ୍ରି ବାଉନ୍ସ ଓ ପୋଷ୍ଟ ବାଉନ୍ସ ନେଇ ସଙ୍କେତ ଦେବ ।

କ୍ରିକେଟ ପଡିଆରେ ଏହି ସ୍ମାର୍ଟ ବଲ ଆସିବା ଦ୍ୱାରା ଅମ୍ପାୟାରଙ୍କୁ ରିଭ୍ୟୁ ସିଷ୍ଟମରେ ସାହାଯ୍ୟ ମିଳିବ । ବିଗ ବସ ଲିଗରେ ଏହାର ବ୍ୟବହାର କରିବା ପରେ ବିଶ୍ୱସ୍ତରରେ ଏହାର ପ୍ରୟୋଗ କରାଯିବ ।

  • Tags: